ପ୍ରମୂଖ ଖବର
  • ଭୁବନେଶ୍ବର ପାତ୍ରପଡା ଛକରେ ଦୁର୍ଘଟଣାରେ ଝିଅ ମୃତ, ମା’-ପୁଅ ଗୁରୁତର
  • ||
  • କୁଜଙ୍ଗ : ଦଶାହ କର୍ମ ସମୟରେ ତାଳଦଣ୍ଡା କେନାଲରେ ଭାସିଯାଇ ଯୁବକ ମୃତ
  • ||
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ; ୨ ଯୁବକଙ୍କୁ କୋର୍ଟ ଚାଲାଣ କଲା ପୁଲିସ

Published By : Harapriya Sethi | August 6, 2025 7:32 AM

ଲାଞ୍ଜିଗଡ଼,୦୬/୦୮: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ୍ କାଣ୍ଡାମା ଗାଁରେ ଅନ୍ଧବିଶ୍ବାସ । ଗୁଣି ଗାରେଡ଼ି ସନ୍ଦେହରେ ନିଖୋଜ ରଘୁ ପାତ୍ର(୬୦ ବର୍ଷ)ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ଏହି ଘଟଣାରେ ବିଶ୍ୱନାଥପୁର ନାଥା ପୁଲିସ ଏକ ମାମଲା ରୁଜୁ କରି ୨ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । 

ସୂଚନା ଅନୁସାରେ, ବୃଦ୍ଧ ରଘୁ ପାତ୍ର ଜୁଲାଇ ୩୦ ତାରିଖରୁ କେଉଁ ଆଡ଼େ ନିଖୋଜ ହୋଇ ଯାଇଥିଲେ । ୫ ଦିନ ବିତି ଯାଇଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ଏନେଇ ପରିବାର ବାରମ୍ବାର ଥାନାରେ ଅଭିଯୋଗ କରିଥିଲେ । ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସୋମବାର କେସିଙ୍ଗା ଏସଡିପିଓ ସନ୍ଦୀପ କୁମାର ମାଝୀଙ୍କ ନେତୃତ୍ବରେ ବିଶ୍ୱନାଥପୁର ଥାନା ଅଧିକାରୀ ତୁଳସୀରାମ ଶବର, ସନ୍ଧାନୀ କୁକୁର ଓ ସାଇଣ୍ଡିଫିକ୍ ଟିମ୍ ସହାୟତାରେ ତଦନ୍ତ କରିଥିଲା । ସନ୍ଧାନୀ କୁକୁର ଦୁଇ ସନ୍ଦିଗ୍ଧ ନରେଶ ଦୋରା ଓ ସୁଶାନ୍ତ ହରିଜନଙ୍କୁ ଚିହ୍ନଟ କରିଥିଲା । ଏହାପରେ ନରେଶକୁ ପଚରାଉଚୁରା କରିବାରୁ ବୃଦ୍ଧ ରଘୁଙ୍କୁ ସେମାନେ ହତ୍ୟା କରିଥିଲା ସ୍ବୀକାର କରିଛନ୍ତି ।  ହତ୍ୟା ପରେ ଏକ ବାଇକରେ ରାୟଗଡା ଜିଲ୍ଲା ଦହିଖାଲ ନିକଟରେ ରେଳ ଧାରଣାରେ ଫିଙ୍ଗି ଦେଇଥିଲେ  । 

ଅଭିଯୁକ୍ତ ନରେଶର ବାପା ଦୁଃଶାସନଙ୍କ ମାସେ ତଳେ ମୃତ୍ୟୁ ଘଟିଥିଲା। ରଘୁ ତାଙ୍କୁ ଗୁଣି କରି ମାରିଥିବା ନରେଶର ପରିବାର ସନ୍ଦେହ କରୁଥିଲେ । ସେହି ରାଗରେ ବୃଦ୍ଧ ରଘୁଙ୍କୁ ଦୁଇଜଣ ମିଶି ହତ୍ୟା କରିଥିବା ସ୍ବୀକାର କରିଛନ୍ତି ।  ଦିନେ ସନ୍ଧ୍ୟାରେ ରଘୁ ନିକଟସ୍ଥ ବଣ୍ଡେଲ ଗାଁରୁ ଫେରୁଥିବା ବେଳେ ଏକ ନିଛାଟିଆ ସ୍ଥାନରେ ତାଙ୍କୁ ଦେଖି ଅତର୍କିତ ଆକ୍ରମଣ କରିଥିଲା। ହତ୍ୟା ପରେ ନିଜ ସହଯୋଗୀ ସହିତ ଶବକୁ ଗାଏବ୍ କରିଦେଇଥିଲା । ଅଭିଯୁକ୍ତଙ୍କ ସୂଚନା ଆଧାରରେ ମୃତଦେହ ଖୋଜିବାକୁ ପୁଲିସ ଅମ୍ବାଦୋଳା ଦହିଖାଳକୁ ସଂଯୋଗ କରୁଥିବା ରେଳ ଟ୍ରାକ୍‌କୁ ଯାଇଥିଲା। ହେଲେ ଗଳିତ ମୃତଦେହକୁ ରେଳବାଇ ପୁଲିସ ଜବତ କରି ରାୟଗଡ଼ା ମୁଖ୍ୟାଳୟକୁ ପଠାଇଥିଲା । ସୋମବାର ବିଶ୍ଵନାଥପୁର ପୁଲିସ ସେଠାକୁ ଯାଇ ଶବ ଜବତ କରିବା ସହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। 

ଏପଟେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଥିବାବେଳେ, ଅଭିଯୁକ୍ତଙ୍କୁ ସହଯୋଗ କରିଥିବା ସନ୍ଦେହରେ କାଣ୍ଡାମାର ଆଉ ୨ଜଣ ପ୍ରଦୀପ ହରିଜନ ଓ ଭୋଳା ଦୋରାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲେ। ମଙ୍ଗଳବାର ଅଟକ ଥିବା ୪ଜଣଙ୍କୁ କାଣ୍ଡାମା ଗାଁକୁ ଯାଇ ରଘୁଙ୍କୁ ମାରିଥିବା ସ୍ଥାନ ଓ ହତ୍ୟାରେ ବ୍ୟବହାର କରିଥିବା ମହୁଲ ବାଡ଼ି ସହିତ ହତ୍ୟା ପରେ କେଉଁ ବାଇକରେ ଫିଙ୍ଗିବାକୁ ନେଇଥିଲେ ସେହି ବାଇକକୁ ପୁଲିସ ଜବତ କରିଛି। ତଦନ୍ତ ପରେ କାଣ୍ଡାମା ଗାଁର ନରେଶ ଦୋରା ଓ ନିକଟସ୍ଥ ବଣ୍ଡେଲ ଗାଁର ପ୍ରଦୀପ ହରିଜନଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.