ପ୍ରମୂଖ ଖବର
  • ନବ ଦାସ ହତ୍ୟାକାଣ୍ଡ : ଆଇନ୍‌ମନ୍ତ୍ରୀ କହିଲେ,"ତଦନ୍ତ ପ୍ରକ୍ରିୟା କ'ଣ ହେବ, ତାହା ସରକାର ନିଷ୍ପତ୍ତି ନେବେ"
  • ||
  • ବୌଦ୍ଧ : ଘର ସାମ୍ନାରେ ଯୁବକଙ୍କୁ ହତ୍ୟା ଘଟଣା: ୬ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ରାଜଧାନୀରେ ସିରିଜ୍‌ ଦୁର୍ଘଟଣା, ମୋ ବସ୍‌କୁ ପିଟିଲା ଆଉ ଏକ ମୋ ବସ୍‌
  • ||
  • ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ: ଆଜିଠୁ ଗ୍ରାଉଣ୍ଡକୁ ଓହ୍ଲାଇବେ ରୋହିତ, ପନ୍ତ, ଗିଲ୍‌, ଜାଡ଼େଜା
  • ||
  • ଘନ କୁହୁଡ଼ିର ଚାଦର ତଳେ ଆଠଗଡ଼, ଯାତାୟତ ବାଧାପ୍ରାପ୍ତ
  • ||
  • କରଞ୍ଜିଆ : ଶିକାରୀଙ୍କୁ ଧରାଇ ଦେଲା ଏଆଇ କ୍ୟାମେରା, ୩ ଜଣଙ୍କୁ ଧରିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ୍ ଟିମ୍
  • ||
  • ରାଜ୍ୟରେ ରେକର୍ଡ ଭାଙ୍ଗିଲାଣି ତାତି: କୋରାପୁଟରେ ୩୩.୨ ଡିଗ୍ରୀ ପାର୍, ଆଗକୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ
  • ||
  • ଭଦ୍ରକ : ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
  • ||

କିଏ ଏହି ଭବ୍ୟା ମିତ୍ତଲ ? ଯାହାଙ୍କ ନାଁ ଶୁଣିଲେ ଥରନ୍ତି ସରକାରୀ କର୍ମଚାରୀ

Published By : Ankita S | January 23, 2025 2:31 PM

ଭୋପାଳ,୨୩/୧: ଭବ୍ୟା ମିତ୍ତଲ । ଏବେ ଏହି ନାମକୁ ନେଇ ଖୁବ ଚର୍ଚ୍ଚା ।  ଭବ୍ୟା ମିତ୍ତଲ ଜଣେ ଆଇଏଏସ ଅଧିକାରୀ । ମଧ୍ୟପ୍ରଦେଶ ବୁରହାନପୁର ଜିଲ୍ଲାର ସେ କଲେକ୍ଟର ଅଛନ୍ତି । ତେବେ ଆପଣ ଭାବୁଥିଲେ ଏଥିରେ ନୂଆ କଣ ତାଙ୍କୁ ନେଇ କାହିଁକି ଚର୍ଚ୍ଚା । ନାମ ନୁହେଁ ବରଂ କାମକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଆଇଏଏସ୍ ମାଡାମ ଭବ୍ୟା ମିତ୍ତଲ । ଭାରି ଶକ୍ତ । ଦୁର୍ନୀତିଗ୍ରସ୍ତଙ୍କୁ ବିଲକୁଲ ବରଦାସ୍ତ କରନ୍ତି ନାହିଁ । ତାଙ୍କ ନାମ ଶୁଣିଲେ ଥରନ୍ତି ସରକାରୀ କର୍ମଚାରୀ । ଏକ ଭ୍ରଷ୍ଟାଚାର ମାମଲାରେ ଜଣେ ସରକାରୀ ବାବୁଙ୍କୁ ଚପରାସି ବନେଇବା ପରେ ଚର୍ଚ୍ଚାକୁ ଆସିଛନ୍ତି ଭବ୍ୟା ମିତ୍ତଲ ।

ବାବୁଙ୍କୁ କରିଦେଲେ ଚପରାସି- ମଧ୍ୟପ୍ରଦେଶ ବୁରହାନପୁର ଜିଲ୍ଲାପାଳ ଅଛନ୍ତି ଭବ୍ୟା ମିତ୍ତଲ । ଭ୍ରଷ୍ଟାଚାର ମାମଲାରେ ଜଣେ ଦୋଷୀ ହୋଇଥିବା ଜଣେ କିରାଣୀଙ୍କୁ ଚପରାସି ବନେଇ ଦେଇଛନ୍ତି । କଲେକ୍ଟର ମାଡାମଙ୍କର ଏହି ଶକ୍ତ ନିଷ୍ପତ୍ତି ପରେ ସରକାରୀ କାର୍ଯ୍ୟାଳୟରେ ଧଡପଗଡ ହୋଇଛି । ମାଡାମଙ୍କ ନାମ ଶୁଣିଲେ ଭୟରେ ଥରୁଛନ୍ତି ସରକାରୀ କର୍ମଚାରୀ ।

କଲେକ୍ଟର ଭବ୍ୟା ମିତ୍ତଲ କହିଛନ୍ତି, ଜଣଶୁଣାଣି ସମୟରେ ସୁଭାଷ କାକଡେଙ୍କ ବିରୋଧରେ ଅଙ୍ଗନାୱାଡି ସହୟକ ନିଯୁକ୍ତି ପାଇଁ ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା । ୨୦୨୪ରେ କାକଡେ ନିଲମ୍ବିତ ହୋଇଥିଲେ । ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିଲା । ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରକଳ୍ପ କାର୍ଯ୍ୟାଳୟ ଖକନାରରେ ସହାୟକ ଗ୍ରେଡ-୩ ପଦରେ ନିଯୁକ୍ତି ଦିଆଯାଇଥିଲା । ପ୍ରଥମେ କରିଥିବା ଭୁଲ ପାଇଁ ସୁଭାଷ ସନ୍ତୋଷଜନକ ସ୍ପଷ୍ଟୀକରଣ ଦେଇପାରି ନଥିଲେ । ସୁଭାଷ ମଧ୍ୟପ୍ରଦେଶ ସିଭିଲ ସର୍ଭିସେସ୍ ଆଚରଣ ନିୟମ ୧୯୬୫ ୧୩ ଓ ୧୪ର ଉଲ୍ଲଘଂନ କରିଥିବା ତଦନ୍ତରେ ପ୍ରମାଣିତ ହୋଇଥିଲା । ଯାହା ପଦବୀର ଅପବ୍ୟବହାର ଅନ୍ତର୍ଭୁକ୍ତ । ତେଣୁ କଲେକ୍ଟର ଭବ୍ୟା ମିତ୍ତଲ ସୁଭାଷ କାକଡେଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ନେପାନଗରରେ ଖାଲି ପଡିଥିଲା ଚପରାସି ପଦବୀକୁ ସ୍ଥାନାନ୍ତର କରିଥିଲେ ।

ଏହା ବି ପଢନ୍ତୁ...' ଆମେ ଆପଣଙ୍କ ସହ ଅଛୁ ...' : ଏସଡିଏମ୍‌ଙ୍କୁ ଚାପୁଡ଼ା ମାରିବା ଘଟଣାରେ କହିଲେ ଟିନା ଡାବି


ଦୁର୍ନୀତି ବିରୋଧରେ କଲେକ୍ଟର ମାଡମଙ୍କର ଏହି ଆକ୍ସନକୁ ବେଶ୍ ପ୍ରଶଂସା କରାଯାଉଛି । ତାଙ୍କର ଏହି କାମକୁ ନେଇ ସମସ୍ତେ କହୁଛନ୍ତି କଲେକ୍ଟର ହେବ ତ ଏମିତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.