ପ୍ରମୂଖ ଖବର
  • କୋଏଲ ନଦୀରେ ବୁଡି ଛାତ୍ର ମୃତ
  • ||
  • ଭିଜିଲାନ୍ସ ଜାଲରେ ପୁଣି ଜଣେ ଯନ୍ତ୍ରୀ, ୧୦ ହଜାର ଲାଞ୍ଚ ନେବା ବେଳେ କନିଷ୍ଠ ଯନ୍ତ୍ରୀ ଅଶୋକ ଦାସଙ୍କୁ ଧରିଲା ଭିଜିଲାନ୍ସ ଟିମ୍
  • ||
  • ଆସନ୍ତା ୧୯ରୁ ହାଇକୋର୍ଟଙ୍କ ଗ୍ରୀଷ୍ମ ଅବକାଶ, ୮ ଦିନ ବସିବ ଅବକାଶକାଳୀନ ଅଦାଲତ
  • ||
  • ଆସନ୍ତା ୩୧ରେ ଆଇଟିଆଇ ନାମଲେଖା ଆବେଦନ ଶେଷ, ଜୁନ୍‌ ୬ରେ ପ୍ରଥମ ମେଧା ତାଲିକା
  • ||
  • ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍‌ ରାଜନୀତି, ୩୦ରେ ଆସ୍ଥା ପ୍ରମାଣିତ କରିବେ ରୋଜି
  • ||
  • ଯାଜପୁରରେ ଟାଟା କରିବ ୬୩ ହଜାର କୋଟିର ପ୍ରକଳ୍ପ, ୩୪ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି
  • ||
  • କନ୍ଧମାଳ : ଗାଧେଇବା ବେଳେ ଅଘଟଣ, ପୋଖରୀରେ ବୁଡି ଶିଶୁ ମୃତ
  • ||
  • କେନ୍ଦୁଝର : ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ପାଇଁ ସ୍ଥାନୀୟଲୋକଙ୍କ ଦାବି
  • ||
  • Operation Sindoor; ଖୋଲିବ ପାକିସ୍ତାନ ପୋଲ୍, ୭ ସାଂସଦଙ୍କୁ ନେଇ ସର୍ବଦଳୀୟ ଟିମ୍‌ ଗଠନ
  • ||
  • ନୂଆପଡ଼ା: ଜୁଆ ଆଡ୍ଡା ଉପରେ ଚଢ଼ାଉ ବେ​‌ଳେ​‌ ୧୫ ଗିରଫ, ୨୭ ହଜାରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ବରଗଡ଼: ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • ଗଞ୍ଜାମ : ସିନ୍ଦୂରାପଲ୍ଲୀରେ ବୁଲିଲା ଖଣ୍ଡା ଏବଂ ଠେଙ୍ଗା, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • କଟକ: ବିସ୍କୁଟ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, କୋଟିଏ ଟଙ୍କାର କ୍ଷୟକ୍ଷତି, ବହୁ ଅତ୍ୟାଧୁନିକ ମେସିନ୍ ପୋଡ଼ି ପାଉଁଶ
  • ||
  • ଉପକୂଳରେ କଲବଲ କରୁଛି ଅସମ୍ଭାଳ ଗୁଳୁଗୁଳି, ୫ ଦିନ ଯାଏଁ ନିସ୍ତାର ନାହିଁ
  • ||
  • ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • କଟକ : ଧାନ ବିଲକୁ ଯାଇଥିଲେ ବୃଦ୍ଧ, ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ
  • ||
  • କେନ୍ଦୁଝର : ହାଇୱାକୁ ପଛରୁ ପିଟିଲା ମିନି ଟ୍ରକ୍‌, ଦୁଇ ଗୁରୁତର
  • ||
  • ସମ୍ବଲପୁର: ତପସ୍ବନୀ ଏକ୍ସପ୍ରେସ୍‌କୁ ପଥର ମାଡ଼, ଭାଙ୍ଗିଲା ଟ୍ରେନ୍ କାଚ୍
  • ||
  • ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା...ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||

ସଲରାପେଣ୍ଠ ମେସର୍ସ ସିଦ୍ଧିରିଦ୍ଧି କାରଖାନା ପାଇଁ ଜନଶୁଣାଣି ସଫଳ : ପ୍ରଭାବିତ ଗ୍ରାମର ଉନ୍ନତି, ନିଯୁକ୍ତି ଉପରେ ଗୁରୁତ୍ୱାରୋପ

Published By : Prameya | May 14, 2025 6:04 PM

କେନ୍ଦୁଝର ସଦର,୧୪/୫(ଆପ୍ର): କେନ୍ଦୁଝର ଜିଲ୍ଲା ସଦର ତହସିଲ ଅନ୍ତର୍ଗତ ମହାଦେଇଯୋଡା ପଞ୍ଚାୟତ ସଲରାପେଣ୍ଠ ମୌଜା ଠାରେ ମେସର୍ସ  ସିଦ୍ଧିରିଦ୍ଧି କାରଖାନା ପାଇଁ ଜନଶୁଣାଣୀ ବୁଧବାର  ଅନୁଷ୍ଠିତ ହୋଇଥିଲା। ଏହି ଜନଶୁଣାଣୀ ସଫଳ  ହୋଇଛି। କାରଖାନାକୁ ସ୍ଥାନୀୟ ଲୋକଙ୍କ ସମର୍ଥନ ମିଳିଛି। 

ମେସର୍ସ  ସିଦ୍ଧିରିଦ୍ଧି ଇଣ୍ଟରନ୍ୟାସନାଲ ପ୍ରାଇଭେଟ୍ ଲିମିଟେଡ଼ ବାର୍ଷିକ ୨୦ ଲକ୍ଷ (ଥୁରୁଫୁଟ)କ୍ଷମତା ବିଶିଷ୍ଟ ଲୁହା ପଥର ବେନିଫିକେସନ ପ୍ରକଳ୍ପ , ବାର୍ଷିକ ୧୨ ଲକ୍ଷ ପେଲେଟାଜାଇନେସନ  ପ୍ରକଳ୍ପ , ଘଣ୍ଟା ପ୍ରତି ୬ଗୁଣନ ୪୫୦ ନର୍ମାଲ ଘନମିଟର ପ୍ରଡ୍ୟୁସର ଗ୍ୟାସ୍ ପ୍ରକଳ୍ପ, ବାର୍ଷିକ ୩ ଲକ୍ଷ ୯୬ ହଜାର ଟନ୍ ସ୍ପଞ୍ଜ ଆଇରନ ଫେରୋଆଲୟ ଉତ୍ପାଦନ ପାଇଁ ୨ ଗୁଣନ ଏମଭିଏ ସବମର୍ଜଡ ଆର୍କ ଫରେନ୍ସ ଏବଂ ୪୦ ମେଗାଓ୍ବାଟ ବିଶିଷ୍ଟ ନିଜସ୍ବ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ପ୍ରକଳ୍ପ ,୨୮ ମେଗା ୱାଟ ବିଶିଷ୍ଟ ଡବ୍ଲୁଏଚଆରବି ଏବଂ ୧୨ ମେଗାୱାଟ ଏ ଏଫବିସିର ସ୍ଥାପନ କରିବା ପାଇଁ ପରିବେଶ ମଞ୍ଜୁରୀ  ନିମନ୍ତେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡିଶା କେନ୍ଦୁଝର ପକ୍ଷରୁ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା। 

ଆୟୋଜିତ ସଭାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥା କେନ୍ଦୁଝର ଏଡିଏମ୍ ରବିନ୍ଦ୍ର କୁମାର ପ୍ରଧାନ ସଭାପତିତ୍ବ କରିଥିବା ବେଳେ କେନ୍ଦୁଝର ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ଇଂଜିନିୟର ପ୍ରଶାନ୍ତ କର ଉପସ୍ଥିତ ରହି ଅଞ୍ଚଳବାସୀଙ୍କ ମତାମତ ଗ୍ରହଣ କରିଥିଲେ। ଏଥିରେ   କାରଖାନା ପ୍ରତିଷ୍ଠା ପାଇଁ  ମୌଖିକ ଭାବେ  ୪୯ଜଣ ଏଵଂ ଲିଖିତ ଭାବେ ୮୦ଜଣ  ନିଜର ମତ ସାବ୍ୟସ୍ତ କରିଛନ୍ତି ।କାରଖାନା ପ୍ରଭାବିତ ଗ୍ରାମର ଗୁଡିକର ଉନ୍ନତି,ସ୍ଥାନୀୟ ଯୁବକ/ଯୁବତୀମାନଙ୍କୁ ନିଯୁକ୍ତି ଉପରେ ଗୁରୁତ୍ୱାରୋପ ସହ  ପାନୀୟ ଜଳ ଯୋଗାଣ, ରାସ୍ତା , ସ୍ଵାସ୍ଥ୍ୟ, ଶିକ୍ଷାର କ୍ଷେତ୍ରରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ନିର୍ମାଣ , ପରିବେଶର ସୁରକ୍ଷା ଆଦି ଦାବି ସହ କମ୍ପାନୀକୁ ସ୍ଵାଗତ କରିଛନ୍ତି। 

ସିଦ୍ଧିରିଦ୍ଧି ଇଣ୍ଟରନ୍ୟାସନାଲ ପ୍ରାଇଭେଟ୍ ଲିମିଟେଡ଼  ପ୍ରକଳ୍ପ  ନିର୍ଦ୍ଦେଶକ   ଇଂଜିନିୟର ଦେବବ୍ରତ ସ୍ବାଇଁ   ପ୍ରସ୍ତାବିତ ପ୍ରକଳ୍ପ ବିଷୟରେ ବିବରଣୀ ପାଠ କରିଥିଲେ।  ଏହି ପ୍ରକଳ୍ପ  ସଂପୂର୍ଣ୍ଣ ହେଲେ ସ୍ଥାନୀୟ ଅଞ୍ଚଳର ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ପାରିପାଶ୍ବିକ ଉନ୍ନତି ପାଇଁ ଗୋଷ୍ଠୀ ଗତ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଶ୍ରୀ ସ୍ବାଇଁ ପ୍ରତିଶ୍ରୁତି ଦେଇଛନ୍ତି । କାରଖାନାରେ ସ୍ଥାନୀୟ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି କରାଯିବ।   ଟ୍ରକ ଲୁହାପଥର ପରିବହନ କାର୍ଯ୍ୟରେ ନିୟୋଜିତ ହେବ।  ଯାହା ଦ୍ଵାରା ସ୍ଥାନୀୟ ଲୋକେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ରୋଜଗାର ପାଇବେ। କାରଖାନା ଆଖପାଖ ଅଂଚଳରେ ଲୋକଙ୍କର ଜୀବିକା, ଶିକ୍ଷା, ଦକ୍ଷତା ବିକାଶ,ଶୁଦ୍ଧ ପାନୀୟ ଜଳ,ଗୋଷ୍ଠୀ ଭିତ୍ତିଭୂମି,ପରିବେଶ ସୁରକ୍ଷା,ଧନ୍ଦାମୂଳକ କୁଶଳତା ପ୍ରଶିକ୍ଷଣ,କ୍ରୀଡା,ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଭିନ୍ନ ସାମାଜିକ-ଅର୍ଥନୈତିକ ବିକାଶ କାର୍ଯ୍ୟକ୍ରମ ହାତକୁ ନିଆଯିବ । ପରିବେଶକୁ ସୁସ୍ଥ ଓ ସବୁଜ ରଖିବା ପାଇଁ ସବୁଜ ବଳୟ ସୃଷ୍ଟି କରାଯିବ କୁହାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.