ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଏପ୍ରିଲ ୭ରେ ଆର୍‌ବିଆଇ ଏମ୍‌ପିସି ବୈଠକ, ପୁଣି ହ୍ରାସ ହୋଇପାରେ ରେପୋ ରେଟ୍‌

Published By : Prameya | March 27, 2025 8:19 AM

ନୂଆଦିଲ୍ଲୀ,୨୭/୦୩: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)  ଆର୍ଥିକ ବର୍ଷ ୨୦୨୫-୨୬ ଲାଗି  ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକ ସମ୍ପର୍କରେ ଘୋଷଣା କରିଛି । ଆର୍ଥିକ  ବର୍ଷର ପ୍ରଥମ ଏମ୍‌ପିସି ବୈଠକ ଏପ୍ରିଲ  ୭ରୁ ୯ ଯାଏ ଅନୁଷ୍ଠିତ ହେବ । ଏହି  ବୈଠକରେ ପୁଣି ଥରେ ରେପୋ ରେଟ୍‌  ହ୍ରାସ ହେବ ବୋଲି ବିଶେଷଜ୍ଞ ଆଶା ପ୍ରକଟ କରିଛନ୍ତି ।

୫ରୁ ୭ ଫେବ୍ରୁଆରି ଯାଏ ଅନୁଷ୍ଠିତ ଏମ୍‌ପିସି ବୈଠକରେ ଆର୍‌ବିଆଇ ୫ ବର୍ଷ ପରେ ସୁଧହାରରେ ପରିବର୍ତ୍ତନ କରିଥିଲା । ଗଭର୍ଣ୍ଣର ସଞ୍ଜୟ ମାଲ୍‌ହୋତ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ ଏହାର  ରେପୋ ହାରରେ ୨୫ ବେସିସ୍‌ ପଏଣ୍ଟ  ହ୍ରାସ କରିବା ଯୋଗୁ ଏହା ୬.୨୫%  ସ୍ତରରେ ରହିଛି । ୨୦୨୦ମେ ପରେ ପ୍ରଥମ  ଥର ଲାଗି ରେପୋ ରେଟ୍‌ ଖସିଛି । ଆର୍ଥିକ  ବର୍ଷ ୨୦୨୫-୨୬ରେ ଦେଶର ଜିଡିପି  ୬.୭% ଏବଂ ମୁଦ୍ରାସ୍ଫୀତି ୪.୨% ରହିବ  ବୋଲି ଆର୍‌ବିଆଇ ଅନୁମାନ କରିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.