ପ୍ରମୂଖ ଖବର
  • ୨୧ରେ ଛତିଶା ନିଯୋଗ ବୈଠକ, ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ନୀତିକାନ୍ତିରେ ଲାଗିବ ମୋହର
  • ||
  • ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ: ଆସନ୍ତା୨୩ରେ ହୋଇପାରେ ଦଳ ଘୋଷଣା
  • ||
  • ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ ସ୍ଥାନରେ ଚଢାଉ
  • ||
  • ଲକ୍ଷ୍ନୌ: ଚଳନ୍ତା ସ୍ଲିପର୍‌ ବସ୍ ଭୟଙ୍କର ଅଗ୍ନିକାଣ୍ଡ, ୫ ଯାତ୍ରୀଙ୍କ ଚାଲିଗଲା ଜୀବନ,ଏକାଧିକ ଗୁରୁତର, ଦିଲ୍ଳୀରୁ ବିହାରକୁ ୬୦ ଯାତ୍ରୀଙ୍କୁ ନେଇ ଯାଉଥିଲା
  • ||
  • ଘଟଗାଁରେ ବନ ବିଭାଗର ଚଢ଼ାଉ ଜାରି, ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ
  • ||
  • ପ୍ରକାଶ ପାଇଲା ପ୍ରାଥମିକ, ମାଧ୍ୟମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର: ଆଜିଠୁ ଆବେଦନ, ଜୁନ୍‌ରେ ବଦଳି ନିର୍ଦ୍ଦେଶ
  • ||
  • ଜଳେଶ୍ୱର : ଚଢାଉ ବେଳେ ପୋଲିସ ଗାଡ଼ିକୁ ପିଟିଲା ବାଲି ବୋଝେଇ ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ୩ ପୋଲିସ କର୍ମଚାରୀ
  • ||
  • କାଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ
  • ||
  • ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,୧୦ ଉଗ୍ରବାଦୀ ନିପାତ
  • ||
  • ଓୟୋରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ରାସ୍ତାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୁଲିସ
  • ||
  • ଆଜିଠୁ ବଢ଼ିବ କାଳବୈଶାଖୀ, ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ: ୨୧ରୁ କମିପାରେ ତାତି
  • ||

ଭାରତର ‘ଅପରେସନ ସିନ୍ଦୂର’ରେ ଇସ୍ରାଏଲ ପୂରା ଖୁସି, ଆତଙ୍କର ଲଢେଇରେ ସହଯୋଗ କରିବାକୁ ଘୋଷଣା

Published By : Prameya | May 15, 2025 9:56 PM

ନୂଆଦିଲ୍ଲୀ : ପାକିସ୍ତାନରେ ଥିବା ଆତଙ୍କୀଙ୍କ ବିରୋଧରେ ଚାଲି ଥିବା ଅପରେସନ ସିନ୍ଦୂରର ସଫଳତାରେ ଇସ୍ରାଏଲ ପୂରା ଖୁସି ହୋଇଛି। ସେ ଆତଙ୍କ ବିରୋଧରେ ଭାରତର ଲଢେଇରେ ମଧ୍ୟ ସଂପୂର୍ଣ୍ଣ ରୂପେ ସହଯୋଗ କରିବାକୁ ଘୋଷଣା କରିଛି। ଅପେରସନ ସିନ୍ଦୂରର ପ୍ରଶଂସା କରି ଇସ୍ରାଏଲ ଭାରତ ସହ ପ୍ରତିରକ୍ଷା ସମ୍ୱନ୍ଧକୁ ଦୃଢ କରିବାକୁ ପ୍ରତିବଦ୍ଧତାର ମଧ୍ୟ ସ୍ପଷ୍ଟ କରିଛି। ଗତ ମାସରେ ୨୨ ଅପ୍ରେଲରେ ପହଲଗାମରେ ହୋଇଥିବା ଆତଙ୍କୀ ହମଲାର ଜବାବରେ ଭାରତ ପିଓକେ ଓ ପାକିସ୍ତାନରେ ଆତଙ୍କୀ ଠିକଣା ଗୁଡ଼ିକ ଉପରେ ଅପରେସନ ସିନ୍ଦୂର ମାଧ୍ୟମରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଏଥିରେ ୧୦୦ରୁ ଅଧିକ ଆତଙ୍କୀ ନିପାତ ହୋଇଥିଲେ। ଜୈଶ ଓ ଲସ୍କରର କ୍ୟାମ୍ପକୁ ମଧ୍ୟ ଧ୍ୱଂସ କରି ଦିଆ ଯାଇଛି।

ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ମେଜର ଜେନେରାଲ (ଆରଇଏସ) ଆମିର ବାରମ୍‌ ଗୁରୁବାର ଭାରତର ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହଙ୍କ ସହ ଫୋନରେ କଥାବାର୍ତ୍ତା ହୋଇଛନ୍ତି ଏବଂ ଆତଙ୍କବାଦ ବିରୋଧରେ ଭାରତର ଲଢେଇକୁ ଇସ୍ରାଏଲର ପୂରା ସମର୍ଥନ ଥିବା କହିଛନ୍ତି। ଏହା ବ୍ୟତୀତ , ଅପରେସନ ସିନ୍ଦୂରର ସଫଳତାର ମଧ୍ୟ ପ୍ରଶଂସା କରିଛନ୍ତି। ଉଭୟ ପକ୍ଷ ଦ୍ୱିପାକ୍ଷୀୟ ପ୍ରତିରକ୍ଷା ସମ୍ୱନ୍ଧତୁ ମଜବୁତ କରିବାକୁ ନିଜର ପ୍ରତିବଦ୍ଧତାକୁ ସ୍ପଷ୍ଟ କରିଛନ୍ତି ତଥା ରଣନୀତିକ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଭବିଷ୍ୟତର ରୂପରେଖ ଉପରେ ଆଲୋଚନା କରିଛନ୍ତି।

ଏହା ପୂର୍ବରୁ, ଭାରତରେ ଇସ୍ରାଏଲର ରାଷ୍ଟ୍ରଦୂତ ରୁବେନ ଅଜାର ଇସ୍ରାଏଲର ସମର୍ଥନର ସ୍ପଷ୍ଟ କରି କହିଥିଲେ ଯେ, ଇସ୍ରାଏଲ ଭାରତର ଆତ୍ମରକ୍ଷାର ଅଧିକାରର ସମର୍ଥନ କରିଥାଏ। ଆତଙ୍କବାଦୀଙ୍କୁ ଜଣାପଡ଼ିବା ଦରକାର ଯେ ନିର୍ଦ୍ଦୋଷ ଲୋକଙ୍କ ବିରୋଧରେ ତାଙ୍କର ଜଘନ୍ୟ ଅପରାଧରୁ ରକ୍ଷା ପାଇବା ପାଇଁ ତାଙ୍କ ପାଖରେ ଲୁଚିବାର କୌଣସି ରାସ୍ତା ନାହିଁ । ଏହା ବ୍ୟତୀତ , ଭାରତର ଆଉ ଜଣେ ନିକଟତର ବନ୍ଧୁ ଭାବେ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ମାରିଆ ଜଖାରୋଭା କହିଥିଲେ ଯେ, ରୁଷ୍‌ ଆତଙ୍କବାଦର ସବୁ କାର୍ଯ୍ୟର କଡ଼ା ନିନ୍ଦା କରିଥାଏ ଏବଂ ଏହାର ବିରୋଧ କରିଥାଏ। ଏହି ବୈଶ୍ୱିକ ବିପଦରୁ ବର୍ତ୍ତିବା ପାଇଁ ଅନ୍ତରାଷ୍ଟ୍ରୀୟ ସଂପ୍ରଦାୟର ଏକାଠି ହେବା ଜରୁରୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.