କଟକ, ୨୨/୧ : ନେତାଜୀଙ୍କ ମୃତ୍ୟୁ ସମ୍ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି । ମାମଲାକୁ ଗ୍ରହଣ କରି ପ୍ରତିପକ୍ଷଙ୍କୁ ନୋଟିସ କଲେ ହାଇକୋର୍ଟ । ମନୋଜ ମୁଖାର୍ଜୀ କମିଶନଙ୍କ ରିପୋର୍ଟ ସରକାରୀସ୍ତରରେ ଗ୍ରହଣୀୟ ହେଉ । ଏହି କମିଶନ ରିପୋର୍ଟ ଦେଇଥିଲେ, ପ୍ଲେନ୍ କ୍ରାଶରେ ନେତାଜୀଙ୍କ ମୃତ୍ୟୁ ହୋଇନାହିଁ ।
୨୩ଜାନୁଆରୀକୁ ଜାତୀୟ ଦିବସ ଭାବେ ଘୋଷଣା କରିବା ଲାଗି ହୋଇଛି ଆବେଦନ । ନେତାଜୀଙ୍କୁ ଜାତୀୟ ପୁତ୍ର ଭାବେ ସରକାରୀ ସ୍ତରରେ ଘୋଷଣା କରାଯାଉ । ନେତାଜୀଙ୍କ କଟକ ଜନ୍ମସ୍ଥାନକୁ ଜାତୀୟ ସଂଗ୍ରହାଳୟ ଘୋଷଣା କରାଯାଉ । ଆବେଦନକାରୀ ଏହି ସବୁ ନିଜ ଆବେଦନରେ ଦର୍ଶାଇଛନ୍ତି । ଫେବୃଆରୀ ୧୨ରେ ପରବର୍ତ୍ତୀ ଶୁଣାଣି ରହିଛି । ପିନାକପାଣି ମହାନ୍ତିଙ୍କ ତରଫରୁ ଦାୟର ହୋଇଛି ମାମଲା ।