ପ୍ରମୂଖ ଖବର
  • ଭଦ୍ରକ : ଭଦ୍ରକ ସହରର ଏଲେଖା ନିକଟ ଏକ ଘରୁ ମିଳିଲା ବ୍ରାଉନସୁଗାର ସହ ପୁଳା ପୁଳା ଟଙ୍କା
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଖଣ୍ଡଗିରି ସବରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣୀ
  • ||
  • ବେତନଟୀ : ଟ୍ରକ୍‌ ଧକ୍କାରେ ବୁଲେଟ୍‌ ଚାଳକଙ୍କ ମୃତ୍ୟୁ, ଜଣେ ଆହତ
  • ||
  • ଭଦ୍ରକ : ଶିଶୁ ମହୋତ୍ସବ ମହକ୍‌ ଉଦ୍‌ଘାଟିତ, ଅଂଶ ଗ୍ରହଣ କଲେ ୪୨୨ ଛାତ୍ରଛାତ୍ରୀ
  • ||
  • ମୁନିଗୁଡ଼ା : ଦୋକାନ ଖୋଲିବା ବେଳେ ଲୁଟ୍‌, ସୁନା ବ୍ୟାଗ୍‌ ଧରି ଚମ୍ପଟ ମାରିଲେ ଦୁର୍ବୃତ୍ତ
  • ||
  • ଆଠଗଡ : ୧୪ ଲିଟର ଦେଶୀ ମଦ ଜବତ, ମହିଳା ଗିରଫ
  • ||
  • କନ୍ଧମାଳ : ମୋବାଇଲ ଟାୱାର ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ, ଟାୟାର ଜାଳି ରାସ୍ତାରୋକ
  • ||
  • ରିଆମାଳ : ସନ୍ଦେହ ଜନକ ଭାବେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
  • ||
  • ତେଲକୋଇରେ କଙ୍ଗାରୁ କୋର୍ଟ, ଦୁଇ ଧାନ ଚୋରଙ୍କ ମୁହଁରେ କାଳି ବୋଳି ଶାସ୍ତି ଦେଲେ ଲୋକେ
  • ||
  • ଚିତ୍ରକୋଣ୍ଡା : ମାଓବାଦୀଙ୍କ ନାଁରେ ଆଦାୟ କରୁଥିଲେ ବଟି, ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • କନ୍ଧମାଳରେ ଅପରେସନ୍‌ ନୀଳ ଜହର, ୧୩୦ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ
  • ||
  • ସାଲେପୁର : ଅଜଣା ଗାଡି ଧକ୍କାରେ ୩ ଆହତ
  • ||
  • ଆଠମଲ୍ଲିକ : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • ରାଜ୍ୟରେ ଲୁଚକାଳି ଖେଳୁଛି ଶୀତ: ଆଜି ୧୧ ଜିଲ୍ଲାରେ ବର୍ଷା ସମ୍ଭାବନା, ବୁଧବାରଠାରୁ ୪ ଡିଗ୍ରୀ କମିବ ତାପମାତ୍ରା
  • ||

ରେଳବାଇ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଅବହେଳିତ; ପୁରୀ ବଡ଼ବିଲ ଟ୍ରେନକୁ ତୁରନ୍ତ କଟକ ଦେଇ ଚଳାଚଳ କରିବାକୁ ଦାବି

କେନ୍ଦୁଝର ସଦର ୧୦/୧୧ : କେନ୍ଦୁଝର ଜିଲ୍ଲାରୁ ରେଳ ଯୋଗେ ଖଣିଜ ପରିବହନ କରି କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କା ରାଜସ୍ବ ପାଉଥିବାବେଳେ ସମୁଦ୍ରକୁ ଶଙ୍ଖେ ପାଣି ସୁଦୃଶ୍ୟ ରେଳ ବିଭାଗ ତରଫରୁ ହାତ ଗଣତି କେତୋଟି ଯାତ୍ରୀବାହୀ ଟ୍ରେନ ଜନସାଧାରଣଙ୍କ ଯାତାୟାତ ପାଇଁ ଚଳାଚଳ କରିବାର ବ୍ୟବସ୍ଥା କରାଯାଇଛି । ସେଥିରେ ମଧ୍ୟ ଜିଲ୍ଲାବାସୀଙ୍କୁ ଭକୁଆ ବନା ଯାଉଛି । ପ୍ରକାଶ ଯେ, ବଡବିଲଠାରୁ ପୁରୀ ଟ୍ରେନ ନଂ ୧୮୪୧୫ ଓ ପୁରୀ ଠାରୁ ବଡବିଲ   ଟ୍ରେନ ନଂ ୧୮୪୧୬ ଭାୟା କଟକ ଦେଇ ଯାତାୟାତ କରୁଥିଲା । କେନ୍ଦୁଝରବାସୀଙ୍କ ନିମନ୍ତେ ଏହି ଯାତ୍ରୀବାହୀ ଟ୍ରେନ ଦ୍ଵାରା କମ ଖର୍ଚ୍ଚରେ କଟକ ବଡ ମେଡ଼ିକାଲକୁ ଯାତାୟାତ କରିବା ସୁବିଧା ହେଉଥିବାବେଳେ ହାଇକୋର୍ଟ କାର୍ଯ୍ୟରେ ମଧ୍ୟ ସଠିକ ସମୟରେ ଯୋଗ ଦେଇ ପାରୁଥିଲେ । 

ଏହାପରେ ମଧ୍ୟ କଟକ ପୁରୁଣା ସହର ଓ ବାଣିଜ୍ୟର ପେଣ୍ଠ ସ୍ଥଳି ହୋଇ ଥିବାବେଳେ ବ୍ୟବସାୟୀ ଓ ଜନସାଧାରଣ ବିଭିନ୍ନ କାର୍ଯ୍ୟରେ କଟକ ସହର ଉପରେ ନିର୍ଭର କରି ଆସୁଥିଲେ। କିନ୍ତୁ ଦୁଃଖ ଓ ପରିତାପର ବିଷୟ  ଏହି କିଛି ଦିନ ପୂର୍ବରୁ ରାସ୍ତା କାର୍ଯ୍ୟ ମରାମତି ଦର୍ଶାଇ ହଠାତ ପୂର୍ବତଟ ରେଳ ପଥ  ତରଫରୁ ଭାୟା କଟକ ପରିବର୍ତ୍ତେ ଭାୟା କପିଳାସ ରୋଡନରାଜ, ବାରଙ୍ଗ, ଭୁବନେଶ୍ୱର ଦେଇ ଉକ୍ତ ଯାତ୍ରୀବାହୀ ଟ୍ରେନ ଯାତାୟତ କରୁଛି । ଯାହାଫଳରେ ଯାତ୍ରୀମାନେ ବହୁ ହଇରାଣ ହରକତ ହେଉଥିବା ବେଳେ ଅଯଥା ଖର୍ଚ୍ଚାନ୍ତ ହେଉଥିବା ଦେଖିବାକୁ ମିଳୁଛି। କିନ୍ତୁ ଉକ୍ତ କପିଳାସ ରୋଡ଼, କଟକ ରେଳ ପଥ ଦେଇ  ବହୁସଂଖ୍ୟାରେ ମାଲବାହୀ ଟ୍ରେନ,ସ୍ଵତନ୍ତ୍ର ଟ୍ରେନ ମାନ ପୂର୍ବ ଭଳି ଏବେ ମଧ୍ୟ ଚାଲୁ ରହିଛି । ଏଥିରୁ ଅନୁମେୟ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାର ଜନସାଧାରଣଙ୍କ ପ୍ରତି କିପରି ରେଳ ବିଭାଗ ହେୟ ଜ୍ଞାନ କରି ଚାଲିଛି ।  

ଆଗରୁ କେନ୍ଦୁଝର ଜିଲ୍ଲାର  ଖଣି,ପାଣି, ଜମି, ବାଲି ଠାରୁ ଆରମ୍ଭ କରି ସମସ୍ତ ଜିନିଷ ଉପରେ ବିଭିନ୍ନ ବଡ ବଡ କମ୍ପାନୀଙ୍କ ନଜର ଥିଲା ଏବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟ ଲୋଲୁପ ଦୃଷ୍ଟି ପଡୁଥିବା ଏଥିରୁ ସହଜେ ଅନୁମେୟ। ପୁରୀ ଠାରୁ କେନ୍ଦୁଝର ଦେଇ ଅଯୋଧ୍ୟା ଟ୍ରେନ ପୂର୍ବରୁ ଘଷଣା ହୋଇଥିଲେ ମଧ୍ୟ ଏବେ ସୁଦ୍ଧା ଆରମ୍ଭ ହୋଇ ପାରିନାହିଁ। କେନ୍ଦୁଝରରୁ ହାୱାଡା, କେନ୍ଦୁଝରରୁ ଟାଟା, ଚେନ୍ନାଇ ଓ ମୁମ୍ବାଇ ପାଇଁ ଦୈନିକ ରେଳ ଚଳାଚଳ କରିବାକୁ କେନ୍ଦୁଝର ବାସୀ ବାରମ୍ବାର  ଦାବି କରି ଆସୁଥିଲେ ମଧ୍ୟ ସବୁବେଳେ କେନ୍ଦୁଝର ଜିଲ୍ଲାକୁ ଅବହେଳା ଓ ଅଣଦେଖା କରାଯାଉଥିବାରୁ କେନ୍ଦୁଝରବାସୀ ରେଳ ବିଭାଗ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୁଷ୍ଟ ହୋଇ ପଡିଛନ୍ତି। ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ଲୋକେ ରେଳବାଇ କ୍ଷେତ୍ରରେ ଅବହେଳିତ ହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଣୁ ତୁରନ୍ତ ପୁରୀ ବଡ଼ବିଲ ଯାତ୍ରୀବାହୀ ଟ୍ରେନର ଦିଗ ପରିବର୍ତ୍ତନ ନ କରି ଜନସାଧାରଣଙ୍କ ସୁବିଧା ପାଇଁ ପୂର୍ବ ଭଳି ଭାୟା କଟକ ଦେଇ ଯାତାୟାତ କରିବା ସହିତ ଦେଶର ସମସ୍ତ ମହାନଗରୀକୁ ତୁରନ୍ତ ରେଳସେବା ଯୋଗାଇ ଦେବା ନିମନ୍ତେ ହାଡିବନ୍ଧୁ ନାଏକ, ଶମ୍ଭୁନାଥ ନାଏକ, ହରେକୃଷ୍ଣ ମହାନ୍ତ, ସୁଜନ ଦେହୁରୀ, ପ୍ରେମା ସିଂ, ସତ୍ୟଭାମା ମୁଣ୍ଡା, ଅର୍ଜୁନ ମହାରଣା, ସମ୍ରା ଟୁଡୁ, ନିରୋଦ ବେହେରା, ବିପିନ ବିହାରୀ ମିଶ୍ର, ବାବାଜୀ ପାତ୍ର, ତୁଳସୀ ପାତ୍ର ପ୍ରମୁଖ ନିବେଦନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.