ପ୍ରମୂଖ ଖବର
  • କଟକର ବିଭିନ୍ନ ହୋଟେଲ୍‌ରେ ଚଢାଉ, ଖାଦ୍ୟର ମାନ ସହ ଲାଇସେନ୍ସ ଯାଞ୍ଚ କରୁଛି ସିଏମ୍‌ସି ଫୁଡ୍ ସେଫ୍ଟି ଟିମ୍‌
  • ||
  • ରାଜଧାନୀରୁ ୩ ଗଞ୍ଜେଇ ବେପାରୀ ଗିରଫ, ୧ କୁଇଣ୍ଟାଲ ଗଞ୍ଜେଇ ଜବତ
  • ||
  • ଭାଲୁଡିଗୀ ଜଙ୍ଗଲରେ ଦୁଇ ଦିନରେ ୨୭ ଜଣ ମାଓବାଦୀ ନିହତ ଘଟଣା : ନୂଆପଡା ଗସ୍ତରେ ଯିବେ ଡିଜିପି
  • ||
  • ଚିକିତ୍ସାଧିନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ, ନନ୍ଦନକାନନ ଉପନିର୍ଦ୍ଦେଶକଙ୍କ ସୂଚନା
  • ||
  • ଜଳେଶ୍ୱର : ଭରସାମ୍ୟ ହରାଇ ଶ୍ରମିକ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୭ ଗୁରୁତର
  • ||
  • କରଞ୍ଜିଆ : ମହିଳାଙ୍କୁ ହତ୍ୟା କରି ପୋତିଦେଲା ଯୁବକ, ମାଟିତଳୁ ଉଦ୍ଧାର ହେଲା ମୃତଦେହ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ୨୩ ରୁ ଖୋଲିବ ଭିତରକନିକା
  • ||
  • ୨୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ଉତ୍କର୍ଷ ଓଡ଼ିଶା ସମ୍ମେଳନରେ ହେବେ ସାମିଲ
  • ||

ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ; ଶ୍ରୀଜଗନ୍ନାଥଙ୍କୁ ଦିଆଗଲା ପ୍ରଥମ ଟିକେଟ୍

Published By : Ankita S | January 22, 2025 2:45 PM

ଭୁବନେଶ୍ବର/କଟକ,୨୨/୧: ଆସନ୍ତା ଫେବୃଆରୀ ୯ ତାରିଖରେ ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ ଖେଳାଯିବ । ଏହାର ପ୍ରଥମ ଟିକେଟ୍ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଦାନ କରାଯାଇଛି । ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଜଗନ୍ନାଥଙ୍କୁ ପ୍ରଥମ ନିମନ୍ତ୍ରଣ ଦିଆଯାଇଛି ।

ଓସିଏ ସମ୍ପାଦକ ସଞ୍ଜୟ ବେହେରା ପୁରୀ ଯାଇ ମହାପ୍ରଭୁଙ୍କୁ ମ୍ୟାଚର ପ୍ରଥମ ଟିକେଟ ପ୍ରଦାନ କରିଛନ୍ତି । ମହାପ୍ରଭୁଙ୍କୁ ମ୍ୟାଚର ପ୍ରଥମ ଟିକେଟ ପ୍ରଦାନ କରିବା ସହିତ ବାରବାଟୀରେ କିପରି ଭାରତ-ଇଂଲଣ୍ଡ ଶାନ୍ତି ଶୃଙ୍ଖଳାରେ ଶେଷ ହେବ ସେ ନେଇ ପ୍ରାର୍ଥନା କରିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ଜଗନ୍ନାଥଙ୍କୁ ଟିକେଟ ପ୍ରଦାନ ସମୟରେ ପୁରୀ ଜିଲ୍ଲା କ୍ରୀଡା ସଂଘ ସମ୍ପାଦକ ଓ ଶ୍ରୀମନ୍ଦିର ସେବାୟତ ଉପସ୍ଥିତ ଥିଲେ ।

ଏହା ବି ପଢନ୍ତୁ...ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ ଲାଗି ଟିକେଟ୍ କିଣିଛନ୍ତି । ଓସିଏ କାର୍ଯ୍ୟକାରୀ ସଭାପତି ପଙ୍କଜ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା, ଅନୁଗୋଳ ବିଧାୟକ ତଥା ଆପେକ୍ସ କାଉନସିଲ ସଦସ୍ୟ ପ୍ରତାପ ପ୍ରଧାନ, ଓଡିଶା ଅଲମ୍ପିକ୍ସ ଆସୋସିଏସନର ସମ୍ପାଦକ ଅଭିଜିତ୍ ପାଲ, ପର୍ବତନ ବିଧାୟକ ତଥା ରଣଜୀ ଟିମ୍ କୋଚ୍ ରଞ୍ଜୀବ ବିଶ୍ବାଳ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଏହି ଅବସରର ମୁଖ୍ୟମନ୍ତ୍ରୀ ପ୍ରଥମ ଟିକେଟ କିଣିଥିଲେ ।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.