ପ୍ରମୂଖ ଖବର
  • ଶୁକ୍ରବାର ବିଏମ୍‌ସି ବୈଠକ: ଉଠିବ ବିଧାୟକଙ୍କ ପାଇଁ ଏସ୍‌ଓପି ଦାବି, ବିଜେଡି କର୍ପୋରେଟର ହୋ ହଲ୍ଲା କରିବେ
  • ||
  • ବଲାଙ୍ଗୀର : ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
  • ||
  • IPL 2025: ଆଜି ମୁମ୍ବାଇ-ଗୁଜରାଟ ଏଲିମିନେଟର ଲଢ଼େଇ, ପରାଜିତ ଦଳ ହେବ ବିଦା
  • ||
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

ହୁତୁହୁତୁ ହୋଇ ଜଳିଗଲା କୋରିଅର ନେଇ ଯାଉଥିବା କଣ୍ଟେନର

Published By : Prameya | May 25, 2025 9:54 AM

ସିମୁଳିଆ,୨୫/୦୫: ହୁତୁହୂତୁ ହୋଇ ଜଳିଗଲା କଣ୍ଟେନର ଗାଡି । ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଠାରୁ ଦୁଇ କିଲୋମିଟର ଦୂର 16 ନଂ ଜାତୀୟ ରାଜପଥ ଭଗିଆ ଓଭରବ୍ରିଜ ଠାରେ ଏହି ଘଟଣା ଦେଖିବାକୁ ମିଳିଛି। ସେଫ ଏକ୍ସପ୍ରେସ କୋରିଅର ନେଇଯାଉଥିବା ଏକ କଣ୍ଟେନର ଗାଡିରେ ହଠାତ୍  ନିଆଁ ଲାଗିବାରୁ ଡ୍ରାଇଭର ଓ ହେଲଫର ଦୁଇଜଣ ଗାଡି ଛାଡି ଦେଇ ବାହାରକୁ ବାହାରି ଆସିଥିଲେ।

ସୂଚନା ଅନୁଯାୟୀ, ଦିଲ୍ଲୀରୁ କୋରିଅର ପାର୍ସଲ ବୋଝେଇ କରି ସେଫ ଏକାପ୍ରେସ କମ୍ପାନୀର ଏହି କଣ୍ଟେନର ଭୁବନେଶ୍ୱର କୁ ଯାଉଥିବା ବେଳେ ୧୬ ନଂ ଜାତୀୟ ରାଜପଥ ଭଗିଆ ଓଭରବ୍ରିଜ ନିକଟରେ ହଟାତ ଗାଡ଼ିରୁ ନିଆଁ ବାହାରିଥିଲା। ସ୍ୱଳ୍ପ ସମୟ ଭିତରେ ଗାଡିଟି ସମ୍ପୂର୍ଣ୍ଣ ଜଳିବା ଆରମ୍ଭ କରିଥିଲା। ଡ୍ରାଇଭର ଏବଂ ହେଲଫର ସୁରକ୍ଷିତ ଥିବାବେଳେ ଜାତୀୟ ରାଜପଥରେ ଗାଡି ଅଟକି ରହିଛି।ଗାଡ଼ିରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବାର ଜଣାପଡ଼ିଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.