ନୂଆଦିଲ୍ଲୀ : ବୁଧବାର ମଧ୍ୟ ପ୍ରଦେଶର ୭ଟି ବିଧାନସଭା ସିଟ୍‌ର ଉପନିର୍ବାଚନ ପାଇଁ ମତଦାନ ଚାଲୁ ଥିଲା। ଉପନିର୍ବାଚନ ରାଜ୍ୟର ଟୋଙ୍କ ଜିଲ୍ଲାର ଦେବଲୀ ଉନିୟାରା ସିଟ୍‌ରେ ମଧ୍ୟ ହେଉ ଥିଲା। ଏଠାରୁ ନିର୍ଦଳୀୟ ପ୍ରାର୍ଥୀ ନରେଶ ମୀଣା ଗୋଟିଏ ଗାଁରେ ବୁଥରେ ପହଞ୍ଚି ଡ୍ୟୁଟିରେ ମୁତୟନ ଏସଡିଏମକୁ ଚାପୁଡା ମାରି ଥିଲେ। ତାଙ୍କର ଏହି ଚାପୁଡ଼ା ପରେ ରାଜ୍ୟର ଆରଏଏସ୍‌ ଓ ଆଇଏଏସ ଅଧିକାରୀମାନେ ମାମଲାରେ ସ୍ୱର ଉତ୍ତୋଳନ କରି ଥିଲେ। ଗୁରୁବାର ଆରଏଏସ ଆସୋସିଏସନର ସଦସ୍ୟ ନରେଶ ମୀଣାଙ୍କ ବିରୋଧରେ ବାଡମେର ଜିଲ୍ଲାର କଲେକ୍ଟର ଟିନା ଡାବିଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଏହି ସମୟରେ ଟିନା ଡାବି କହିଥିଲ ଆମେ ବି ଆପଣଙ୍କ ସହ ଅଛୁ। 

ବୁଧବାର ହୋଇଥିବା ଘଟଣାକୁ ନେଇ ରାଜ୍ୟର ଆରଏଏସ ଅଧିକାରୀ, ଅଧସ୍ତନ ଅଧିକାରୀଙ୍କ ସହ ଅନେକ ଲୋକ ଟିନା ଡାବିଙ୍କ କାର୍ଯ୍ୟକାଳରେ ଏକ ସ୍ମାରକପତ୍ର ଦାଖଲ କରି ଥିଲେ। ଏହି ସମୟରେ ଆରଏଏସ ଆସୋସିଏସନର ସଦସ୍ୟମାନେ କଲେକ୍ଟର ଟିନା ଡାବିଙ୍କୁ ଅଭିଯୋଗ କରି ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଟିନା ଡାବି ତାଙ୍କୁ କାର୍ଯ୍ୟାନୁଷ୍ଠାନର ଭରସା ଦେଇ କହିଥିଲେ , ଆମେ ବି ଆପଣଙ୍କ ସହ ଅଛୁ। ଟିନା ଡାବି କହିଥିଲେ ଯେ, ଜଣେ ଅନ୍ ଡ୍ୟୁଟି ଅଫିସରଙ୍କ ସହ ଏହିପରି ଘଟଣା ହେବା ଉଚିତ୍‌ ନଥିଲା। ଏହି ସମୟରେ ଟିନା ଡାବିଙ୍କ ସହ କାର୍ଯ୍ୟାଳୟରେ ଅଧିକାରୀଙ୍କର ଅନେକ ସମୟ ଯାଏ ଆଲୋଚନା ଚାଲି ଥିଲା। 


ପୂରା ମାମଲାଟି କଣ ?

ରାଜସ୍ଥାନରେ ୭ଟି ସିଟ୍‌ରେ ଉପନିର୍ବାଚନ ଚାଲୁ ଥିଲା। ଟୋଙ୍କ ଜିଲ୍ଲାର ଦେୱଲି ଉନିଆରା ସିଟ୍‌ରେ ମଧ୍ୟ ଉପନିର୍ବାଚନ ପାଇଁ ମତଦାନ ହେଉ ଥିଲା। ନରେଶ ମିଣା କଂଗ୍ରେସ୍‌ ଛାଡ଼ି ଏହି ସିଟ୍‌ରୁ ନିର୍ଦଳୀୟ ପ୍ରତ୍ୟାଶୀ ଭାବେ ମୈଦାନରେ ଥିଲେ। ବିଧାନସଭା କ୍ଷେତ୍ରର ଏକ ଗାଁରେ ବୁଥ୍‌ ତିଆରି ହୋଇ ଥିଲା। ଏହି ବୁଥ୍‌ରେ ଥିଲେ ଏସଡିଏମ୍‌ ଅଧିକାରୀ। ମତଦାନ ବେଳେ ହଠାତ୍‌ ନିର୍ଦଳୀୟ ପ୍ରାର୍ଥୀ ନରେଶ ମିଣା ବୁଥ୍‌ ଭିତରେ ପଶି ଥିଲେ ଏବଂ ବାହାରକୁ ଆସିବା କ୍ଷଣି ଏସଡିଏମକୁ ଚାପୁଡ଼ା ମାରି ଥିଲେ। ଏସଡିଏମ୍‌କୁ ଚାପୁଡ଼ା ମାରିବା କ୍ଷଣି ସେଠାରେ ମାହୋଲ ଉତ୍ତେଜିତ ହୋଇ ଉଠିଥିଲା। ସେଠାରେ ଥିବା ପୋଲିସ ଅଧିକାରୀମାନେ ମାମଲାକୁ ଶାନ୍ତ କରାଇ ଥିଲେ। ଏହି ଚାପୁଡ଼ା ମାମଲାରେ ଆଜି ନରେଶ ମିଣାଙ୍କୁ ଗିରଫ କରାଯାଇ ଥିଲା।