ପ୍ରମୂଖ ଖବର
  • ଭୁବନେଶ୍ବର ପାତ୍ରପଡା ଛକରେ ଦୁର୍ଘଟଣାରେ ଝିଅ ମୃତ, ମା’-ପୁଅ ଗୁରୁତର
  • ||
  • କୁଜଙ୍ଗ : ଦଶାହ କର୍ମ ସମୟରେ ତାଳଦଣ୍ଡା କେନାଲରେ ଭାସିଯାଇ ଯୁବକ ମୃତ
  • ||
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

ଛଅଦିନ ହେଲା ବୃଦ୍ଧଙ୍କ ନିଖୋଜ ଘଟଣା ,ପୁଲିସର କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନବାଚୀ

Published By : Suraj Kumar | August 3, 2025 10:23 PM

ଲାଞ୍ଜିଗଡ଼, ୦୩/୦୮(ଆପ୍ର)-ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ତଥା ଲାଞ୍ଜି ପଞ୍ଚାୟତ କାଣ୍ଡାମା ଗାଁର ବୃଦ୍ଧ ରଘୁ ପାତ୍ରଙ୍କ ନିଖୋଜ ଘଟଣାକୁ ଆଜି ଛଅ ଦିନ ବିତିଯାଇଛି। ନିଖୋଜ ରଘୁଙ୍କ ପୁଅ ମୂରଲୀ ପାତ୍ର ବାପାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ନେଇ ଅଭିଯୋଗ କରିଆସୁଛନ୍ତି। ଏପରିକି ତାଙ୍କ ବାପାଙ୍କ ହତ୍ୟା ପରେ ଶବକୁ ଗାୟବ କରିଦିଆଯାଇଛି ବୋଲି ଅଭିଯୋଗ କରିବା ସହିତ ଏଥିପାଇଁ ଅଞ୍ଚଳର ଚାରିଜଣ ବ୍ୟକ୍ତିଙ୍କୁ ସେ ସନ୍ଦେହ କରୁଥିବା ନେଇ ପୁଲିସକୁ ଜଣାଇଛନ୍ତି। କିନ୍ତୁ ଛଅଦିନ ହେଲା ବିଶ୍ୱନାଥପୁର ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ଉପରଠାଉରିଆ ତଦନ୍ତ କରୁଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

 ରଘୁ ନିଖୋଜ ହେବା ସନ୍ଧ୍ୟାରେ ଗାଁ ନିକଟସ୍ଥ ବଣ୍ଡେଲ ଗାଁକୁ ମଦ ପିଇବାକୁ ଯାଇ ଆଉ ଫେରିନଥିଲେ। ତେବେ ମାସକ ତଳେ ଗାଁର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ରଘୁ ତାଙ୍କୁ ଗୁଣିଗାରେଡି କରିଥିବା ନେଇ ଅଭିଯୋଗ ଉଠିଥିଲା। ସେଇଦିନଠୁ କିଛି ଲୋକ ରଘୁଙ୍କୁ ଟାର୍ଗେଟ କରିଥିବା ନେଇ ସନ୍ଦେହ କରିବା ସହିତ ତାଙ୍କ ବାପାଙ୍କ ନିଖୋଜ ଘଟଣାରେ ସେମାନଙ୍କ ସମ୍ପୃକ୍ତି ଥିବା ମୂରଲୀ କହିଛନ୍ତି। ଏପରିକି ତାଙ୍କ ବାପାଙ୍କ ନିଖୋଜ ହେବା ପରେ ଓ ଖୋଜାଖୋଜି କଲାବେଳେ ଗାଁ ଶେଷ ମୁଣ୍ଡରେ ଥିବା ପଡ଼ିଆରେ ରକ୍ତଛିଟା ପଡ଼ିଥିବା ସେ ପୁଲିସକୁ ଦେଖାଇଥିଲେ। କିନ୍ତୁ ପୁଲିସ ସେଇ ସନ୍ଦିଗ୍ଧମାନଙ୍କୁ କେବଳ ପଚରାଉଚୁରା କରି ଖୋଲା ଛାଡ଼ି ଦେଇଥିବା ତାଙ୍କ ପରିବାର ଅଭିଯୋଗ କରିଛନ୍ତି। ପୁଲିସକୁ ଅଭିଯୋଗ ପରେ ଓ ସନ୍ଦିଗ୍ଧମାନଙ୍କ ସମ୍ପର୍କରେ ସୂଚନା ଦେଲେ ବି ପୁଲିସର ତଦନ୍ତ ଆଗଉନଥିବାରୁ ଗାଁରେ ମଧ୍ୟ ଏକ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ପରିବାର ଲୋକେ ବିଶ୍ୱନାଥପୁର ଥାନାକୁ ଯିବା ସହିତ ସଠିକ ଦିଗରେ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ ବିଶ୍ୱନାଥପୁର ଥାନାଧିକାରୀ ତୁଳସୀରାମ ଶବରଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ତାହା ସମ୍ଭବ ହୋଇନଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.