ପ୍ରମୂଖ ଖବର
  • କନ୍ଧମାଳ : ପୁଅର ମୁଣ୍ଡକୁ ପଥରରେ ଛେଚି ହତ୍ୟା କଲା ବାପା
  • ||
  • ୪ ଡିସମିଲ ଜାଗାରୁ କମ ଥିଲେ ଭୂମିହୀନ ଭାବେ ଗଣନା କରାଯିବ: ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ୱର : ଅତ୍ୟଧିକ ଗରମରୁ ATM ମେସିନ୍‌ରେ ଲାଗିଲା ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବରଗଡ଼ : ଚାଉଳ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ; ବେଆଇନ୍‌ ଚାଲାଣ ସନ୍ଦେହରେ ଥାନାରେ ଅଟକ
  • ||
  • ଅନୁଗୁଳ : ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଏନଟିପିସି ଓ କଣିହାଁ ବନ୍ଦ; ସନ୍ଧ୍ୟା ୬ଟା ଯାଏଁ ଚାଲିବ ଆନ୍ଦୋଳନ
  • ||
  • ତୁଟିବ ପୋଲାଭରମ୍ ବିବାଦ, ମେ ୨୮ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଭଉଁରି ଯାତ୍ରା ପାଇଁ କଡା ସୁରକ୍ଷା ବଳୟରେ ନରେନ୍ଦ୍ର ପୁଷ୍କରିଣୀ: ୧୧ ପ୍ଲାଟୁନ୍‌ ଫୋର୍ସ ମୁତୟନ, ଯାନବାହନ ଚଳାଚଳ ଉପରେ କଟକଣା
  • ||
  • ବରଗଡ଼ : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ସୈତାନ ବାପାକୁ ଆଜୀବନ ସଜା
  • ||
  • ଗଞ୍ଜାମ : ଗଉଞ୍ଜୁ ଗାଁରେ କାର୍ ପୋଡ଼ିଦେଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଆନ୍ଧ୍ରପ୍ରଦେଶ: କାର୍ ଭିତରେ ଖେଳୁଥିଲେ ୪ ଶିଶୁ, ଶ୍ଵାସରୁଦ୍ଧ ହୋଇ ଚାଲିଗଲା ଜୀବନ
  • ||
  • IPL 2025: ଏକାନ୍ନାରେ ମୁହାଁମୁହିଁ ହେବେ ସୁପରଜାଏଣ୍ଟ୍‌ସ - ସନ୍‌ରାଇଜର୍ସ, କର ବା ମର’ ସ୍ଥିତିରେ ପନ୍ତ ବାହିନୀ
  • ||
  • କଳାହାଣ୍ଡି : ନିମ୍ନମାନର ରାସ୍ତା ପାଇଁ ବାତେଲିମା ପଞ୍ଚାୟତବାସୀଙ୍କ ରାସ୍ତା ଅବରୋଧ, ୭ ଘଣ୍ଟା ପରେ ସ୍ୱାଭାବିକ ହେଲା ଯାତାୟାତ
  • ||
  • ବଢ଼ିପାରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ, ଉଚ୍ଚଶିକ୍ଷା ବିଭାଗକୁ ୧ ବର୍ଷ ଅବଧି ବୃଦ୍ଧି ପାଇଁ ସୁପାରିସ
  • ||
  • ଭଦ୍ରକ : ସ୍ତ୍ରୀକୁ ପିଟି ପିଟି ମାରିଦେଲା ସୈତାନ ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • ଆମେରିକା ପୂର୍ବତନ ରାଷ୍ଟ୍ରପତିଙ୍କୁ ପ୍ରୋଷ୍ଟେଟ୍ କ୍ୟାନସର, ହାରିସ୍‌ କହିଲେ ସେ ଫାଇଟର ହାରିବେନି
  • ||
  • କେନ୍ଦୁଝର : ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • କଟକ : କାଠଯୋଡିରେ ୨ଯୁବ ଇଞ୍ଜିନିୟର ବୁଡିଯିବା ଘଟଣା, ଉଦ୍ଧାର ହେଲା ଆଉ ଜଣଙ୍କ ମୃତଦେହ
  • ||
  • ଅଶୋକନଗର ନୂଆ କାର୍ଯ୍ୟାଳୟରେ ବସିଲା ଜନତା ଦରବାର, ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
  • ||
  • ସମ୍ୱଲପୁର : ମଜୁରିଆପଡ଼ାରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ, ତଦନ୍ତ କରୁଛି ବନବିଭାଗ
  • ||
  • ରାଜ୍ୟରେ କମିବ ତାତି, ନାକେଦମ୍ କରିବ ଭୀଷଣ ଗୁଳୁଗୁଳି: ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ ସମ୍ଭାବନା
  • ||

ପ୍ରକୃତିପ୍ରାଣ କବି ସମ୍ରାଟ

Published By : Prameya | May 16, 2025 2:49 PM

ପ୍ରକୃତି ଶବ୍ଦର ଆଭିଧାନିକ ଅର୍ଥ ହେଲା- ଈଶ୍ୱର ସୃଷ୍ଟ ଯାବତୀୟ ବସ୍ତୁର ସମଷ୍ଟି। ସାଧାରଣରେ କହିବାକୁ ଗଲେ ଆମ ଆଖପାଖରେ ଯାହା ସବୁ ଅଛି ତାହା ପ୍ରକୃତି। ପୁରୁଷ ଓ ପ୍ରକୃତିରେ ହିଁ ଏ ଜଗତର ସୃଷ୍ଟି । ପୁରୁଷ ଏଠି ଲିଙ୍ଗଭିତ୍ତିକ ନୁହେଁ, ପୁରୁଷ ହେଲା ମାନବ ସମାଜ ଓ ପ୍ରକୃତି ହେଲା ମଣିଷ ବ୍ୟତୀତ ଈଶ୍ୱରଙ୍କ ବାକି ସମସ୍ତ ସୃଷ୍ଟି । ଏହି ପ୍ରକୃତିରେ ଘଟୁଥିବା ଘଟଣାବଳୀ ଦେଖି ସୃଜନଶୀଳତା ଜନ୍ମ ନିଏ । ପ୍ରତ୍ୟେକ ମଣିଷ ସାହିତ୍ୟିକ ହେଉ ବା ନହେଉ, ପ୍ରକୃତିରୁ ପ୍ରେରଣା ନେଇଥାଏ । ପ୍ରକୃତି ତା’ ଜୀବନର ଚିନ୍ତାଧାରାକୁ ପ୍ରଭାବିତ କରିଥାଏ । ଉପେନ୍ଦ୍ର ଭଞ୍ଜ ଏଥିରୁ ବ୍ୟତିକ୍ରମ ହେଇଥାନ୍ତେ ବା କେମିତି । ଭଞ୍ଜ ତାଙ୍କ କାବ୍ୟରେ ପର୍ବତ, ଝରଣା, ନଦୀ, ସମୁଦ୍ର, ଅରଣ୍ୟ, ବୃକ୍ଷ, ଲତା, ଫୁଲ ଆଦି ପ୍ରାକୃତିକ ବିଭବର ସୌନ୍ଦର୍ଯ୍ୟ ବର୍ଣ୍ଣନା ଉପରେ ଅଧିକ ଗୁରୁତ୍ୱ ନଦେଇ ସେମାନଙ୍କ ମହନୀୟତା ସମ୍ବନ୍ଧରେ, ମଣିଷ ସହ ଥିବା ଅବିଚ୍ଛେଦ୍ୟ ସମ୍ପର୍କ ଉପରେ ଗୁରୁତ୍ୱ ଦେଇଛନ୍ତି । 

ମଣିଷ- ପ୍ରକୃତିର ସମ୍ପର୍କ କିପରି ସୌହାର୍ଦ୍ଦ୍ୟପୂର୍ଣ୍ଣ ହେବା ଉଚିତ ତାହା ଉପରେ ଭଞ୍ଜ ଅଧିକ ପ୍ରାଧାନ୍ୟ ଦେଇଛନ୍ତି । କାଳର ବିବର୍ତ୍ତନରେ ଶାସ୍ତ୍ରକାରମାନେ କାବ୍ୟକାରମାନେ ପ୍ରକୃତିକୁ ଭିନ୍ନ ଦୃଷ୍ଟିକୋଣରେ ଚିତ୍ରଣ କରିଛନ୍ତି । ଭଞ୍ଜ ମଧ୍ୟ ନିଜସ୍ୱ ମତରେ ପ୍ରକୃତିର ମହତ୍ତ୍ୱକୁ ପୁରୋଭାଗରେ ରଖିବା ଶ୍ରେୟସ୍କର ମନେ କରିଛନ୍ତି । ଭଞ୍ଜ ହେଉଛନ୍ତି ପ୍ରକୃତିର ଲୀଳାଭୂମି ଘୁମୁସରର ରାଜପୁତ୍ର । ବାଲ୍ୟ, କୈଶୋରରୁ ତରୁଣ କବିର ମାନସକୁ ଘୁମୁସରର ଘୁମନ୍ତ ପ୍ରକୃତି ଆଚ୍ଛନ୍ନ କରିଛି ଅବଶ୍ୟ । କିନ୍ତୁ ଏହି ଭାବନାରେ ଭାସିନଯାଇ ଜଣେ ସାଧାରଣ କବି ଭାବେ ସେ ଏହି ପ୍ରାକୃତିକ ପ୍ରତୀକମାନଙ୍କ ବର୍ଣ୍ଣନା ସୌନ୍ଦର୍ଯ୍ୟଭିତ୍ତିକ ନକରି ତତ୍ତ୍ୱଭିତ୍ତିକ କରିଛନ୍ତି । ତେଣୁ ହୁଏତ ଅନେକ ସମାଲୋଚକ ତାଙ୍କୁ ପ୍ରକୃତି କବି ନମାନି ପାରନ୍ତି । କିନ୍ତୁ ଭଞ୍ଜ ଥିଲେ ‘ପ୍ରକୃତିପ୍ରାଣ’ । ପ୍ରକୃତିରେ ମିଳିଛି ତାଙ୍କୁ ସେଇ ଉପମା, ସେଇ ଅଳଙ୍କାର ଯାହା ତାଙ୍କ କବିତାକୁ କରିଛି କାଳଜୟୀ । ପ୍ରକୃତିର ପଞ୍ଚ ତତ୍ତ୍ୱ ଅଗ୍ନି, ପବନ, ସୂର୍ଯ୍ୟ, ଚନ୍ଦ୍ର, ଇନ୍ଦ୍ର, ପୃଥିବୀ, ବରୁଣ ଓ ଏମାନଙ୍କୁ ଶାସ୍ତ୍ରରେ ଦେବତା କୁହାଗଲା– ଅଗ୍ନିର୍ଦେବତା ବାଣେ ଦେବତା ସୂର୍ଯ୍ୟୋ ଦେବତା, ଚନ୍ଦ୍ର ଦେବତା ବସବୋ ଦେବତା ମରୁତ ଦେବତା... ଆଦି । 

ପରବର୍ତ୍ତୀ କାଳରେ ଉପନିଷଦରେ ଓ ପୁରାଣରେ ଏମାନଙ୍କ ଗୁଣ ବର୍ଣ୍ଣନା କରାଗଲା ଯଥା- ଅଗ୍ନିର ସ୍ୱଭାବକୁ ଲକ୍ଷ୍ୟ କରି ମଣ୍ଡୁକୋପନିଷଦରେ କୁହାଗଲା– ‘କାଳୀ କରାଳୀ ଚ ମନୋଜବା ଚ, ସୁଲୋହିତା ୟା ଚ ସୁଧୂମ୍ରବର୍ଣ୍ଣା, ସ୍ଫଲିଙ୍ଗିନୀ ବିଶ୍ୱରୁଚୀ ଚ ଦେବୀ, ଲେଲାୟମାନା ଇତି ସପ୍ତ ଜିହ୍ୱା ।’ ମାତ୍ର କାଳକ୍ରମେ ଯେତେବେଳେ ମଣିଷର ବୈଜ୍ଞାନିକ ଜ୍ଞାନ ହେତୁ ବଢ଼ିଲା ପ୍ରକୃତି ଦୈବୀରୁ ଜୈବୀ ହେବାକୁ ଲାଗିଲା । ପ୍ରକୃତିର ରୂପ, ତା’ର ଗୁଣ, ତା’ର ଲକ୍ଷଣ ଆଦି ମଣିଷ ବୁଝିପାରି ତା’ର ସ୍ତୁତି ବି କଲା, ପୁଣି ତାକୁ ଉପମା ଭାବେ ବ୍ୟବହାର ବି କଲା । ଭାଗବତରେ ଇନ୍ଦ୍ରଙ୍କ ଗୁଣ ଓ ଶକ୍ତିର ବର୍ଣ୍ଣନାରେ ଲେଖାହେଲା- ବୋଲଇ ଶୁଣ ଦାମୋଦର, ପୂଜା କରିବୁ ସୁରେଶ୍ୱର/ ତାର ଆଜ୍ଞାରେ ମେଘମାଳ, ସଂସାରେ ବରଷନ୍ତି ଜଳ । ପ୍ରକୃତିର ବିଭିନ୍ନ ବସ୍ତୁର ପ୍ରତିନିଧିତ୍ୱ କରୁଥିବା ଦେବତାମାନଙ୍କର ସ୍ଥିତି ଥିଲା ମଣିଷଠାରୁ ଅପହଞ୍ଚ ଦୂରତ୍ୱରେ । ଅଥଚ ଏହା ତାର ଚାରିପଟେ ବେଢ଼ି ରହିଥିଲା । ପୁରାଣ ଯୁଗ ପରେ କାବ୍ୟ ଯୁଗରେ ଯେତେବେଳେ ଉପେନ୍ଦ୍ରଙ୍କର ଆବିର୍ଭାବ ହେଲା, ସେ ପ୍ରକୃତିକୁ ତା’ର ନିଜସ୍ୱ ସ୍ଥୂଳ ରୂପରେ ଦେଖି ତା’ର ମହନୀୟ ଗୁଣଗୁଡ଼ିକ ଆବିଷ୍କାର କରିବା ଚେଷ୍ଟା କରି ସେଥିରେ ଉତ୍ତମ ରଚନାମାନ କରିଛନ୍ତି । ପ୍ରକାରାନ୍ତରେ ତାଙ୍କର ପାଠକ ପାଠିକାମାନଙ୍କୁ ତାଙ୍କ ନାୟକ-ନାୟିକା ମାଧ୍ୟମରେ ପ୍ରକୃତିକୁ ଦେଖିବାକୁ ସେ ନିବେଦନ କରିଛନ୍ତି ଏବଂ ପ୍ରକୃତିଠାରୁ ଶିକ୍ଷଣୀୟ ଗୁଣକୁ ଅନୁକରଣ କରିବାକୁ ମଣିଷକୁ କହିଛନ୍ତି ।

ଏହି ପୃଷ୍ଠଭୂମିରେ କେତୋଟି ଦୃଷ୍ଟାନ୍ତ ନିମ୍ନରେ ଉଲ୍ଲେଖ କରାଯାଉଛି । ପ୍ରତିଟି ସୃଷ୍ଟିର ଏକ ନିର୍ଦ୍ଧାରିତ ସ୍ୱଧର୍ମ ରହିଛି । ମଣିଷ ବେଳେବେଳେ ସ୍ୱଧର୍ମ ହୁଡ଼ି ପଶୁସୁଲଭ, ପାଷାଣସୁଲଭ ଆଚରଣ, ବିଜାତୀୟ ଆଚରଣକୁ ଆହରଣ କରିବାକୁ ଚେଷ୍ଟା କରେ । ମଣିଷ ଛଡ଼ା ଅନ୍ୟ ସମସ୍ତ ପ୍ରାକୃତିକ ସୃଷ୍ଟି ନିରବଚ୍ଛିନ୍ନ ଭାବେ ନିଜ କର୍ମ ଧର୍ମର ପାଳନ କରନ୍ତି । ‘ସୁଭଦ୍ରା ପରିଣୟ’ରେ କବି ଲେଖିଲେସେ ଜଳ ଆଦର ଛଡ଼ାଇଛି ଦର୍ପଣୁ ସତ, ସ୍ୱାଦେ ହାରି ମିତ୍ର ହୋଇଛି ଯାହା ସଙ୍ଗେ ଅମୃତ/ ସୁଧା ଭାନୁ ଶୀତ ଗୁଣରେ ସବୁ ପ୍ରକାରେ ହାରି, ସୁବୁଦ୍ଧି ପଣରେ କୁମୁଦ ସଙ୍ଗେ ବନ୍ଧୁତା କରି । ଜଳ ନିଜର ତାରଲ୍ୟ ଗୁଣ ଯୋଗୁଁ ନଦୀ, ହ୍ରଦ, ପୁଷ୍କରିଣୀ, କୂପ, ଯେକୌଣସି ଆଧାରକୁ ଅତି ସହଜରେ ଗ୍ରହଣ କରିପାରୁଥିଲେ ମଧ୍ୟ ନିଜତ୍ୱକୁ ପରିହାର କରେନାହିଁ । ବର୍ଷାପାଣି ମାଟିରେ ପଡ଼ିଲା ପରେ ମଧ୍ୟ କିଛି ସମୟ ପରେ ଜଳ ତା’ ନିର୍ମଳ ରୂପ ଫେରିପାଏ । ମାତ୍ର ମଣିଷ ନିଜ ଅହଂକାର ଯୋଗୁଁ ଆଧେୟ ଭାବେ କୌଣସି ଆଧାରକୁ ଆପଣେଇପାରେ ନାହିଁ କି ନିଜେ ଆଧାର ଭାବରେ ଅନ୍ୟ କାହା ସହ ବୁଝାମଣା ମଧ୍ୟ କରିପାରେନାହିଁ । ଏଇଠି ବୈଦେହୀଶ ବିଳାସରେ ଭଞ୍ଜ ଲେଖିଲେ- ବୋଧେ ରାମ ନଦୀ ସର ତଡ଼ାଗ କୂପ ଆବର, ମୂର୍ତ୍ତି ଭିନ୍ନ ସେ ଏକ ଜୀବନ ଯେ/ ବରଷା କରେ ଆବିଳ ତା’ ନିଜ ଗୁଣ ନିର୍ମଳ, ଶୀତଳକୁ ନ ଛାଡ଼ନ୍ତି ଘେନ ଯେ । 

ଆଜି ବିଶ୍ୱର ସବୁଆଡ଼େ ସୀମାକୁ ନେଇ ବିବାଦ ଚାଲିଛି । ମଣିଷ ନିଜ ଲୋଭ, ଅହଂକାର ବଳରେ ପୃଥିବୀକୁ ଧ୍ୱଂସ ଆଡ଼କୁ ଠେଲିଲା ବେଳେ ଭଞ୍ଜ ମାନବ ଜାତିକୁ ସମୁଦ୍ର ଠାରୁ ସୀମାବଦ୍ଧତା ଶିଖିବାକୁ କହୁଛନ୍ତି- ବେଳାକୁ ନ ଲଙ୍ଘେ ସତ୍ୟେ ପାରାବାର (ବୈଦେହୀଶ ବିଳାସ) ପ୍ରକୃତିରୁ ହିଁ ସୃଷ୍ଟି, ସୃଷ୍ଟିରୁ ହିଁ ପ୍ରକୃତି ବୋଲି ଯେଉଁ ଦାର୍ଶନିକମାନେ ମତପୋଷଣ କରନ୍ତି ସେମାନେ ଯେ କେତେ ନିକଟରୁ ପ୍ରକୃତିକୁ ଲକ୍ଷ୍ୟ କରିଥିବେ ତାହା ଭଞ୍ଜଙ୍କ ଲାବଣ୍ୟବତୀର ଗ୍ରୀଷ୍ମ ବର୍ଣ୍ଣନାରୁ ବୁଝିହେବ- ଧୀବର ରମା କଳେବର ପରାୟେ ଗନେ୍ଧ ସିନ୍ଧୁବାର ଫୁଲ, ଝିଙ୍କାରି ଝଙ୍କାର ଝୁଣ୍ଟିଆ ଶବଦେ ବିପିନ ନର୍ତ୍ତକୀ ତୁଲ । ଖରାଦିନରେ ବେଗୁନିଆ ଫୁଲରୁ ଯେଉଁ ଆଇଁଷିଣିଆ ଗନ୍ଧ ବାହାରେ ତାହା କେଉଟୁଣୀ ଦେହର ଗନ୍ଧ ପରି ତୁଳନା କରିବା କେବଳ ଭଞ୍ଜଙ୍କ କାବ୍ୟ ବଳିଷ୍ଠତା ନୁହେଁ, ବରଂ ତାଙ୍କର ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ହେବାକୁ ଦର୍ଶାୟେ । ଭଞ୍ଜଙ୍କ କାବ୍ୟମାନଙ୍କରେ ପ୍ରକୃତି ଓ ମଣିଷର ଜୀବନକୁ ସେ ଯେପରି ସଂଯୋଗ କରିଛନ୍ତି, ତାହା ହିଁ ତାଙ୍କୁ ପ୍ରକୃତ ଅର୍ଥରେ ପ୍ରକୃତିପ୍ରାଣ କରିଛି– କୁମୁଦ ବିକାଶ ତୁଟି ତୁଟି ଯାଇ ପଦ୍ମ ଫୁଟି ଫୁଟି ଆସେ/ ହରଷ ବିରସ ପାଲଟା ପାଲଟି ମଧୁଲିଟ ବଟ କି ସେ?

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.