ପ୍ରମୂଖ ଖବର
  • ନବ ଦାସ ହତ୍ୟାକାଣ୍ଡ : ଆଇନ୍‌ମନ୍ତ୍ରୀ କହିଲେ,"ତଦନ୍ତ ପ୍ରକ୍ରିୟା କ'ଣ ହେବ, ତାହା ସରକାର ନିଷ୍ପତ୍ତି ନେବେ"
  • ||
  • ବୌଦ୍ଧ : ଘର ସାମ୍ନାରେ ଯୁବକଙ୍କୁ ହତ୍ୟା ଘଟଣା: ୬ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ରାଜଧାନୀରେ ସିରିଜ୍‌ ଦୁର୍ଘଟଣା, ମୋ ବସ୍‌କୁ ପିଟିଲା ଆଉ ଏକ ମୋ ବସ୍‌
  • ||
  • ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ: ଆଜିଠୁ ଗ୍ରାଉଣ୍ଡକୁ ଓହ୍ଲାଇବେ ରୋହିତ, ପନ୍ତ, ଗିଲ୍‌, ଜାଡ଼େଜା
  • ||
  • ଘନ କୁହୁଡ଼ିର ଚାଦର ତଳେ ଆଠଗଡ଼, ଯାତାୟତ ବାଧାପ୍ରାପ୍ତ
  • ||
  • କରଞ୍ଜିଆ : ଶିକାରୀଙ୍କୁ ଧରାଇ ଦେଲା ଏଆଇ କ୍ୟାମେରା, ୩ ଜଣଙ୍କୁ ଧରିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ୍ ଟିମ୍
  • ||
  • ରାଜ୍ୟରେ ରେକର୍ଡ ଭାଙ୍ଗିଲାଣି ତାତି: କୋରାପୁଟରେ ୩୩.୨ ଡିଗ୍ରୀ ପାର୍, ଆଗକୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ
  • ||
  • ଭଦ୍ରକ : ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
  • ||

ବାଚସ୍ପତିଙ୍କ ତାଗିଦ୍ ପ୍ରସଙ୍ଗ : ପ୍ରମିଳା ମଲ୍ଲିକ କହିଲେ "ନାଲି ଆଖି ଦେଖାଇଲେ ଚଳିବ ନାହିଁ, ବିରୋଧୀଙ୍କ ସ୍ଵର ଚାପିବାକୁ ଉଦ୍ୟମ ହେଉଛି"

Published By : Prameya | January 23, 2025 3:18 PM

ଭୁବନେଶ୍ଵର, ୨୩/୦୧ : ବାଚସ୍ପତିଙ୍କ ତାଗିଦ୍ ପରେ ମୁହଁ ଖୋଲିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ କହିଛନ୍ତି ଯେ, ଗଣତନ୍ତ୍ରରେ ବିରୋଧୀଙ୍କ ସ୍ଵର ଚପେଇବା ପାଇଁ ବାଚସ୍ପତି ଉଦ୍ୟମ କରୁଛନ୍ତି। ବିରୋଧୀଙ୍କୁ ନାଲି ଆଖି ଦେଖାଇଲେ ଚଳିବ ନାହିଁ। ଏଥିରେ ବିରୋଧୀଙ୍କ ସ୍ଵର ବନ୍ଦ ହେବ ନାହିଁ। ବରଂ ଦୋଷ ତ୍ରୁଟିକୁ ଉପସ୍ଥାପନା କରାଯିବ। ମୁଁ ବାଚସ୍ପତି ଥିବା ବେଳେ ସେ କିଭଳି ବ୍ୟବହାର କରିଥିଲେ ତାହା ସାରା ଓଡ଼ିଶା ଦେଖିଥିଲା। ଆମେ ସେପର୍ଯ୍ୟନ୍ତ ଯାଇନୁ, ବାଧ୍ୟ କଲେ ସେପର୍ଯ୍ୟନ୍ତ ଯିବୁ।  

ଏହି ଖବରଟିକୁ ପଢନ୍ତୁ- ବିରୋଧୀଙ୍କୁ ବାଚସ୍ପତିଙ୍କ ଚେତାବନୀ, 'ବିଶୃଙ୍ଖଳା କଲେ ବରଦାସ୍ତ କରାଯିବନି'

ସୂଚନା ଥାଉକି, ଆସନ୍ତା ଫେବୃଆରୀ ୧୩ରୁ ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଆରମ୍ଭ ହେବ। ଏହାକୁ ନେଇ ବାଚସ୍ପତି ସୁରମା ପାଢୀ ବିରୋଧୀଙ୍କୁ ଚେତାବନୀ ଦେଇଥିଲେ। ସେ କହିଥିଲେ ଯେ, ଚଳିତ ବିଧାନସଭାରେ ବିରୋଧୀଙ୍କ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି। ଅଧିବେଶନରେ ବିରୋଧୀ ଗଠନମୂଳକ ପରାମର୍ଶ ଦେଲେ ଉପାଦେୟ ହେବ। କିନ୍ତୁ ବିଶୃଙ୍ଖଳା ଆଚରଣ କଲେ ବରଦାସ୍ତ କରାଯିବନି। ବିରୋଧୀ ଦଳ ବିରୋଧୀ ଭୂମିକା ନିଭାନ୍ତୁ। ଗଠନମୂଳକ ପରାମର୍ଶ ଦିଅନ୍ତୁ। ସମୟ ଅଛି ସର୍ବଦଳୀୟ ବୈଠକ ଡକାଯିବ। ତାରିଖ ସ୍ଥିର ହୋଇନି ବୋଲି କହିଛନ୍ତି ବାଚସ୍ପତି।







Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.