ପ୍ରମୂଖ ଖବର
  • ଗଞ୍ଜାମ: ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବିଭିନ୍ନ ଦାବି ନେଇ ଗଞ୍ଜାମ ବ୍ଲକ ଘେରାଉ
  • ||
  • ରାଉଲକେଲା: ଦଶାହ କର୍ମ ପାଇଁ ଆସିଥିବା ଯୁବକଙ୍କୁ ତୀର ମାଡ଼,ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି, ଅଭିଯୁକ୍ତ ଫେରାର
  • ||
  • ବୁଧବାର ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • 'ଏ ଜୋକର ଭାରତ ସହ ଲଢିବେ', ଜାଣନ୍ତୁ କେଉଁ ଫଟୋକୁ ନେଇ ପାକିସ୍ତାନ ଉପରେ ବର୍ଷିଲେ ୱୱେସୀ
  • ||
  • ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେଶ ତଥା ରାଜ୍ୟର ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦିଗକୁ ନେଇ କଲେ ଆଲୋଚନା
  • ||
  • ଭଦ୍ରକ ଅଲଟ୍ରା ସାଉଣ୍ଡର ତ୍ରୁଟି ପୂର୍ଣ୍ଣ ରିପୋର୍ଟ ଅଭିଯୋ, ମୃତ ଶିଶୁକୁ ଧରି ରାସ୍ତାରୋକ, ଗାଡ଼ି ଚଳାଚଳ ଠପ୍‌
  • ||
  • ଗଞ୍ଜାମ: ବଡ଼ ଆର୍ଜିପଲ୍ଲୀରେ ଡେଙ୍ଗୁ ଆତଙ୍କ: ୧୩ବର୍ଷର ନାବାଳକର ମୃତ୍ୟୁ ଅଭିଯୋଗ, ୮ଜଣ ଆକ୍ରାନ୍ତ
  • ||
  • ନାକଟିଦେଉଳ : ବିଦ୍ୟୁତ୍ ଆଘାତରେ ସ୍ତ୍ରୀ ମୃତ, ସ୍ଵାମୀ ଗୁରୁତର
  • ||
  • ମୁଣ୍ଡ ନୁଆଁଇଲା ପାକିସ୍ତାନ; ଭାରତ ସହ ଶାନ୍ତି ଆଲୋଚନା ଚାହୁଁ କହିଲେ ଶହବାଜ୍ ସରିଫ୍
  • ||
  • ଗଞ୍ଜାମ: ଘର ଆଗରେ ଗଣ୍ଡଗୋଳ କରିବାକୁ ମନା କରିବାରୁ ଯୁବକଙ୍କୁ ଛୁରାମାଡ଼
  • ||
  • ଢ଼େଙ୍କାନାଳ: ବାଇକ୍‌କୁ ଧକ୍କା ଦେଲା ତେଲ ବୋଝେଇ ଟ୍ୟାଙ୍କର , ପତ୍ନୀ ମୃତ, ସ୍ୱାମୀ ଓ ଶିଶୁପୁତ୍ର ଆହତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ଟେବୁଲ୍‌ ଟପ୍ପର ଲକ୍ଷ୍ୟରେ ରଜତ ବାହିନୀ
  • ||
  • ଚାଞ୍ଚଲ୍ୟ; ପ୍ରବଚନ ଶୁଣି ଫେରୁଥିଲେ, କାର୍‌ରୁ ମିଳିଲା ପରିବାରର ୭ ଜଣଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ରଥ ଖଳା ହାଲ୍‌ଚାଲ୍...ରଥ ବ୍ରେକ୍‌ ଅଖ ନିର୍ମାଣ ଆରମ୍ଭ, ଚକରେ ଲାଗୁଛି ପନ୍ଦାରି ଚାବି
  • ||
  • ମଙ୍ଗଳବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା,୨୯ ତାରିଖ ବେଳକୁ ମୌସୁମୀ ପହଞ୍ଚିପାରେ
  • ||

ଦୟାନିଧିପୁର ଗ୍ରାମରେ ହାତଗୋଡ଼ ବାନ୍ଧି ଲୁଟ୍ ଘଟଣାରେ ଆଉ ୨ ଜଣ ଗିରଫ

Published By : Ladu Kishor | May 27, 2025 9:31 PM

ସୋର ୨୭/୫ : ସୋର ଥାନା ଟେଣ୍ଟେଇ ପଞ୍ଚାୟତ ଦୟାନିଧିପୁର ଗ୍ରାମରେ ହାତ ଗୋଡ଼ ବାନ୍ଧି ଗୁଳି ଫୁଟାଇ ଲୁଟ ଘଟଣାରେ ପୁଲିସ ଅନ୍ୟ ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ଦୟାନିଧିପୁର ଗ୍ରାମରେ ଗତ ବୁଧବାର ବିଳମ୍ବିତ ରାତିରେ ରବିନ୍ଦ୍ର ନାୟକଙ୍କ ଘରେ ୭ ରୁ ୮ ଜଣ ଦୁବୃର୍ତ୍ତ ପଶି ସ୍କ୍ରିନ ଚିରି ପରିବାର ଲୋକଙ୍କ ହାତ ଗୋଡ଼ ବାନ୍ଧି ୧୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଗହଣା ସମେତ ନଗଦ ୫୦ ହଜାର ଟଙ୍କା ଲୁଟି ନେଇଥିଲେ। ଉପରେ ଶୋଇଥିବା ରବୀନ୍ଦ୍ରଙ୍କ ପୁଅ ନିକଟରୁ ଖବର ପାଇ ପଡୋଶୀ ବଳରାମ ରାଉତ ଏବଂ ପ୍ରଶାନ୍ତ ରାଉତ ସେଠାରେ ପହଞ୍ଚିଥିବା ବେଳେ ଅଭିଯୁକ୍ତ ମାନେ ଗୁଳି ମାଡ଼ରେ ଦୁଇ ପଡୋଶୀଙ୍କୁ ଗୁରୁତର ଆହତ କରିଥିଲେ । ଏ ବାବଦରେ ରବୀନ୍ଦ୍ରଙ୍କ ପତ୍ନୀ ମଞ୍ଜୁଲତା ସୋର ଥାନାରେ ଅଭିଯୋଗ କରିବା ପରେ   ପୁଲିସ ୪୦୩/୨୫ ରେ ଏକ ମାମଲା ରୁଜ୍ଜୁ କରିଥିଲା । 

ଉକ୍ତ ଘଟଣା ପରେ ବାଲେଶ୍ୱର ଏସପି ରାଜ ପ୍ରସାଦ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିଲେ । ପରେ ତାଙ୍କ ନେତୃତ୍ୱରେ ଅତିରିକ୍ତ ଏସପି ଦେବଜ୍ୟୋତି ଦାସ, ସଦର ଏସଡିପିଓ ଶୁଭ୍ରାଂଶୁ ନାୟକ, ସୋର ଆଇଆଇସି ସୁଦୀପ୍ତ ସାହୁ ଏବଂ ସୋର ଥାନାର କିଛି ପୁଲିସ ଅଧିକାରୀଙ୍କୁ ନେଇ ଟିମ ଗଠନ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ପରିବାର ଲୋକଙ୍କ ସହଯୋଗରେ ଅଭିଯୁକ୍ତର ସ୍କେଚ ତିଆରି କରାଯାଇଥିଲା । ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବାଗୁଡ଼ି ଅଂଚଳରୁ ଘଟଣାର ୨୪ ଘଣ୍ଟା ମଧ୍ୟରେ ଘଟଣାର ମୁଖ୍ୟ ଅଭିଯୁକ୍ତ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଆଲାବାଗ ଗ୍ରାମର ମନରଞ୍ଜନ ପାଣି (୩୪) କୁ ଗିରଫ କରି ସୋର ପୁଲିସ କୋର୍ଟ ଚାଲାଣ କରିଥିଲା।

ପୁଲିସ ତା ନିକଟରୁ  ଦୁଇଟି ପିସ୍ତଲ, ୨୦ ଗୋଟି ଅଫୁଟା ଗୁଳି, ଗୋଟିଏ ସୁନା ନେକଲେସ, ୪ ଟି ସୁନା ଚେନ, ୪ ହଳ କାନଫୁଲ, ୯ ଟି ସୁନା ମୁଦି, ୪ ହଳ ସୁନା ଚୁଡ଼ି, ୫ ଶହ ଗ୍ରାମ ରୁପା, ୪ଟି ମୋବାଇଲ, ଗୋଟିଏ ବୁଲେଟ ବାଇକ, ନଗଦ ୨୭ ହଜାର ଟଙ୍କା, ହନୁମାନ ପଇସା ସମେତ କିଛି ପୁରୁଣା କଏନକୁ ଜବତ କରିଥିଲା । ଅଭିଯୁକ୍ତ ନାମରେ ଖଇରା, ସୋର, ସିମୁଳିଆ, ବାସୁଦେବପୁର,ଚାନ୍ଦବାଲି, ତାଳଚେର ସଦର ସମେତ ବିଭିନ୍ନ ଥାନାରେ ୧୯ ରୁ ଅଧିକ  ମାମଲା ଥିବା ଜଣାପଡିଥିଲା। ତେବେ ଏହି ଘଟଣାରେ ପୁଲିସ ଅନ୍ୟ ଦୁଇ ଅଭିଯୁକ୍ତ କୁରୁଡ଼ା ଗ୍ରାମର ଅଜୟ କୁମାର ମହାନ୍ତି (୩୦) ଏବଂ ଚରମ୍ପା ଅଞ୍ଚଳର ବିଶ୍ୱନାଥ ଧଡ଼ା (୩୧) କୁ ପୁଲିସ ଗିରଫ କରି ଆଜି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି । ପୁଲିସ ବିଶ୍ୱନାଥ ପାଖରୁ ୨ ଟି ସୁନାଚେନ, ୩ ଟି ସୁନା ମୁଦି, କାନଫୁଲ ୨ ହଳ, ରୁପାଚେନ ୨ ଟି ଏବଂ ରୁପା ପାଉଁଜି ୨ ହଳ ପୁଲିସ ଜବତ କରିଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.