କେନ୍ଦୁଝର ସଦର, ୧୦/୧୧ : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରାଇସୁଆଁ ପଞ୍ଚାୟତ ରାଇସୁଆଁ ଖେଳ ପଡିଆରେ ରାଇସୁଆଁ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଦୁଇ ଦିନିଆ ଟୁର୍ଣ୍ଣାମେଣ୍ଟରେ ଆଖପାଖ ଅଞ୍ଚଳରୁ ୩୨ଟି ଦଳ ଅଂଶ ଗ୍ରହଣ କରି ଦୁଇଟି ଗ୍ରୁପରେ ଖେଳ ପ୍ରଦର୍ଶନ କରିଥିଲେ। ଉଦଯାପିତ ଦିବସର ଫାଇନାଲ ମ୍ୟାଚ୍ ଶ୍ରୀଗଣେଶ ଏକାଦଶ ଏଵଂ କଟଲପଶି ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ କଟଲପଶି ବିଜୟ ହୋଇ ଚଳିତ ବର୍ଷ ଚାମ୍ପିଅନ ହୋଇଛି।
ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତେଲକୋଇ ବିଧାୟକ ଡ଼ାକ୍ତର ଫକୀର ମୋହନ ନାୟକ ଯୋଗ ଦେଇଥିଲେ। ଖେଳ ପଡ଼ିଆକୁ ମିନି ଷ୍ଟାଡିୟମରେ ପରିଣତ କରିବା ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ନିକଟରେ ଆଲୋଚନା କରାଯିବ ବୋଲି ବିଧାୟକ କହିଛନ୍ତି । ସମ୍ମାନୀତ ଅତିଥି ଭାବେ ବିଜେପି ସଦର ନିର୍ବାଚନ ମଣ୍ଡଳୀ ସଂଯୋଜକ ବିବେକାନନ୍ଦ ମହାନ୍ତ, ଜିଲ୍ଲା ଉପସଭାପତି ଗୋପିନାଥ ରାମ, ରାଇସୁଆଁ ମଣ୍ଡଳ ସଭାପତି ବାବୁ ସେଠୀ ପ୍ରମୁଖ ଯୋଗ ଦେଇ ଚମ୍ପିୟାନ ଦଳ କଟଲପଶି ଏଵଂ ରନର୍ସଅଫ ଶ୍ରୀଗଣେଶ ଦଳକୁ ପୁରସ୍କୃତ କରିଛନ୍ତି। ଏହି ଖେଳକୁ ରାଇସୁଆଁ କ୍ରୀଡା ସଂଘର ପ୍ରଦୀପ କୁମାର ସେଠୀ, ରବିନାରାୟଣ ରଥ,ସନାତନ ରାଉତ, ସୁଦର୍ଶନ ମହାରଣା,ବେଣୁଧର ପରିଡା,ଶରତ ଚନ୍ଦ୍ର ରାଉତ, ମନ ରାଉତ,ଲକ୍ଷ୍ମୀଧର ଉପାଧ୍ୟାୟ, ଠାକୁର ମାର୍ଡି, ସୁଶାନ୍ତ ଟୁଡୁ, ସୁରେନ୍ଦ୍ର ସାହୁ,ସନାତନ ମାର୍ଡୀ, ସୁନାରମ ମାର୍ଡ଼ି ପ୍ରମୁଖଙ୍କ ସହଯୋଗ କରିଥିଲେ। ଖେଳରେ ସୁରେନ୍ଦ୍ର ମହାନ୍ତ, ରବି ମହାରଣା, ଶାନ୍ତନୁ ବାରିକ ଓଡ଼ିଆ ହିନ୍ଦୀ ଭାଷାରେ ଧାରା ବିବରଣି ପ୍ରଦାନ କରିଥିବା ବେଳେ ରେଫୁରୀ ଭାବେ ସୁଦର୍ଶନ ବାରିକ ଏଵଂ ତାଙ୍କ ସହିଯୋଗୀଙ୍କ ଦ୍ଵାରା ଖେଳ ପରିଚାଳିତ ହୋଇଥିଲା।