ପ୍ରମୂଖ ଖବର
  • କଟକର ବିଭିନ୍ନ ହୋଟେଲ୍‌ରେ ଚଢାଉ, ଖାଦ୍ୟର ମାନ ସହ ଲାଇସେନ୍ସ ଯାଞ୍ଚ କରୁଛି ସିଏମ୍‌ସି ଫୁଡ୍ ସେଫ୍ଟି ଟିମ୍‌
  • ||
  • ରାଜଧାନୀରୁ ୩ ଗଞ୍ଜେଇ ବେପାରୀ ଗିରଫ, ୧ କୁଇଣ୍ଟାଲ ଗଞ୍ଜେଇ ଜବତ
  • ||
  • ଭାଲୁଡିଗୀ ଜଙ୍ଗଲରେ ଦୁଇ ଦିନରେ ୨୭ ଜଣ ମାଓବାଦୀ ନିହତ ଘଟଣା : ନୂଆପଡା ଗସ୍ତରେ ଯିବେ ଡିଜିପି
  • ||
  • ଚିକିତ୍ସାଧିନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ, ନନ୍ଦନକାନନ ଉପନିର୍ଦ୍ଦେଶକଙ୍କ ସୂଚନା
  • ||
  • ଜଳେଶ୍ୱର : ଭରସାମ୍ୟ ହରାଇ ଶ୍ରମିକ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୭ ଗୁରୁତର
  • ||
  • କରଞ୍ଜିଆ : ମହିଳାଙ୍କୁ ହତ୍ୟା କରି ପୋତିଦେଲା ଯୁବକ, ମାଟିତଳୁ ଉଦ୍ଧାର ହେଲା ମୃତଦେହ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ୨୩ ରୁ ଖୋଲିବ ଭିତରକନିକା
  • ||
  • ୨୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ଉତ୍କର୍ଷ ଓଡ଼ିଶା ସମ୍ମେଳନରେ ହେବେ ସାମିଲ
  • ||

ଝାଟିମାଟି ଘରେ ଜୀବନ, ମୁଣ୍ଡ ଉପରୁ ଉଡିଗଲାଣି ଛପର... ଭଗବାନଙ୍କ ଆଶ୍ରାରେ ୩ ପ୍ରାଣୀ

Published By : Prameya | January 22, 2025 10:03 AM

କିଶୋରନଗର,୨୨/୦୧ : ଭଙ୍ଗା ଦଦରା କାନ୍ଥରେ ଡେରି ହୋଇ ରହିଛି ଦୁଇ ବଖରା ଝାଟିମାଟି ଘର। ମୁଣ୍ଡ ଉପରୁ ଉଡିଗଲାଣି ଛପର। ଖରାବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ପଲିଥିନ୍ ପାଲଟିଛି ଏକମାତ୍ର ସାହାରା। ଇଏ ହେଉଛି କଟକ ଜିଲ୍ଲା କିଶନନଗର ତହସିଲ ଅନ୍ତର୍ଗତ ପ୍ରହରାଜପୁର ପଞ୍ଚାୟତ ପ୍ରହରାଜପୁର ଗ୍ରାମର ଦିନ ମଜୁରିଆ ଝିଲ୍ଲି ଭୋଇଙ୍କ ଘରର ଚିତ୍ର। ସ୍ଵାମୀ କୁନିଆ ଭୋଇ ଓ ଦୁଇ ଝିଅଙ୍କୁ ନେଇ ତାଙ୍କ ପରିବାର। ମୂଲ ଲାଗିଲେ ମଧ୍ୟ ଦୁଇଓଳି ପେଟପୁରା ଖାଇବା ସେମାନଙ୍କ ପକ୍ଷେ କଷ୍ଟକର। ଏମାନେ ରାସନ କାର୍ଡ, ବିଜୁ ସ୍ୱାସ୍ଥ୍ୟ ବୀମା ଓ ବିଦ୍ୟୁତ ସେବାରୁ ମଧ୍ୟ ବଞ୍ଚିତ। 

ଝିଲ୍ଲିଙ୍କ ଆଶା ଥିଲା ସରକାର ତ ଗରିବଙ୍କ ପାଇଁ ଯୋଜନା ଉପରେ ଯୋଜନା କରୁଛନ୍ତି। ଆମ ଦୁଃଖ କଣ ଅଛପା ରହିବ। ସରକାର ନିଶ୍ଚିତ ଆମ ଦୁଃଖ ଶୁଣିବେ। ମୋତେ ନିଶ୍ଚିତ ପକ୍କା ଘର ଖଣ୍ଡେ ମିଳିବ। ତେଣୁ କାମ ବନ୍ଦ କରି ପଞ୍ଚୟତ, ବ୍ଲକ୍‌ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲପାଳଙ୍କ ଜନଶୁଣାଣି ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କଲେ ଝିଲ୍ଲି। ହେଲେ କଣ ହେବ ? ଗରିବ ଗୁରୁବାଙ୍କ ଦୁଃଖ ଶୁଣୁଛି କିଏ ? ବଡ଼ ବଡ଼ ବାବୁଙ୍କ ଠାରୁ ଯାହା ଖାଲି ମିଳିଲା ଆଶ୍ଵସନା। ଏତେ ବୁଲି ବୁଲି କୌଣସି ସୁଫଳ ମିଳିଲା ନାହିଁ, କି ଘରେ ଖଣ୍ଡେ ମିଳିଲା ନାହିଁ। ଏବେ ଖାଲି ଯାହା ଭଗବାନଙ୍କ ଭରସା। 

ଏହି ଖବରଟିକୁ ପଢନ୍ତୁ-ଭାରସାମ୍ୟ ହରାଇ ଶ୍ରମିକ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୭ ଗୁରୁତର

ଏ ସଂପର୍କରେ କଟକସଦର ବ୍ଲକ୍‌ ବିଡିଓ ପ୍ରତୀକ ସାହୁଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ମୋ ନିକଟରେ କୌଣସି ଅଭିଯୋଗ ନାହିଁ, ତଦନ୍ତ କରିବି । ପିଇଓ ଏବଂ ଏବିଡିଓଙ୍କୁ ପଚାରି ବୁଝିବି । ଯୋଗ୍ୟ ଥିଲେ ନିଶ୍ଚିତ ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯିବ । ସେହିପରି ପ୍ରହରାଜପୁର ସରପଞ୍ଚ ଅବଦୁଲ୍‌ ୱାହିଦ ଖାଁଙ୍କ କହିବା ଅନୁସାରେ ସଂପୃକ୍ତ ମହିଳା ମୋ ପାଖକୁ ଆସିଛନ୍ତି । ସେ ଆବାସ ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ । ଚେଷ୍ଟା କରୁଛୁ ଯେମିତି ଆଗାମୀ ତାଲିକାରେ ତାଙ୍କ ନାମ ସାମିଲ କରାଯିବା ସହ ଘର ଯେଗାଇ ଦିଆଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.