ପାଟନା: ଲୋକସଭାର ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲଙ୍କ ଗାନ୍ଧୀଙ୍କ ଅଡ଼ୁଆ ବଢ଼ିଲା । ବିହାରର ଦରଭଙ୍ଗା ଜିଲ୍ଲା ପ୍ରଶାସନ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି । ସିଆରପିସି ୧୬୩ ଉଲ୍ଲଂଘନ କରିଥିବାରୁ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଦରଭଙ୍ଗା ଜିଲ୍ଲାପାଳ । ଏନେଇ ଜିଲ୍ଲାପାଳ ଖବର ସରବରାହ ସଂସ୍ଥା ଏଏନଆଇକୁ ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ରାହୁଲ ଗାନ୍ଧୀ ଆମ୍ବେଦକର ହଷ୍ଟେଲରେ ଛାତ୍ରମାନଙ୍କୁ ସମ୍ବୋଧିତ କରିବା ପାଇଁ ମଞ୍ଚ ଉପରେ ପହଞ୍ଚିଥିଲେ। କିନ୍ତୁ ଏଥିପାଇଁ ରାହୁଲ ଗାନ୍ଧୀଙ୍କୁ ଅନୁମତି ମିଳିନଥିଲା । ପୋଲିସ ମଧ୍ୟ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ବିହାର କଂଗ୍ରେସ ମଧ୍ୟ ଏକଥାକୁ ସ୍ବୀକାର କରିଛି । କଂଗ୍ରେସ ନେତାଙ୍କ କହବା ଅନୁସାରେ, ଦରଭଙ୍ଗା ଜିଲ୍ଲା ପ୍ରଶାସନ ସେମାନଙ୍କୁ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଅନୁମତି ଦେଇ ନଥିଲା।
ପୋଲିସ ଓ ଜିଲ୍ଲା ପ୍ରସାସନର ବାରଣ ସତ୍ତ୍ବେ ପଛ ଗେଟ୍ ଦେଇ ଆମ୍ବେଦକର ହଷ୍ଟ୍ରେଲରେ ପହଞ୍ଚିଥିଲେ ରାହୁଲ । ସେଠାରେ ରାହୁଲ ଗାନ୍ଧୀ କହିଥିଲେ ଯେ, ମୁଁ ଆପଣଙ୍କୁ ଭେଟିବା ପାଇଁ ଦିଲ୍ଲୀରୁ ଆସିଛି। ମୋର ଚେଷ୍ଟା ଥିଲା ତୁମ ସହିତ କଥା ହେବି । କିନ୍ତୁ ପ୍ରଶାସନ ମୋତେ ଅଟକାଇବାକୁ ଚେଷ୍ଟା କରିଥିଲା । ସେମାନେ ରାସ୍ତା ଅବରୋଧ କରିଥିଲେ, କିନ୍ତୁ ମୁଁ ତୁମମାନଙ୍କ ସହିତ କଥା ହେବା ପାଇଁ ପଛ ଦ୍ୱାର ଦେଇ ଆସିଲି ।
Bihar | Darbhanga district administration to take action against Lok Sabha LoP and Congress MP Rahul Gandhi for violation of CRPC 163: DM Darbhanga to ANI https://t.co/Re6sUdEu8b
— ANI (@ANI) May 15, 2025
ରାହୁଲ ଗାନ୍ଧୀ କହିଥିଲେ ଯେ, ବିହାର ପୋଲିସ ମୋତେ ଅଟକାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ସେମାନେ ମୋତେ ଅଟକାଇ ପାରିଲେ ନାହିଁ । ସେ ଆହୁରି କହିଥିଲେ, ତୁମମାନଙ୍କୁ ଜନଗଣନାରେ ସାମିଲ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଥିଲୁ । ଚାପରେ ଚେପା ମୋଦୀ ସରକାର ଜାତି ଭିତ୍ତିକ ଜନଗଣାନା କରିବାକୁ ଘୋଷଣା କରିଛନ୍ତି । କିନ୍ତୁ ମୋଦୀ ସରକାର , ସମ୍ବିଧାନ ଏବଂ ସଂଖ୍ୟାଲଘୁଙ୍କ ବିରୋଧୀ। ଏହା ଆଦାନୀ-ଅମ୍ବାନୀଙ୍କ ସରକାର, ତୁମର ନୁହେଁ । ମୁଁ ଗ୍ୟାରେଣ୍ଟି ଦେଉଛି ଯେ, ଭାରତ ଏବଂ ବିହାରରେ ଆମର ସରକାର ଗଠନ ହେବା ମାତ୍ରେ, ତୁମେ ଯାହା ଚାହୁଁଛ ତାହା ଆମେ କାର୍ଯ୍ୟକାରୀ କରିବୁ ବୋଲି ଦାବି କରିଥିଲେ ରାହୁଲ ଗାନ୍ଧୀ ।
ସୋସିଆଲ ମିଡିଆ ଏକ୍ସରେ ଭିଡିଓ ପୋଷ୍ଟ କରି ରାହୁଲ କ୍ୟାପ୍ସନରେ ଲେଖିଛନ୍ତି, ‘ନୀତିଶ ଜୀ ଏବଂ ମୋଦି ଜୀ, ଯଦି ପାରୁଛ ତେବେ ଏହାକୁ ବନ୍ଦ କରି ଦେଖାଅ । ଜାତି ଜନଗଣନାର ଝଡ଼ ସାମାଜିକ ନ୍ୟାୟ, ଶିକ୍ଷା ଏବଂ ନିଯୁକ୍ତିର ଏକ ବିପ୍ଳବ ଆଣିବ ।’