ପ୍ରମୂଖ ଖବର
  • ପୋପ୍ ଫ୍ରାନ୍‌ସିସଙ୍ ପରଲୋକ, ୮୮ ବର୍ଷ ବୟସ​‌ରେ କଲେ ଶେଷ ନିଶ୍ବାସ୍ତ ତ୍ୟାଗ
  • ||
  • ଜଘନ୍ୟ ହତ୍ୟାକାଣ୍ଡ ଢେଙ୍କାନାଳ : ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା କଲେ ଦୁର୍ବୃତ୍ତ
  • ||
  • BCCI ଜାରି କଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ; ଆୟରଙ୍କୁ ବଡ଼ ଉପହାର, ରୋ-କୋଙ୍କୁ A+ ଗ୍ରେଡ଼
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପାପୁଲି କାଟିଦେଲେ ଦୁର୍ବୃତ୍ତ
  • ||
  • ପରିବାର ସହ ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ, ପ୍ରଧାନମନ୍ତ୍ରୀଙ୍କୁ ସହ କରିବେ ଡିନର
  • ||
  • ପୁରୀ : ଛାତ୍ରଙ୍କ ଉପରେ ଚଢିଗଲା ଟ୍ରକ୍‌, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ୱର : ଟ୍ରେନ୍‌ ଆଗକୁ ଯାଇ କରିଥିଲେ ଆତ୍ମହତ୍ୟା, ଭଦ୍ରକରୁ କଟି ଆସି ଭୁବନେଶ୍ୱର ଷ୍ଟେସନରେ ପଡ଼ିଲା ମୁଣ୍ଡ
  • ||
  • IPL 2025: ଟାଇଟନ୍ସକୁ ଭେଟିବ ନାଇଟ୍‌ ରାଇଡର୍ସ, ଲଢ଼ିବେ ଗିଲ୍- ରାହାଣେ
  • ||
  • ଲୋକଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସରକାର, ଆଜି ପଶ୍ଚିମ ଓଡ଼ିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ
  • ||
  • ପୁରୀ : ୭ ଦିନ ପରେ ମିଳିଲା ନିଖୋଜ ନାବାଳକର ମୃତଦେହ, ହତ୍ୟା ସନ୍ଦେହ
  • ||
  • ରାଜ୍ୟରେ କମିଲା କାଳବୈଶାଖୀ: ୨୫ ଯାଏ ତାତିରୁ ନିସ୍ତାର ନାହିଁ,୪୪ ଡିଗ୍ରୀ ଡେଇଁପାରେ ତାପମାତ୍ରା
  • ||

ବକ୍ସିଂ ଖେଳାଳିଙ୍କୁ ସହଯୋଗର ହାତ ବଢାଇଲେ ପୁରୀ ସାଂସଦ

Published By : Prameya | April 19, 2025 11:08 PM

ପୁରୀ,୧୯।୪ : ଜାତୀୟ ବକ୍ସିଂ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ଵ କରୁଥିବା ଚନ୍ଦନ ଥାପାଙ୍କ ସ୍ବପ୍ନ ପୁରୁଣ କରିବାରେ ସହାୟକ ହୋଇଛନ୍ତି ସାଂସଦ ସମ୍ବିତ ପାତ୍ର।  ଠିକ ସମୟରେ ଷ୍ଟେସନରେ ପହଞ୍ଚି ନ ପାରିବାରୁ ଟ୍ରେନ ଛାଡି ଚାଲି ଯାଇଥିଲା। ତେବେ ପ୍ରତିଯୋଗିତାରେ ଯୋଗ ଦେବା ପାଇଁ  ଚନ୍ଦନଙ୍କୁ  ସାଂସଦ ଉଡାଜାହାଜର ଟିକେଟ ପ୍ରଦାନ କରିଥିଲେ। ଫଳରେ ଚନ୍ଦନଙ୍କ  ପ୍ରତିଯୋଗିତାରେ ଯୋଗ ଦେବାର ଆଶା ପୂରଣ ହୋଇ ପାରିଛି। 

ଜାତୀୟ ବକ୍ସିଂ ପ୍ରତିଯୋଗିତା ଉତ୍ତରପ୍ରଦେଶର ଗ୍ରେଟର ନୋଇଡା ଠାରେ ଅନୁଷ୍ଠିତ ହେବ। ଏଥିପାଇଁ ଟ୍ରେନ ଯୋଗେ ଚନ୍ଦନ ଉତ୍ତରପ୍ରଦେଶ ଯିବାର ଥିଲା। ତେବେ ଶୁକ୍ରବାର ପ୍ରବଳ ବର୍ଷା ହେବା କାରଣରୁ ଚନ୍ଦନ ଷ୍ଟେସନରେ ଠିକ୍ ସମୟରେ ପହଞ୍ଚି ପାରି ନଥିଲେ। ରବିବାର ସକାଳେ ପ୍ରତିଯୋଗୀତା ହେବାକୁ ଥିବାରୁ ଉଡାଜାହାଜରେ ଯିବା ତାଙ୍କର ଏକମାତ୍ର ବିକଳ୍ପ ଥିଲା। ହେଲେ ଚନ୍ଦନଙ୍କ ବାପା ଏକ ବିଦ୍ୟାଳୟରେ ପିଅନ ଭାବେ କାମ କରୁଥିବା ବେଳେ ମା’ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି। ଏଣୁ ଉଡାଜାହାଜ ଟିକେଟ କାଟି ଯାତ୍ରା କରିବା ତାଙ୍କ ପକ୍ଷେ ଅସମ୍ଭବ ଥିଲା। ଚନ୍ଦନ ଜାତୀୟ ପ୍ରତଯୋଗୀତାରେ ଭାଗ ନେଇ ଓଡ଼ିଶା ତଥା ପୁରୀର ନାଁ ରଖିବାକୁ ଦେଖିଥିବା ସ୍ୱପ୍ନ ପୂରା କରି ପାରିବେନି ବୋଲି ଭାଙ୍ଗି ପଡ଼ିଥିଲେ।  

ତେବେ ଏ ଖବର ସାଂସଦ ସମ୍ବିତ ପାତ୍ରଙ୍କ ନିକଟରେ ପହଞ୍ଚିବା କ୍ଷଣି ସେ ତତ୍ କ୍ଷଣାତ ସହଯୋଗର ହାତ ବଢାଇଥିଲେ। ଉତ୍ତରପ୍ରଦଶ ଯିବା ପାଇଁ ଉଡାଜାହାଜ ଟିକେଟ ଚନ୍ଦନଙ୍କ ନିକଟକୁ ପଠାଇଥିଲେ। ଶନିବାର ସନ୍ଧ୍ୟାରେ ସେ ଭୁବନେଶ୍ୱରରୁ ବିମାନ ଯୋଗେ ଉତ୍ତରପ୍ରଦେଶ ଯାଇଛନ୍ତି। ପୁରୀର ଯୁବ ସମାଜସେବୀ ଆଦିତ୍ୟ ନାରାୟଣ ବାରିକ ମଧ୍ୟ ଚନ୍ଦନଙ୍କ ସ୍ଥିତି ଜାଣି ତାଙ୍କୁ ୩୦୦୦ ଟଙ୍କାର ଆର୍ଥିକ ସହଯୋଗ ପ୍ରଦାନ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.