ପ୍ରମୂଖ ଖବର
  • ଭୁବନେଶ୍ବର ପାତ୍ରପଡା ଛକରେ ଦୁର୍ଘଟଣାରେ ଝିଅ ମୃତ, ମା’-ପୁଅ ଗୁରୁତର
  • ||
  • କୁଜଙ୍ଗ : ଦଶାହ କର୍ମ ସମୟରେ ତାଳଦଣ୍ଡା କେନାଲରେ ଭାସିଯାଇ ଯୁବକ ମୃତ
  • ||
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

ସ୍ୱଳ୍ପ ବୃଷ୍ଟିପାତର ଚାଷ ଉପରେ ପ୍ରଭାବ; ବନ୍ଦ ହୋଇ ପଡ଼ିଛି ବୃହତ୍ ଉଠା ଜଳସେଚନ ପ୍ରକଳ୍ପ

Published By : Harapriya Sethi | August 7, 2025 7:42 AM

କେସିଙ୍ଗା,୦୭/୦୮: ପୂର୍ବ ସରକାରଙ୍କ ସମୟରେ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ଓ ତାର ପରିଚାଳନା ପାଇଁ ଏଲ୍ଆଣ୍ଡଟି କମ୍ପାନୀ ସହ ଚୁକ୍ତି ହୋଇଥିଲା । ଚଳିତ ବର୍ଷ ଖରିଫ ଋତୁ ଆରମ୍ଭ ବେଳକୁ କମ୍ପାନୀର ଚୁକ୍ତି ସରିଯାଇଥିବା ଫଳରେ ବର୍ତ୍ତମାନ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ପରିଚାଳନା ନହୋଇ ପଡ଼ି ରହିବା ଯୋଗୁଁ ପ୍ରକଳ୍ପ ଗୁଡିକ ଅଚଳ ହୋଇପଡିଛି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ରେତ ନଦୀରେ ହୋଇଥିବା ଯୋଲକୋ ଏବଂ ତେଲନଦୀରେ ହୋଇଥିବା ବାହାଦୂରପଦର, ନୁନମାଠ, ତୁଣ୍ଡଲା ଆଦି ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଠପ୍ ହୋଇପଡିଛି । ଯେଉଁ କାରଣରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଅପରପକ୍ଷରେ ଚଳିତ ଖରିଫ ଋତୁରେ ଚାଷ ପାଇଁ କେସିଙ୍ଗା ବ୍ଲକ ଅଞ୍ଚଳରେ ସ୍ୱଳ୍ପ ବୃଷ୍ଟିପାତ ହୋଇଥିବା ଯୋଗୁଁ ବିଶେଷକରି ଧାନ ଚାଷ ଉପରେ ପ୍ରଭାବ ପଡିଛି । ବୃହତ୍ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ନହୋଇ ବର୍ତ୍ତମାନ ଠପ୍ ହୋଇ ପଡି ରହିବା ଯୋଗୁଁ ଚାଷୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, କେସିଙ୍ଗା ବ୍ଲକ ଅନ୍ତର୍ଗତ ଲଇତରା ପଞ୍ଚାୟତର ଗାଁଗୁଡିକ ଯୋଲକୋ ରେତ ନଦୀ ସ୍ଥିତ ବୃହତ୍ ମେଗା ଉଠାଜଳସେଚନ ପ୍ରକଳ୍ପରୁ ଗତ କିଛି ଧରି ଉପକୃତ ହୋଇଆସୁଥିଲେ। ଚଳିତ ଖରିଫ ଋତୁରେ ଉକ୍ତ ପ୍ରକଳ୍ପଟି କାର୍ଯ୍ୟକ୍ଷମ ନହୋଇ ବନ୍ଦ ହୋଇପଡିଛି ।‌ ଲଇତରା ବୃହତ୍ ଉଠା ଜଳସେଚନ ପ୍ରକଳ୍ପକୁ ଯଥାଶୀଘ୍ର ଚାଲୁ କରିବା ପାଇଁ ଅଞ୍ଚଳର ଅନେକ ଚାଷୀ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ପାଣି ପଞ୍ଚାୟତ ସଭାପତି ଗୀତାଞ୍ଜଳି ଭୋଇ କଳାହାଣ୍ଡି ଜିଲ୍ଲାପାଳଙ୍କ ଠାରେ ଲିଖିତ ଦାବି ଜଣାଇଛନ୍ତି । ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିବାର ସାତ ଦିନ ଭିତରେ ଲଇତରା ବୃହତ୍ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ନହେଲେ ପଞ୍ଚାୟତର ସମସ୍ତ ଚାଷୀ ଓ ଜନସାଧାରଣ ମିଳିତ ଭାବେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିବାକୁ ବାଧ୍ୟ ହେବୁ ବୋଲି ଜିଲ୍ଲାପାଳଙ୍କୁ ଦିଆଯାଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.