ପ୍ରମୂଖ ଖବର
  • କଟକ : ଲାଞ୍ଚ ନେବା ହେଲା କାଳ, ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ, ଅମିନ
  • ||
  • ମାଲକାନଗିରି : ଅବୁଝମାଡ଼ ଜଙ୍ଗଲରେ ଏନ୍‌କାଉଣ୍ଟର, ପୁଲିସ ଗୁଳିରେ ୨ ମହିଳା ମାଓବାଦୀ ନିହତ
  • ||
  • ବାଲେଶ୍ୱର : ପାନ ଦୋକାନୀ ମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ, ଧାର ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଥିଲା ବିବାଦ
  • ||
  • କଟକ: ନରସିଂହପୁର ପଞ୍ଚମୁଖୀ ଛକରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ବଦଳିବ ଓଡ଼ିଶା ପର୍ଯ୍ୟଟନର କାୟାକଳ୍ପ, କେରଳ ଏବଂ ରାଜସ୍ଥାନ ମଡେଲ୍‌କୁ କରାଯିବ ଅନୁକରଣ, ଏସିଆର ଶ୍ରେଷ୍ଠ ପାଞ୍ଚରେ ରହିବ ରାଜ୍ୟ
  • ||
  • ପୁରୀ : ଭଗବାନ ଓ ଭକ୍ତଙ୍କ ମଧ୍ୟରୁ ହଟିଲା ଦୂରତା, ଦୁର୍ଲଭ ନବଯୌବନ ବେଶରେ ଦର୍ଶନ ଦେଲେ ଦାରୁବ୍ରହ୍ମ
  • ||
  • ପୁରୀ : ୨୯ରୁ ରତ୍ନଭଣ୍ଡାର ମରାମତି, ପ୍ରତିଦିନ ଦୁଇଟି ସିଫ୍ଟରେ ହେବ କାମ
  • ||
  • ଭୁବନେଶ୍ୱର : ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ, ଜଳିଗଲା କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ
  • ||
  • ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଲକ୍ଷ ପତି ଦିଦି ପୁରସ୍କୃତ ଆଦିମ ବଣ୍ଡା ଜନଜାତି ମହିଳାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Published By : Suraj Kumar | June 24, 2025 8:41 PM

ମାଲକାନଗିରି, ୨୪/୬(ଆପ୍ର ) ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମାଲକାନଗିରି ଜିଲ୍ଲାର   ଆଦିମ ବଣ୍ଡା ଜନଜାତି ମହିଳା ଲକ୍ଷପତି ଦିଦି ପୁରସ୍କୃତ ହେବା ପରେ ପଞ୍ଚାୟତ ଓ ତାଙ୍କ ଗ୍ରାମରେ ସମ୍ବର୍ଦ୍ଧନା ଦିଆଯାଇଛି। ମାଲକାନଗିରି ଜିଲ୍ଲାର  ଖଇରପୁଟ ବ୍ଲକସ୍ଥ କଦମଗୁଡା ଗ୍ରାମର ସମାରୀ ଝିଗିଡି ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ସହିତ ମାଣ୍ଡିଆ, ଧାନ, ପନିପରିବା ଚାଷ କରି ବାର୍ଷିକ ସେ ଦୁଇଲକ୍ଷ ୮୦ ହଜାର ଟଙ୍କା ରୋଜଗାର କରି ଜଣେ ସଫଳ ମହିଳା ଚାଷୀ ଭାବେ ପରିଚିତ।  ଓଡିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମାବେଶ କର୍ଯ୍ୟକ୍ରମରେ ଆଦିମ ବଣ୍ଡା ଜନଜାତି ମହିଳା ସମାରୀଙ୍କୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଲକ୍ଷପତି ଦିଦି ଭାବେ ପୁରସ୍କୃତ ସହିତ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି।  ସମାରୀ ପୁରସ୍କୃତ ହୋଇ ନିଜ ଗାଁ କୁ ଫେରିବା ପରେ  ସମଗ୍ର ପଞ୍ଚାୟତ ରେ ଖୁସିର ଲହରି ଖେଳି ଯାଇଛି। ପାରମ୍ପରିକ ଆଦିବାସୀ ନୃତ୍ୟ ବାଦ୍ୟରେ ତାଙ୍କୁ ବିରାଟ ଶୋଭାଯାତ୍ରାରେ ପଞ୍ଚାୟତ ଓ ଗ୍ରାମକୁ ନେଇ ଶତାଧିକ ମହିଳା ପୁରୁଷ ଫୁଲମାଳ ପକାଇ ସମ୍ବର୍ଦ୍ଦିତ କରିଛନ୍ତି।

ସମାରି ଝିଗିଡି ଏହି ପୁରସ୍କାର ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ସମ୍ମାନ ପ୍ରାପ୍ତ କରି ବେଶ ଖୁସି ଜଣାଇଛନ୍ତି। ସେ କହିଛନ୍ତି ଯେ, ଏହା ତାଙ୍କର ଦୀର୍ଘ ଦିନର  ପ୍ରୟାସର ଫଳ ଓ ଗ୍ରାମ ମହିଳାମାନଙ୍କ ପାଇଁ ଏକ ନମୁନା।ଗ୍ରାମକୁ ଫେରିବା ପରେ ସ୍ଥାନୀୟ ଗ୍ରାମବାସୀମାନେ ତାଙ୍କୁ ଫୁଲମାଳା ଓ ଢୋଲ-ନାଗାରା ସହ ବଡ଼ ଆଡମ୍ବରରେ ସ୍ବାଗତ କରିଥିଲେ। ଗ୍ରାମରେ ଏହାକୁ ଉତ୍ସବ ଭାବରେ ପାଳନ କରାଯାଇଥିଲା। ଗ୍ରାମବାସୀ ଓ ସ୍ଥାନୀୟ ଅଧିକାରୀମାନେ ମତ ପ୍ରକାଶ କରିଛନ୍ତି ଯେ, ଯଦି ସମାରି ଝିଗିଡିଙ୍କୁ ଆଗାମୀ ଦିନରେ ସରକାରୀ ସହାୟତା ମିଳିଲେ, ସେ ଅଧିକ ଉନ୍ନତି କରିପାରିବେ ଓ ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ହେବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.