ତିହିଡି,୨୬/୦୫ (ଅଭୟ ପତି): ପବିତ୍ର ସାବିତ୍ରୀ ଅମାବାସ୍ୟା। ଓଡ଼ିଆ ଘରର ପରମ୍ପରା ଅନୁସାରେ ବିବାହିତ ମହିଳାମାନେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରନ୍ତି । ଏହି କ୍ରମରେ ତିହିଡିରେ ବିବାହିତା ମହିଳାମାନେ ମିଳିତ ଭାବେ ଗାଁ ଦାଣ୍ଡରେ ସାବିତ୍ରୀ ଓଷା ପୂଜା କରିଛନ୍ତି ।
ସୋମବାର ସକାଳ ସାତଟା ବେଳେକୁ ପୁରୋହିତ ଗାଁ ଦାଣ୍ଡରେ ପହଞ୍ଚିଥିଲେ । ଫଳ, ପୁଷ୍ପ ଏବଂ ଶାଢ଼ୀ ଧରି ସଧବାମାନେ ଗାଁ ଦାଣ୍ଡରେ ଥିବା ସାବିତ୍ରୀ କୋଠି ନିକଟରେ ପହଞ୍ଚିଥିଲେ । ବ୍ରାହ୍ମଣର ମନ୍ତ୍ର ପାଠରେ ଗାଁ ପରିବେଶ ପ୍ରକମ୍ପିତ ହୋଇଥିଲା । ସେଠାରେ ମହିଳାମାନେ ବସି ଯମରାଜକୁ ସ୍ମରଣ କରିଥିଲେ । ନିଜ ସ୍ୱାମୀର ଦୀର୍ଘାୟୁ ସହ ପରିବାରର ସୁଖ ଶାନ୍ତି କାମନା କରିଥିଲେ । ବ୍ରାହ୍ମଣ ସାବିତ୍ରୀ ଅମାବାସ୍ୟାର ପୁସ୍ତକ ପଠନ କରିଥିଲେ ଏବଂ ସାବିତ୍ରୀ ବ୍ରତ କରିଥିବା ମହିଳାମାନଙ୍କ ସହ ଗାଁର ଶତାଧିକ ଲୋକ ନିଜ ପିଣ୍ଡାରେ ବସି ଶୁଣୁଥିଲେ ।