ପ୍ରମୂଖ ଖବର
  • ବଲାଙ୍ଗୀର : ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
  • ||
  • IPL 2025: ଆଜି ମୁମ୍ବାଇ-ଗୁଜରାଟ ଏଲିମିନେଟର ଲଢ଼େଇ, ପରାଜିତ ଦଳ ହେବ ବିଦା
  • ||
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

ନିଷ୍କାସିତ ହୋଇପାରୁ ନାହିଁ ବର୍ଷା ପାଣି; ବୁଡ଼ିଲା ଗାଁ ଦାଣ୍ଡ, ହନ୍ତସନ୍ତ ଲୋକ

Published By : Ankita S | May 28, 2025 1:59 PM

ବାସୁଦେବପୁର,୨୮/୦୫: ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି । ବନ୍ୟା ପରି ପରିସ୍ଥିତିରେ ଲୋକେ ହନ୍ତସନ୍ତ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନରସିଂହପୁର ପଞ୍ଚାୟତ ଚକ ଗାଁରେ ବର୍ଷା ପାଣି ଅବରୋଧକୁ ନେଇ ତୁମୁଳ କାଣ୍ଡ ହୋଇଛି । ଚକ ଗାଁର ସେକ ଇନୁ ଖାନ ନାମକ ବ୍ୟକ୍ତି ନିଜର ପଟ୍ଟା ଜମି ସହିତ କିଛି ସରକାରୀ ଜମିକୁ ମାଟି ପକାଇ ପୋତି ଦେଇଥିଲେ । ଫଳରେ ବର୍ଷା ପାଣି ନିଷ୍କାସିତ ହୋଇପାରୁନଥିବାରୁ ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି ଛିଡ଼ା ହୋଇଛି । ଫଳରେ ବନ୍ୟା ପରି ସ୍ଥିତି ଉପୁଜିଛି ।

ଉକ୍ତ ସରକାରୀ ଜମି ଦେଇ ଗାଁର ସମସ୍ତ ପାଣି ନିଷ୍କାସନ ହୋଇଥାଏ । ହେଲେ ଲଗାଣ ଲଘୁଚାପ ଜନିତ ବର୍ଷା ପାଣି ନିଷ୍କାସିତ ହୋଇ ନପାରି ଗାଁରେ ଜମା ହୋଇ ରହିଛି । ଫଳରେ ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚରେ ପାଣିଛିଡା ହୋଇଛି । ଘରେ ବି ପାଣି ପସିଯାଉଥିବା ଅଭିଯୋଗ ହୋଇଛି । ଖବରପାଇ ସ୍ଥାନୀୟ ସରପଞ୍ଚ ଗୌରାଙ୍ଗ ପଣ୍ଡା ପହଞ୍ଚି ଗ୍ରାମବାସୀଙ୍କ ସହିତ ପାଣି ଅବରୋଧ କରିଥିବା ବ୍ୟକ୍ତିକୁ ଡାକି ପଚରା ଉଚରା କରିଥିଲେ । ଏହି ସମୟରେ ବଚସା ହେବା ସହିତ ଗାଁ ଲୋକ ମାଡପିଟ୍‌ ଲାଗି ଯାଇଥିଲେ । ଉଭୟ ପକ୍ଷରୁ ଗଣ୍ଡଗୋଳ ହୋଇଥିଲା । ମାରପିଟ୍‌ରେ କିଛି ଲୋକ ଆହତ ହୋଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଉତ୍ତେଜନା ଶାନ୍ତ ପଡିଥିଲା।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.