ପ୍ରମୂଖ ଖବର
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ସୋରଡ଼ାରେ ରଥଯାତ୍ରା ପ୍ରସ୍ତୁତି; ତଦାରଖ କରୁଛନ୍ତି ତହସିଲଦାର

Published By : Anindita Ratha | June 27, 2025 11:55 AM

ସୋରଡ଼ା,୨୭/୦୬: ଆଜି ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା। ଏନେଇ ଗଞ୍ଜାମ ଜିଲ୍ଲା ସୋରଡ଼ାରେ ରଥଯାତ୍ରା ପାଇଁ ସରିଛି ସମସ୍ତ ପ୍ରସ୍ତୁତି। ସକାଳୁ ଠାକୁରଙ୍କ ସମସ୍ତ ନୀତି ନିର୍ଦ୍ଧାରିତ ସମୟ ଅନୁଯାୟୀ ଆରମ୍ଭ ହୋଇଥିବା ବେଳେ ମନ୍ଦିର ଟ୍ରଷ୍ଟି ତଥା ତହସିଲଦାର ମଧୁସ୍ମିତା ବେହେରା ସକାଳୁ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ତଦାରଖ କରୁଛନ୍ତି । ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରୁ ୨୦ରୁ ଉର୍ଦ୍ଧ୍ୱ କୀର୍ତ୍ତନ ଦଳ ପହଞ୍ଚିଛନ୍ତି । ରଥକୁ ସୁନ୍ଦର ଫୁଲମାଳରେ ସଜା ଯାଇଥିବା ବେଳେ କଲିକତାରୁ ଆସିଥିବା ଫୁଲକୁ ମନ୍ଦିର ପରିସରରେ ସଜା ଯାଇଛି । ଅଗ୍ନିଶମ,ସ୍ୱାସ୍ଥ୍ୟ, ଏନଏସି,ବିଦ୍ୟୁତ ବିଭାଗ ତରଫରୁ ସମସ୍ତ  ସହଯୋଗ କରାଯାଉଥିବା ବେଳେ ସକାଳୁ ଭିଡ଼ ଆରମ୍ଭ ହୋଇଛି ।  

ବଡଦାଣ୍ଡରେ ଗାଡି ମୋଟର ଚଳାଚଳକୁ ଅପରାହ୍ନରୁ ବାରଣ କରାଯାଇଥିବା ବେଳେ ମନ୍ଦିର କମିଟି ରଜନୀ ମହାପାତ୍ର, ସଂଜୀବ ପଟ୍ଟନାୟକ, ପ୍ରମୋଦ ସାମନ୍ତରାୟ ପରିଚାଳନା ଦାୟିତ୍ୱ ନିର୍ବାହ କରୁଛନ୍ତି । ସେହିପରି ସହରର ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିବା ବେଳେ ଯାତ୍ରା ଉପଲକ୍ଷେ କନ୍ଧୁଣି ଦେଵୀ ସେବା ସଙ୍ଘ ତରଫରୁ କାନ୍ଧୁଣି ଦେଵୀ ମନ୍ଦିର ନିକଟରେ ପ୍ରସାଦ ବଣ୍ଟନ ବ୍ୟବସ୍ଥା କରାଯାଇଛି  ।ଏନେଇ ସଙ୍ଘର ପିଣ୍ଟୁ କର,ରାଜା ଦାସ,ବିମଲ ସାହୁ, ରଞ୍ଜନ ସାହୁ ବୁଲୁ ପାତ୍ର ସମେତ ବହୁ ସଦସ୍ୟ ପରିଚାଳନା କରୁଛନ୍ତି ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.