ପ୍ରମୂଖ ଖବର
  • ଢେଙ୍କାନାଳ : ଧରାପଡ଼ିଲେ ଲାଞ୍ଚୁଆ ଭାରପ୍ରାପ୍ତ ଆରଆଇ; ପିଅନ ମାଧ୍ୟମରେ ନେଉଥିଲେ ଟଙ୍କା
  • ||
  • କେନ୍ଦୁଝର : ଛତୁ ଗୋଟାଇବା ବେଳେ ଆକ୍ରମଣ କଲା ଦନ୍ତା, ୨ମହିଳା ଆହତ
  • ||
  • ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା: ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ଦୋଷୀ ସାବ୍ୟସ୍ତ
  • ||
  • ଭଦ୍ରକ : ଲୁଟ୍‌ କରିବାକୁ ଆସିଥିଲେ, ସାଇରନ୍‌ ବାଜିବାରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ
  • ||
  • ହରିୟାଣା ପରେ କେରଳ; ଅସହ୍ୟ ହେଲା ଋଣ ବୋଝ, ଜୀବନ ହାରିଲେ ଆଉ ଏକ ପରିବାର !
  • ||
  • କେନ୍ଦୁଝର : ବ୍ୟାଟେରୀ ଦୋକାନରେ ଅଗ୍ନିକାଣ୍ଡ, ୨୫ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ
  • ||
  • ଶିକ୍ଷାର୍ଥୀଙ୍କ ପାଇଁ ଖୁସି ଖବର; ଚଳିତବର୍ଷ ଭାରତରେ ଖୋଲିବ ୧୫ ବିଦେଶୀ ବିଶ୍ୱବିଦ୍ୟାଳୟ ବ୍ରାଞ୍ଚ
  • ||
  • ମୟୂରଭଞ୍ଜ : ଟ୍ରକ୍‌ ଧକ୍କାରେ ଖଣ୍ଡ ଖଣ୍ଡ ହୋଇଗଲା ଟ୍ରାକ୍ଟର; ୨ମୃତ, ୩ଗୁରୁତର
  • ||
  • ଭୁବନେଶ୍ଵର : ୨ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ, ଜୁନ୍‌ରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା
  • ||
  • କେନ୍ଦୁଝର : ୨ଟି ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍, ତଦନ୍ତ କରୁଛି ପୋଲିସ
  • ||

ସିମୁଳିଆ ପୁଲିସ ଦ୍ୱାରା ଚୋରି ଲୁହା ସାମଗ୍ରୀ ଓ ପିକ୍‌ଅପ୍ ଜବତ; ଦୁଇ ଗିରଫ

Published By : Bijay Swain | May 27, 2025 5:09 PM

ସିମୁଳିଆ, ୨୭/୫(ଆପ୍ର): ୧୬ ନଂ ଜାତୀୟ ରାଜପଥରୁ ଚୋରି ହୋଇଥିବା ଲୁହା ସାମଗ୍ରୀ ଏବଂ ଗୋଟିଏ ପିକଅପ୍ ଗାଡିକୁ ସିମୁଳିଆ ପୁଲିସ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି । ବାଲେଶ୍ୱର ଜିଲ୍ଲା ୧୬ ନଂ ଜାତୀୟ ରାଜପଥରେ ରାସ୍ତା କାମ ଚାଲୁରହିଥିବା ବେଳେ ଏଥିରେ ବ୍ୟବହୃତ ହେବାକୁ ଥିବା ବିଭିନ୍ନ ପ୍ରକାର ଲୁହା ସାମଗ୍ରୀ ଏବଂ ଲୁହା ଛଡ଼ ଚୋରି ହୋଇଥିଲା। ଏହି ଚୋରି ସାମଗ୍ରୀ ସ୍ଥାନୀୟ ଥାନା ଅନ୍ତର୍ଗତ କୁପୁରା ଗ୍ରାମର ଜଣଙ୍କ ଘରେ ଥିବା ନେଇ ସିମୁଳିଆ ଆଇଆଇସି ଶ୍ରବଣ କୁମାର ମହାରଣା ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ଭୋର ସମୟରେ ଟିମ୍ ସହିତ ଚଢ଼ାଉ କରିଥିଲେ। 

ଚଢ଼ାଉ ବେଳେ ଉକ୍ତ ବ୍ୟକ୍ତିଙ୍କ ଘରୁ ଲକ୍ଷାଧିକ ଟଙ୍କାର ଚୋରି ହୋଇଥିବା ଲୁହା ସାମଗ୍ରୀ ସହ ଚୋରି କାର୍ଯ୍ୟରେ ବ୍ୟବହୃତ ହୋଇଥିବା ଗୋଟିଏ ପିକଅପ୍ ଗାଡିକୁ ଜବତ କରିଥିଲା ପୁଲିସ। ଏହାସହ ଏହି ଚୋରି ମାମଲାରେ ସାମିଲ ଥିବା ନେଇ କୁପୁରା ଗ୍ରାମର ୨ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ତେବେ ଚୋରି ଘଟଣାର ସମ୍ପୃକ୍ତ ଥିବାର ପ୍ରମାଣ ମିଳିବା ପରେ ସେମାନଙ୍କ ନାଁରେ ମାମଲା ରୁଜୁ କରି ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିଲା। ଏନେଇ ଆଜି ସିମୁଳିଆ ଥାନା ପରିସରରେ ସଦର ଏସଡିପିଓ ଶୁଭ୍ରାଂଶୁ ନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଗିରଫ ହୋଇଥିବା ଦୁଇଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଏବଂ ଆଇଆଇସିଙ୍କ ସମେତ ନୂତନ ଭାବେ କାର୍ଯ୍ୟଭାର ସମ୍ଭାଳିଥିବା ସବ ଇନ୍ସପେକ୍ଟର କ୍ଷୀରୋଦ କୁମାର ସାହୁ ମଧ୍ୟ ଯୋଗଦେଇଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.