କଟକ ୧୩/୦୫: ଫେଲ୍ ମାରିଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଅଧ୍ୟକ୍ଷା ରୋଜି ସେଠୀଙ୍କ ବିରୁଦ୍ଧରେ ଅଣାଯାଇଥିବା ଅନାସ୍ଥା ରଣନୀତି । ବିଧାୟକ ସାରଦା ପ୍ରଧାନ ଓ ବିଧାୟକ ପ୍ରକାଶ ସେଠୀଙ୍କ ଉଦ୍ୟମ ସତ୍ତ୍ୱେ ରୋଜିଙ୍କୁ ହଟାଇବା ସମ୍ଭବ ହୋଇନି। ଯାହାଫଳରେ ଅନାସ୍ଥା ଫ୍ଲୋର୍ କୁ ଆସିନାହାନ୍ତି ବିପକ୍ଷ ଗୋଷ୍ଠୀ।
ସୂଚନା ଅନୁଯାୟୀ, ରୋଜିଙ୍କ ବିରୁଦ୍ଧରେ ୩୧ ଜଣ ସରପଞ୍ଚ ଓ ସମିତି ସଭ୍ୟ ଓ ସଭ୍ୟାଙ୍କୁ ନେଇ ଅନାସ୍ଥା ପ୍ରସ୍ତାବ ଦେଇଥିଲେ ବିଧାୟକ ସାରଦା ପ୍ରଧାନ। ଆଜି ନିଶ୍ଚିନ୍ତକୋଇଲି ବ୍ଲକ୍ କାର୍ଯ୍ୟାଳୟରେ ଅନାସ୍ଥା ପ୍ରମାଣିତ କରିବାର ରହିଥିଲା। ରୋଜିଙ୍କୁ ହଟାଇବାକୁ ୫୮ଟି ଭୋଟ୍ ଦରକାର ଥିବା ବେଳେ ସାରଦା-ପ୍ରକାଶଙ୍କ ଶିବିରରେ ଏତେ ସଂଖ୍ୟକ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ନଥିଲେ। ଯାହାଫଳରେ ଆଜି ଫ୍ଲୋର୍ କୁ ଆସିନଥିଲେ ସାରଦାଙ୍କ ଶିବିର। କଟକ ସଦର ଉପଜିଲ୍ଲାପାଳଙ୍କ ଅସୁସ୍ଥତା କାରଣରୁ ପ୍ରସ୍ତାବ ବାତିଲ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ବିଜେଡି ନେତା ପ୍ରତାପ-ଚନ୍ଦ୍ରସାରଥିଙ୍କ ଶିବିରରେ ୪୫ରୁ ଅଧିକ ସଭ୍ୟ ସଭ୍ୟା ରହିଥିବାରୁ ସାରଦା-ପ୍ରକାଶ ନିରାଶ ହୋଇଛନ୍ତି।