ପ୍ରମୂଖ ଖବର
  • IPL 2025: ଆଜି ମୁମ୍ବାଇ-ଗୁଜରାଟ ଏଲିମିନେଟର ଲଢ଼େଇ, ପରାଜିତ ଦଳ ହେବ ବିଦା
  • ||
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

ଦେବନାଗରୀ ଲିପି ଯୁକ୍ତ ବିରଳ ଭୂମି ସ୍ପର୍ଶ ବୁଦ୍ଧ ମୂର୍ତ୍ତି ଉଦ୍ଧାର

Published By : Bijay Swain | May 27, 2025 6:46 PM

ଭଣ୍ଡାରୀପୋଖରୀ,୨୭/୫(ଆପ୍ର): ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ପଞ୍ଚାୟତ ମୁଢାପଦା ଗ୍ରାମ ନିକଟ ବୈତରଣୀ ନଦୀ ଶଯ୍ୟାରୁ ଏକ ଶିଳାଲେଖ ଯୁକ୍ତ ଭୂମି ସ୍ପର୍ଶ ବିରଳ ବୁଦ୍ଧ ମୂର୍ତ୍ତି ମଙ୍ଗଳବାର ଦିନ ମଧ୍ୟାହ୍ନ ସମୟରେ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକେ ନଦୀ ଶଯ୍ୟାରେ ଆଂଶିକ ଦୃଶ୍ୟମାନ ଏକ କ୍ଲୋରାଇଟ ପ୍ରସ୍ତରରେ ମୂର୍ତ୍ତି ଖୋଦିତ ଏକ ପ୍ରସ୍ତର ଦେଖିବାକୁ ପାଇ ତାକୁ ଉଦ୍ଧାର କରିଥଲେ। ଦେଢ଼ ଫୁଟ ଲମ୍ବ ଏକ ଫୁଟ ଚଉଡ଼ା ବିଶିଷ୍ଟ କ୍ଲୋରାଇଟ ପ୍ରସ୍ତରରେ ଉଦ୍ଧାର ହୋଇଥିବା ଏକ ଭୂମି ସ୍ପର୍ଶ ବୁଦ୍ଧ ମୂର୍ତ୍ତି ଓ ଏହି ମୂର୍ତ୍ତିର ପ୍ରଚ୍ଛଦ ପାର୍ଶ୍ଵରେ ୩ ଧାଡ଼ିର ବିରଳ ଶିଳାଲେଖ ଥିବାର ଜାଣିବା ପରେ ବିଶିଷ୍ଟ ପ୍ରତ୍ନତ୍ୱତବିତ ଡଃ.ସୁନିଲ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିଥିଲେ।  

ଏହି ବିରଳ ବୁଦ୍ଧ ମୂର୍ତ୍ତିଟି ୮ମ/୯ମ ଶତାବ୍ଦୀର ପଦ୍ମାସନରେ ଉପବେସିତ ବଜ୍ରଯାନ ସାମୟିକ ଏକ ବିରଳ ଭୂମିସ୍ପର୍ଶ ବୁଦ୍ଧ ମୂର୍ତ୍ତି ବୋଲି ଶ୍ରୀ ପଟ୍ଟନାୟକ ଚିହ୍ନଟ କରିବା ସହିତ ଏହାର ପ୍ରଚ୍ଛଦ ପାର୍ଶ୍ଵରେ ୩ ଧାଡ଼ିରେ ଶିଳାଲେଖ ଦେବନାଗରୀ ଲିପିରେ ବୌଦ୍ଧ ଧର୍ମ ଧାରଣୀ ମନ୍ତ୍ର "ଇଏ ହେତୋ ଧମ୍ମ୍ ପ୍ରଭ..... ଏବ° ବାଦୀ ମହା ଶ୍ରମଣ"କୁ ଉଦ୍ଧାର କରିଥିଲେ । ମୂର୍ତ୍ତଟିରେ ବୁଦ୍ଧଙ୍କ ମୁଖ ମଣ୍ଡଳ ସମ୍ମୁଖ ଭାଙ୍ଗି ଯାଇଥିବା ବେଳେ ଦୁଇ ପାର୍ଶ୍ଵରେ ଦୁଇ ଗନ୍ଧର୍ବ ପୁଷ୍ପମାଲ୍ୟ ଧରି ଥିବା ଦେଖିବାକୁ ମିଳିଛି। ମୂର୍ତ୍ତିଟିର ନିମ୍ନ ଅଂଶରେ ପୁଷ୍ପ ,ପୂଜା ଉପକରଣ ଥିବା ବଜ୍ରଯାନ ସୂଚନା ପ୍ରଦାନ କରିଛି।

ଏହା ଏକ ବିରଳ ଏବଂ ଦୁର୍ଲ୍ଲଭ ଶିଳାଲେଖ ଯୁକ୍ତ ମୂର୍ତ୍ତି ଯାହା ଉଦୟଗିରି ବ୍ୟତୀତ ଅତୀତରେ ଷୋଳମପୁର ବୌଦ୍ଧମହାବିହାରର ଏକ ଚୈତ୍ୟ ଗୃହରେ ପୂଜିତ  ହେଉଥିଲା ବୋଲି ଡକ୍ଟର ପଟ୍ଟନାୟକ ମତ ଦେଇଥିଲେ। ଏହି ବିରଳ ଶିଳାଲେଖ ମୂର୍ତ୍ତିଟିକୁ ବୌଦ୍ଧବିହାର ସଂଗ୍ରହାଳୟରେ ରଖାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.