ପ୍ରମୂଖ ଖବର
  • ଭୁବନେଶ୍ବର ପାତ୍ରପଡା ଛକରେ ଦୁର୍ଘଟଣାରେ ଝିଅ ମୃତ, ମା’-ପୁଅ ଗୁରୁତର
  • ||
  • କୁଜଙ୍ଗ : ଦଶାହ କର୍ମ ସମୟରେ ତାଳଦଣ୍ଡା କେନାଲରେ ଭାସିଯାଇ ଯୁବକ ମୃତ
  • ||
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

ବୃଦ୍ଧ ନିଖୋଜ ଘଟଣାର ପର୍ଦ୍ଦାଫାଶ : ଗୁଣିଗାରେଡି ସନ୍ଦେହରେ ହତ୍ୟା, ରେଳ ଧାରଣାରେ ଫିଙ୍ଗିଦେଲେ ଶବ

Published By : Suraj Kumar | August 4, 2025 10:45 PM

ବିଶ୍ୱନାଥପୁର,୦୪/୦୮(ଆପ୍ର)-ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ କାଣ୍ଡାମା ଗାଁର ବୃଦ୍ଧ ରଘୁ ପାତ୍ରଙ୍କ ନିଖୋଜ ଘଟଣା ଆଜି ନୂଆମୋଡ଼ ନେଇଛି। ପରିବାର ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ନିଖୋଜ ମାମଲା ରୁଜୁ କରିଥିବା ପୁଲିସ ସୋମବାରତତ୍ପରତା ପ୍ରକାଶ କରିଥିଲା। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚିବା ପରେ ନରେଶ ଦୋରା ଓ ସୁଶାନ୍ତ ହରିଜନଙ୍କୁ ଚିହ୍ନଟ କରିଥିଲା । ଏହାପରେ ନରେଶକୁ ପଚରାଉଚୁରା କରିବା ପରେ ସେ ରଘୁଙ୍କୁ ହତ୍ୟା କରି ବାଇକ ଯୋଗେ ଶବ ନେଇ ଦହିଖାଲ ନିକଟରେ ରେଳ ଧାରଣାରେ ଫିଙ୍ଗି ଦେଇଥିବା ସ୍ୱୀକାର କରିଛି। ପୁଲିସ ଅଧିକ ତଦନ୍ତ ପାଇଁ ଉଭୟଙ୍କୁ ବିଶ୍ୱନାଥପୁର ଥାନାକୁ ନେଇଯାଇଛି। 

ଅଭିଯୁକ୍ତ ନରେଶର ବାପା ଦୁଃଶାସନ ଦୋରା ଗତ ମାସକ ତଳେ ମୃତ୍ୟୁବରଣ କରିଥିଲେ। ମୃତ ରଘୁ ତାଙ୍କୁ ଗୁଣି କରିଥିବା ନେଇ ନରେଶଙ୍କ ପରିବାର ସନ୍ଦେହ କରିଥିଲେ। ସେଇଦିନଠୁ ରଘୁଙ୍କ ଉପରେ ରାଗ ରଖିଥିଲା ନରେଶ। କେରଳରୁ ନରେଶ ଗାଁକୁ ଆସିବା ସହିତ ଦୁଃଶାସନଙ୍କ ମୃତ୍ୟୁର ଠିକ ମାସେ ପୁରିବା ଦିନ ସନ୍ଧ୍ୟାରେ କୌଣସି କାମରେ ରଘୁ ନିକଟସ୍ଥ ବଣ୍ଡେଲ ଗାଁକୁ ଯାଇ ଫେରୁଥିବାବେଳେ ନିଛାଟିଆ ଦେଖି ଆକ୍ରମଣ କରିଥିଲା। ହତ୍ୟା ପରେ ନିଜର ଅନ୍ୟ ତିନିଜଣ ସହଯୋଗୀ ସହିତ ଶବ ଗାୟବ କରିବା ସହିତ କିଛି ଜାଣିନଥିବା ଭଳି ରହିଥିଲା। ତେବେ ପୁଲିସ ତା'ଠାରୁ ସୂଚନା ପାଇ ରାୟଗଡା ରେଳବାଇ ପୁଲିସର ଜିମାରେ ଥିବା ଶବ ଉଦ୍ଧାର କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ଅପରପକ୍ଷରେ ଏହି ଘଟଣାରେ ସାମିଲ ଥିବା ଅଭିଯୋଗରେ ନରେଶ ସହିତ ତାର ଭାଇ ଭୋଳା ଦୋରା, ତାର ଦୁଇବନ୍ଧୁ ସୁଶାନ୍ତ ଓ ପ୍ରଦୀପ ହରିଜନଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ବିଶ୍ୱନାଥପୁର ଥାନାଧିକାରୀ ତୁଳସୀରାମ ଶବର ମାମଲାର ତଦନ୍ତ କରୁଥିବାବେଳେ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ କେସିଙ୍ଗା ପୁଲିସ ଉପଖଣ୍ଡ ଅଧିକାରୀ ସମ୍ବିତ ମାଝୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.