ପ୍ରମୂଖ ଖବର
  • ଭୁବନେଶ୍ବର ପାତ୍ରପଡା ଛକରେ ଦୁର୍ଘଟଣାରେ ଝିଅ ମୃତ, ମା’-ପୁଅ ଗୁରୁତର
  • ||
  • କୁଜଙ୍ଗ : ଦଶାହ କର୍ମ ସମୟରେ ତାଳଦଣ୍ଡା କେନାଲରେ ଭାସିଯାଇ ଯୁବକ ମୃତ
  • ||
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

ନିମ୍ନମାନର ରାସ୍ତା କାମ ଅଭିଯୋଗ; ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କାଉନସିଲର

Published By : Ankita S | August 6, 2025 11:54 AM

କେସିଙ୍ଗା,୦୬/୦୮: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ଏସିର ବିଭିନ୍ନ ଉନ୍ନୟନମୂଳକ କାମରେ ଅନିୟମିତତା ସହିତ ନିମ୍ନମାନର କାମ ହେଉଥିବା ଅଭିଯୋଗ ହେଉଛି । ବିଭିନ୍ନ ଉନ୍ନୟନମୂଳକ କାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ତାହା ନିମ୍ନମାନର ହେଉଥିବା ଯୋଗୁଁ କାମର ସ୍ଥାୟୀତ୍ବ ରହୁନାହିଁ । ଯାହାକୁ ନେଇ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦର ୫ଜଣ କାଉନସିଲର ଏଭଳି ଅଭିଯୋଗ ଆଣିଛନ୍ତି । ଦୁଇ ଗୋଟି ପ୍ରକଳ୍ପର କାମ ଅତି ନିମ୍ନମାନର ହୋଇଥିବା ଦର୍ଶାଇ କଳାହାଣ୍ଡି ଜିଲ୍ଲାପାଳ ଏବଂ ଭିଜିଲାନ୍ସ ବିଭାଗକୁ ଲିଖିତ ଅଭିଯୋଗ କରିଛନ୍ତି ।

ଅଭିଯୋଗରୁ ପ୍ରକାଶ ଯେ, କେସିଙ୍ଗା ଏନ୍ଏସି ଓ୍ବାର୍ଡ ନମ୍ବର ୧ ବଗାଡ ସ୍ଥିତ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହୋଇଥିବା ସ୍ଲଟର ହାଉସ୍ ନିର୍ମାଣ କାମ ଏବଂ ୧୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହୋଇଥିବା ଏକ ପେଭର ବ୍ଲକ୍ ରାସ୍ତା କାମ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । କଳାହାଣ୍ଡି ଜିଲ୍ଲାପାଳ ଏବଂ ଭିଜିଲାନ୍ସ ବିଭାଗକୁ ଲିଖିତ ଅଭିଯୋଗ କରାଯାଇଛି । କେସିଙ୍ଗା ଏନ୍ଏସିରେ ବିଜେଡି ଦଳର ୪ ଜଣ କାଉନସିଲର ଏଭଳି ଅଭିଯୋଗ ଆଣିଛନ୍ତି । ଓ୍ବାର୍ଡ ନମ୍ବର ୩ର କଂଗ୍ରେସ କାଉନସିଲର ରୋହିତ ଜୈନଙ୍କ ସମେତ ବିଜେଡି ଦଳର ୪ ଜଣ କାଉନସିଲର ମଞ୍ଜୁଲା ସାହୁ, ଭୁପିନ୍ଦ୍ର ଘିଭେଲା, ମଞ୍ଜୁ ମାଝୀ ଏବଂ ରମାକାନ୍ତ ଜେନାଙ୍କ ଦସ୍ତଖତରେ ଜିଲ୍ଲାପାଳ ଏବଂ ଭିଜିଲାନ୍ସ ଦ୍ୱାରସ୍ଥ ହୋଇଛନ୍ତି । 

ଅଭିଯୋଗ ଉପରେ ପ୍ରତିକ୍ରିୟା ନେବାକୁ ଏନ୍ଏସିର କନିଷ୍ଠ ଯନ୍ତ୍ରୀ ନାରାୟଣ ମହାରଣା ଓ ନଗରପାଳ ନୃପରାଜ ଯାଦବଙ୍କୁ ଫୋନ୍ କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରି ନାହିଁ । ତେବେ ଏନ୍ଏସିର ୫ ଜଣ କାଉନସିଲରଙ୍କ ଅଭିଯୋଗ ପରେ ଏନ୍ଏସି ପ୍ରଶାସନ ପାଇଁ ଏକ ଅଡୁଆ ପରିସ୍ଥିତି ଦେଖାଦେଇଥିବା ନେଇ ସାଧାରଣରେ ଆଲୋଚନା ହେଉଛି ।

  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.