ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ଲଗାତର ବକ୍ସ ଅଫିସ୍‌ରେ ରେକର୍ଡ କରୁଛି ‘ପୁଷ୍ପା-୨’, ୩ ଦିନରେ ୫୯୮ କୋଟି ଟପିଲା

Published By : Krishna Priya | December 9, 2024 8:10 AM

ମୁମ୍ବାଇ ୦୯/୧୨: ଡିସେମ୍ବର ୫ ତାରିଖରେ ରିଲିଜ୍‌ ହୋଇଥିବା ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା-୨: ଦ ରୁଲ୍‌’ ଲଗାତର ବକ୍ସ ଅଫିସ୍‌ରେ ରେକର୍ଡ କରୁଛି । ତୃତୀୟ ଦିନରେ ଏହା ବିଶ୍ୱସ୍ତରରେ ୫୯୮.୯୦ କୋଟି ବ୍ୟବସାୟ କରିଛି । ଭାରତୀୟ ବକ୍ସ ଅଫିସ୍‌ରେ ଫିଲ୍ମର କଲେକସନ୍‌ ରହିଛି ୩୮୭.୯୫ କୋଟି । ‘ପୁଷ୍ପା-୨’ର ହିନ୍ଦୀ ସଂସ୍କରଣ କେବଳ ୩ ଦିନରେ ୨୦୫ କୋଟି ରୋଜଗାର କରିଛି । ସେ ଦୃଷ୍ଟିରୁ ଏହା ଶାହରୁଖ୍‌ ଖାନ୍‌ଙ୍କ ‘ଯୱାନ’ ଓ ରଣବୀର କପୁରଙ୍କ ‘ଆନିମଲ୍‌’ର ରେକର୍ଡକୁ ଭାଙ୍ଗିଛି ।

‘ଯୱାନ’ ୩ ଦିନରେ ୧୮୦ କୋଟି ଆୟ କରି ରେକର୍ଡ କରିଥିଲା । ସେହିପରି ‘ଆନିମଲ୍‌’ ୩ ଦିନରେ ୧୭୬.୮୫ କୋଟି କଲେକ୍ସନ୍‌ କରିଥିଲା । ଚତୁର୍ଥ ଦିନ ଅର୍ଥାତ୍‌ ରବିବାର ଫିଲ୍ମର ବ୍ୟବସାୟ ଆହୁରି ବୃଦ୍ଧି ହେବ ବୋଲି ଆକଳନ କରାଯାଉଛି । ସୂଚନାଥାଉକି, ରିଲିଜ୍‌ର ଦୁଇ ଦିନ ମଧ୍ୟରେ ଫିଲ୍ମଟି ବିଶ୍ୱସ୍ତରରେ ପ୍ରାୟ ୪୧୫ କୋଟି ଟଙ୍କା ବ୍ୟବସାୟ କରିଥିଲା । ଭାରତୀୟ ବକ୍ସ ଅଫିସ୍‌ରେ ଫିଲ୍ମର କଲେକ୍ସନ୍‌ ୨୬୫ କୋଟି ରହିଥିଲା । ଏହା ପୂର୍ବରୁ ଓପନିଂ ଡେ’ରେ ‘ପୁଷ୍ପା-୨’ ସାରା ବିଶ୍ୱରେ ୨୯୪ କୋଟି ରୋଜଗାର କରିଥିଲା । ଭାରତୀୟ ବକ୍ସ ଅଫିସ୍‌ରେ ଫିଲ୍ମର ଆୟ ୧୭୫.୧ କୋଟି ରହିଥିଲା ।

 

 

 

 

 

 

 

 

 

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.