ପ୍ରମୂଖ ଖବର
  • ଗଞ୍ଜାମ: ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବିଭିନ୍ନ ଦାବି ନେଇ ଗଞ୍ଜାମ ବ୍ଲକ ଘେରାଉ
  • ||
  • ରାଉଲକେଲା: ଦଶାହ କର୍ମ ପାଇଁ ଆସିଥିବା ଯୁବକଙ୍କୁ ତୀର ମାଡ଼,ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି, ଅଭିଯୁକ୍ତ ଫେରାର
  • ||
  • ବୁଧବାର ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • 'ଏ ଜୋକର ଭାରତ ସହ ଲଢିବେ', ଜାଣନ୍ତୁ କେଉଁ ଫଟୋକୁ ନେଇ ପାକିସ୍ତାନ ଉପରେ ବର୍ଷିଲେ ୱୱେସୀ
  • ||
  • ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେଶ ତଥା ରାଜ୍ୟର ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦିଗକୁ ନେଇ କଲେ ଆଲୋଚନା
  • ||
  • ଭଦ୍ରକ ଅଲଟ୍ରା ସାଉଣ୍ଡର ତ୍ରୁଟି ପୂର୍ଣ୍ଣ ରିପୋର୍ଟ ଅଭିଯୋ, ମୃତ ଶିଶୁକୁ ଧରି ରାସ୍ତାରୋକ, ଗାଡ଼ି ଚଳାଚଳ ଠପ୍‌
  • ||
  • ଗଞ୍ଜାମ: ବଡ଼ ଆର୍ଜିପଲ୍ଲୀରେ ଡେଙ୍ଗୁ ଆତଙ୍କ: ୧୩ବର୍ଷର ନାବାଳକର ମୃତ୍ୟୁ ଅଭିଯୋଗ, ୮ଜଣ ଆକ୍ରାନ୍ତ
  • ||
  • ନାକଟିଦେଉଳ : ବିଦ୍ୟୁତ୍ ଆଘାତରେ ସ୍ତ୍ରୀ ମୃତ, ସ୍ଵାମୀ ଗୁରୁତର
  • ||
  • ମୁଣ୍ଡ ନୁଆଁଇଲା ପାକିସ୍ତାନ; ଭାରତ ସହ ଶାନ୍ତି ଆଲୋଚନା ଚାହୁଁ କହିଲେ ଶହବାଜ୍ ସରିଫ୍
  • ||
  • ଗଞ୍ଜାମ: ଘର ଆଗରେ ଗଣ୍ଡଗୋଳ କରିବାକୁ ମନା କରିବାରୁ ଯୁବକଙ୍କୁ ଛୁରାମାଡ଼
  • ||
  • ଢ଼େଙ୍କାନାଳ: ବାଇକ୍‌କୁ ଧକ୍କା ଦେଲା ତେଲ ବୋଝେଇ ଟ୍ୟାଙ୍କର , ପତ୍ନୀ ମୃତ, ସ୍ୱାମୀ ଓ ଶିଶୁପୁତ୍ର ଆହତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ଟେବୁଲ୍‌ ଟପ୍ପର ଲକ୍ଷ୍ୟରେ ରଜତ ବାହିନୀ
  • ||
  • ଚାଞ୍ଚଲ୍ୟ; ପ୍ରବଚନ ଶୁଣି ଫେରୁଥିଲେ, କାର୍‌ରୁ ମିଳିଲା ପରିବାରର ୭ ଜଣଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ରଥ ଖଳା ହାଲ୍‌ଚାଲ୍...ରଥ ବ୍ରେକ୍‌ ଅଖ ନିର୍ମାଣ ଆରମ୍ଭ, ଚକରେ ଲାଗୁଛି ପନ୍ଦାରି ଚାବି
  • ||
  • ମଙ୍ଗଳବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା,୨୯ ତାରିଖ ବେଳକୁ ମୌସୁମୀ ପହଞ୍ଚିପାରେ
  • ||

ଭଞ୍ଜନଗର ପୁଲିସକୁ ବଡ଼ ସଫଳତା: ୭ଟି ପିସ୍ତଲ ସହ ୧୫ ରାଉଣ୍ଡ୍ ଗୁଳି ଏବଂ ୨ଟି କାତି ଜବତ, ୯ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

Published By : Rasmita Pradhan | May 27, 2025 2:52 PM

ଭଞ୍ଜନଗର, ୨୭/୫ : ଭଞ୍ଜନଗର ପୁଲିସକୁ ବଡ଼ ସଫଳତା। ଏକାଥରକେ ୭ଟି ପିସ୍ତଲ, ୧୫ ରାଉଣ୍ଡ୍ ଜୀବନ୍ତ ଗୁଳି, ଏବଂ ୨ଟି କାତି ଜବତ କରିବା ସହ ୯ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି। ଏବେ ସୁଦ୍ଧା ଗତ ୨ ମାସ ଭିତରେ ଭଞ୍ଜନଗର ପୁଲିସ ୧୨ଟି ପିସ୍ତଲ ଜବତ କରିବା ସହ ବହୁ ହାର୍ଡକୋର୍ ଅପରାଧୀକୁ ଧରିବାରେ ସକ୍ଷମ ହୋଇଛି। ଗଞ୍ଜାମ ପୁଲିସ ଜିଲ୍ଲାରେ ଭଞ୍ଜନଗର ପୁଲିସର ଏହା ସବୁଠାରୁ ବଡ଼ ଅପରେସନ ବୋଲି ଭଞ୍ଜନଗର ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ସୂଚନା ଦେଇଛନ୍ତି।

ଏସପିଙ୍କ ସୂଚନା ଅନୁଯାୟୀ, ସୋମବାର ସ୍ଥାନୀୟ ପୁଲିସ ଏସଆଇ ଲକ୍ଷ୍ମୀଧର ମହାନ୍ତି କିଛି ଷ୍ଟାଫ୍‌ଙ୍କୁ ନେଇ ଜିଲୁଣ୍ଡି ଇଲାକାରେ ସକାଳ ସାଢେ ୧୦ଟାରେ ପାଟ୍ରୋଲି° କରୁଥିବା ବେଳେ କେତେକ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ଜିଲୁଣ୍ଡି ତାରିଣୀ ମନ୍ଦିରରେ ଚଢାଉ କରିଥିଲେ। ଆଉ ପୁଲିସକୁ ଦେଖି ଅପରାଧୀମାନେ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ପୁଲିସ ଏମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଆଉ ଏମାନଙ୍କ ଠାରୁ ସୂଚନା ପାଇ ପରେ ଲଣ୍ଡେଇ ସାହିର ଏକ ଘରେ ଚଢାଉ କରି ଅନ୍ୟ ୫ ଜଣକୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଭୁବନେଶ୍ବର ନୟାପଲ୍ଲୀର ସରୋଜ ଦାଶ(୨୩ ବର୍ଷ), ଭଞ୍ଜନଗର ଥାନା କଇଣ୍ଡି ଗ୍ରାମର ଅନୀଲ ବେହେରା (୩୦ ବର୍ଷ), ବିଞ୍ଝଗିରି ଗ୍ରାମର ଟୁକୁନା ପାତ୍ର (୩୭ ବର୍ଷ), ଲାଲ ସିଂ ଗ୍ରାମର ସନାତନ ପ୍ରଧାନ (୨୩ ବର୍ଷ), ଜିଲୁଣ୍ଡି ଗ୍ରାମର ବାଦଲ ସାହୁ(୧୮ ବର୍ଷ), ବେଲଗୁଣ୍ଠା ଥାନା ଅନ୍ତର୍ଗତ ବେଲଗୁଣ୍ଠା ଆଶା ସାହିର ବ୍ରଜ ମୋହନ ସାହୁ ଓରଫ ବାଜାରା(୨୫ ବର୍ଷ), ଭଞ୍ଜନଗର ଥାନା ଜାମପଲ୍ଲୀ ଗ୍ରାମର ସୁନୀଲ କୁମାର ସାବତ(୩୦ ବର୍ଷ), ଲଣ୍ଡେଇସାହି ଚିଦାନନ୍ଦ ମାର୍ଗର ସଂଗ୍ରାମ କିଶୋର ଭୂୟାଁ (୩୧ ବର୍ଷ) ଓ ଅଗଝୋଳ ଗ୍ରାମର ଦିବ୍ୟାଙ୍ଗ ଆରୁଖ (୧୯ ବର୍ଷ)। 

ଏମାନଙ୍କ ନିକଟରୁ ପୁଲିସ ୨ଟି ୯ ଏମ୍‌ଏମ୍ ପିସ୍ତଲ୍, ୨ଟି ଦେଶୀ ସିଙ୍ଗଲ୍ ସଟ୍ ପିସ୍ତଲ୍, ଗୋଟିଏ ୭.୬୨ ଏମ୍‌ଏମ୍ ପିସ୍ତଲ୍ ଓ ୨ଟି ପ୍ଳାଷ୍ଟିକ୍ ଲାଇଟର୍ ପିସ୍ତଲ୍ ସହ ୧୫ଟି ଜୀବନ୍ତ ଗୁଳି, ୨ଟି କାତି ଜବତ କରିଛି। ଏମାନଙ୍କ ମଧ୍ୟରୁ ୫ ଜଣ ପେଶାଦାର ଅପରାଧୀଙ୍କ ନାମରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଥିବା ଅତିରିକ୍ତ ଏସପି ରଞ୍ଜନ ଦେ ସୂଚନା ଦେଇଛନ୍ତି। ମଙ୍ଗଳବାର ମଧ୍ୟାହ୍ନ ସାଢେ ୧୨ଟାରେ ଭଞ୍ଜନଗର ଥାନା ପକ୍ଷରୁ ଏକ ପ୍ରେସ୍‌ମିଟ୍ ଆୟୋଜିତ ହୋଇଥିଲା। ଏଥିରେ ଏସଡିପିଓ ସୁଜିତ କୁମାର ନାୟକ, ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ସମେତ ଥାନାର ବହୁ ଅଧିକାରୀ ଉପସ୍ଥିତ ଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.