ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ରଥ ଖଳା ହାଲ୍‌ଚାଲ୍ : ଡେରା ହେବ ଚକ ଅଖ, ୧୭ ଚକ ଶେଷ

ପୁରୀ, ୨୯/୦୫ : ରଥ ନିର୍ମାଣ ପରମ୍ପରା ଅନୁସାରେ ଭଉଁରୀରେ ଡେରା ହେବ ଚକ ଅଖ । ଚକ-ଅଖ ଡେରା ଅର୍ଥ ୩ ରଥର ୨ଟି ଲେଖାଏଁ ଚକରେ ଗୋଟିଏ ଲେଖାଏଁ ଅଖ ସଂଯୋଗ ହେବ । ସଂଯୁକ୍ତ ଚକ-ଅଖରେ ଲାଗି କରାଯିବ ମହାପ୍ରଭୁଙ୍କ ଆଜ୍ଞାମାଳ । ଏହାର ଯଥେଷ୍ଟ ପୂର୍ବରୁ ନିର୍ମାଣକାରୀ ୬ ନାହାକା ଚକ ଓ ୩ଟି ନାହାକା ଅଖ ପ୍ରସ୍ତୁତ କରି ରଖିଛନ୍ତି । ଏଣୁ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ରଥ ଆଜ୍ଞାମାଳ ବିଜେକୁ ଅପେକ୍ଷା କରିଛନ୍ତି ନିର୍ମାଣକାରୀ । ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଅନୁସାରେ ଠାକୁରଙ୍କ ସକାଳ ଧୂପ ସରିବା ପରେ ପୂର୍ବାହ୍ଣ ସାଢ଼େ ୯ଟାରେ ରଥେ ଆଜ୍ଞାମାଳ ବିଜେ ହେବ ବୋଲି ଧାର୍ଯ୍ୟ ହୋଇଛି । ଏଥିସହ ରଥଖଳା ଅଧିଶ୍ୱରୀ ମା’ ଚର୍ଚ୍ଚିକାଙ୍କୁ ମଧ୍ୟ ଆଜ୍ଞାମାଳ ଦିଆଯିବ । 

ଏପଟେ ରଥ ଖଳାରେ ବ୍ୟସ୍ତ ଅଛନ୍ତି ବିଶ୍ୱକର୍ମା, କରତି, ରୂପକାର ଓ ଭୋଇ ସେବକ । ରଥର ଚକ ତିଆରି ଆଗେଇ ଚାଲିଛି । ଭୋଇସେବକମାନେ ଯନ୍ତାଗାଡ଼ରେ ତୁମ୍ବରେ ଅର ଭୁଞ୍ଜି ସିଙ୍ଗଡ଼ା ପ୍ରସ୍ତୁତ କରୁଛନ୍ତି । ରଥଖଳାକୁ ସିଙ୍ଗଡ଼ା ବୋହି ନିଆଯାଉଛି । ସେଠାରେ ବିଶ୍ୱକର୍ମା ଓ ଭୋଇ ସେବକ ମିଶି ବିଲେଇ ବାଡ଼ିଆ ପଦ୍ଧତିରେ ସିଙ୍ଗଡ଼ାରେ ପହି ପିନ୍ଧାଇ ଚକ ପ୍ରସ୍ତୁତ କରୁଛନ୍ତି । ପହି ଅଭାବରୁ ଚକ କାମ ଧିମା ଥିଲା । ମଙ୍ଗଳବାର ରାତିରେ କଟକ ଖପୁରିଆ କରତକଳରୁ ପହି କାଠ ରଥଖଳାରେ ପହଞ୍ଚିଛି । ମଙ୍ଗଳବାର ତିନି ରଥର ଆଉ ଦୁଇଟି ଲେଖା ଚକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସନ୍ଧ୍ୟା ସୁଦ୍ଧା ତାଳଧ୍ୱଜର ୫ଟି ଓ ନନ୍ଦିଘୋଷର ୭ଟି ଓ ଦର୍ପଦଳନ ରଥର ୫ଟି କରି ୩ ରଥର ମୋଟ ୧୭ଟି ଚକ ତିଆରି ସରିଛି । ରଥ ଅମିନଙ୍କ ପରାମର୍ଶରେ ଭୋଇ ସେବକମାନେ କାଠ ବୋହି ଆଣି ଖଳାରେ ରଖୁଛନ୍ତି । 

ତିନି ରଥର ମୁଖ୍ୟ ବିଶ୍ୱକର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଶ୍ୱକର୍ମାମାନେ କାଠରେ ବାରିସି ଚଳାଇ ରଥର ବିଭିନ୍ନ ଅଂଶ ପ୍ରସ୍ତୁତ କରୁଛନ୍ତି । ରୂପକାରମାନେ ଗୁଜରେ ସିଂହ ବିରାଳ ଖୋଦେଇ ଜାରି ରଖିଛନ୍ତି । ଓଝା ସେବକମାନେ କମାର ଶାଳରେ ରଥ ଚକ ପାଇଁ ପନ୍ଦାରି, ପନ୍ଦାରି ଚାବି ଓ ବଳା ତିଆରି ଖଳାକୁ ଯୋଗାଉଛନ୍ତି । ବଡ଼ବାଡ଼ର ମୁଖ୍ୟ ଓଝା ସେବକ ଜଗନ୍ନାଥ ମହାରଣା, ମଝି ବାଡ଼ର ମୁଖ୍ୟ ଓଝା ସେବକ କେଦାର ମହାରଣା ଓ ମହାପ୍ରଭୁଙ୍କ ବାଡ଼ର ମୁଖ୍ୟ ଓଝା ସେବକ ଦାଶରଥୀ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କମାର ଶାଳରେ କମାର ସେବକମାନେ କାର୍ଯ୍ୟ ଜାରି ରଖିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.