ଭୁବନେଶ୍ବର ୨୩/୦୧: ଆଉ ପୁରୁଣା ନୀତି ଚାଲିବ ନାହିଁ, ନୂଆ ସରକାରଙ୍କ ନୂଆ ନୀତିରେ ଚାଲିବ। ଚାଷୀଙ୍କୁ ହଇରାଣ କଲେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଯେଉଁ ମଣ୍ଡିରେ ମିଲରମାନେ ମନମାନି କରିବେ କିମ୍ବା ଅଧିକ କଟନୀ ଛଟନୀ କରିବେ ତାଙ୍କ ବିରୋଧିରେ କଠୋର ହେବ ସରକାର। ଭଦ୍ରକରେ କିଛି ମିଲର ମନମାନି କରିଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ କରଯାଇଛି। ଏନେଇ ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ସୂଚନା ଅନୁଯାଇ, ରାଜ୍ୟରେ ବିଭିନ୍ନ ମଣ୍ଡିରେ ଧାନ ସଂଗ୍ରହରେ ସରୁଖରୁରେ ଚାଲିଛି। କିଛି ସ୍ଥାନରେ ଟୋକନ ଅବ୍ୟବସ୍ଥା ନେଇ ଅଭିଯୋଗ ଆସିଛି। ତାହ ଉପରେ ସରକାର ନଜର ରଖିଛନ୍ତି। ଯେଉଁ ମିଲରମାନେ ଧାନ ସଂଗ୍ରହ ବେଳେ ଚାଷୀ ହଇରାଣ କରୁଛନ୍ତି। ଧାନର ମାନକୁ କଟନୀ ଛଟନୀ କରୁଛି ତାଙ୍କ ବିରୋଧ କଡା ଆକ୍ସନ ନେବା ସହ କାରଣ ଦର୍ଶାଅ ନୋଟିସ୍ କରାଯାଉଛି। ଏନେଇ ଯୋଗଣାମନ୍ତ୍ରୀ ସୂଚନା ଦେଇଛନ୍ତି।