ନୂଆଦିଲ୍ଲୀ,୦୧/୦୪ : ଖୁସି ଖବର । ମାସ ଆରମ୍ଭରୁ ଗ୍ରାହକଙ୍କୁ ଆଶ୍ବସ୍ତି । ମିଳିଲା ନବରାତ୍ରୀ ଭେଟି । ନୂଆ ଆର୍ଥିକ ବର୍ଷ ଆରମ୍ଭରୁ କମିଲା କମର୍ସିଆଲ ଗ୍ୟାସ ଦର । ତୈଳ ମାର୍କେଟିଂ କମ୍ପାନୀ କମର୍ସିଆଲ ସିଲିଣ୍ଡର ଦର କମ କରିଛନ୍ତି । ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ପିଛା ୪୧ ଟଙ୍କା କମି ୧୭୬୨ ଟଙ୍କା ହୋଇଛି । ଅଏଲ ମାର୍କେଟିଂ କମ୍ପାନୀଗୁଡ଼ିକ ଆଜିଠୁ ଏହି ଦର ହ୍ରାସ ନେଇ ଘୋଷଣା କରିଛନ୍ତି । ଘରୋଇ ଗ୍ୟାସ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି ।
ଦର କମ ହେବା ପରେ ରାଜଧାନୀ ଦିଲ୍ଲୀରେ ୧୯ କେଜି କମର୍ସିଆଲ ଏଲିପିଜି ସିଲିଣ୍ଡର ଦାମ୍ ଏବେ ୧୭୬୨ ଟଙ୍କା ହୋଇଛି । ନୂଆ ଦର ଲାଗୁ ହେବାପରେ କୋଲକାତାରେ କମର୍ସିଆଲ ସିଲିଣ୍ଡର ପିଛା ୧୮୬୮ ଟଙ୍କା, ମୁମ୍ବାଇରେ ୧୭୧୩ ଟଙ୍କା ୫୦ ପଇସା, ଚେନ୍ନାଇରେ ୧୯୨୧ ଟଙ୍କା, ବେଙ୍ଗାଲୁରୁରେ ୧୮୩୬ ଟଙ୍କା ଓ ହାଇଦ୍ରାବାଦରେ ଦାମ୍ ୧୯୮୫ ଟଙ୍କା ରହିଛି । ଏହା ପୂର୍ବରୁ ମାର୍ଚ୍ଚ ପହିଲାରେ କମର୍ସିଆଲ ଏଲପିଜି ସିଲିଣ୍ଡର ଦର ୬ ଟଙ୍କା ହ୍ରାସ ହୋଇଥିଲା । ଘରୋଇ ଗ୍ୟାସ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଗତ ୧୧ ମାସ ହେବ ରନ୍ଧନ ଗ୍ୟାସ ଦର ସ୍ଥିର ରହିଛି । ଶେଷ ଥର ପାଇଁ ୨୦୨୪ରେ ଘରୋଇ ଗ୍ୟାସ ସିଲିଣ୍ଡର ଶସ୍ତା ହୋଇଥିଲା ।
ଅଧିକ ପଢନ୍ତୁ...ଏପ୍ରିଲ ପହିଲାରୁ ଏହି ସବୁ ନିୟମରେ ବଡ଼ ପରିବର୍ତ୍ତନ , ଜାଣନ୍ତୁ କ'ଣ?
Oil marketing companies have revised the prices of commercial LPG gas cylinders.
— ANI (@ANI) April 1, 2025
The rate of a 19 kg commercial LPG gas cylinder has been reduced by Rs 41, effective today. In Delhi, the retail sale price of a 19 kg commercial LPG cylinder is Rs 1762 from today.
ଆଜିଠୁ ନୂଆ ଆର୍ଥିକ ବର୍ଷ ୨୦୨୫-୨୬ ଆରମ୍ଭ ହୋଇଛି । ଏହା ସହିତ ଅନେକ ଅର୍ଥିକ ନିୟମ ବଦଳିଛି । ନୂଆ ଆୟକର ସ୍ଲାବ ସହ ପୁରୁଣା ପେନସନ ସ୍କିମ ବଦଳରେ ୟୁନିଫାଏଡ଼ ପେନସନ ସ୍କିମ କାର୍ଯ୍ୟକାରୀ ହୋଇଛି । ଜିଏସଟି ନିୟମ ସହ ବହୁ ବ୍ୟାଙ୍କିଙ୍ଗ୍ ନିୟମରେ ବି ପରିବର୍ତ୍ତନ ହୋଇଛି ।