ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମାଓବାଦୀଙ୍କ ନାଁରେ ଆଦାୟ କରୁଥିଲେ ବଟି, ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

Published By : Harapriya Sethi | December 9, 2024 9:03 AM

ଚିତ୍ରକୋଣ୍ଡା,୦୯/୧୨: ମହଙ୍ଗା ପଡିଲା ନିଜକୁ ମାଓବାଦୀ କହି ସାଧାରଣ ଲୋକଙ୍କୁ ପ୍ରଜାକୋର୍ଟର ଧମକ ଦେଖାଇ ବଟି ଆଦାୟ କରିବା। ପୋଲିସ ହାତରେ ଧରା ପଡିଲେ ପାଞ୍ଚ ଜଣ ନକଲି ମାଓବାଦୀ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ବଡପଦର ପଞ୍ଚାୟତର ନାୟବ ସରପଞ୍ଚ ଭକ୍ତରାମ ଶିଶା ଚିତ୍ରକୋଣ୍ଡା ଥାନାରେ ଏକ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ଅନୁଯାୟୀ ଜଗୁ ହନ୍ତାଳ ଏବଂ ଏମ୍‌. ନାରାୟଣ ନାମକ ବ୍ୟକ୍ତି ଦୁଇ ଜଣ ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ଠିକା କାମ କରନ୍ତି । ଏହି ଦୁଇ ଜଣଙ୍କ ଠିକା କାମ ଅତି ନିମ୍ନମାନର ହୋଇଥିବା ଗ୍ରାମବାସୀ ଅଭିଯୋଗ କରିବାରୁ ଦୁଇଜଣଙ୍କ କାମର ବିଲ୍ ଗୁଡିକ ଚିତ୍ରକୋଣ୍ଡା ବ୍ଲକରେ ପଡି ରହିଛି । ତେବେ ହରିବନ୍ଧୁ ଗତନ ଏହି ଦୁଇଜଣଙ୍କୁ ଠିକା କାମ ସମ୍ବନ୍ଧୀୟ ଉପକରଣ ଯୋଗାଇଥିଲେ । ଉପକରଣ ନିମନ୍ତେ ବକେୟା ଟଙ୍କା ମାଗିବାରୁ ହରିବନ୍ଧୁ ଓ ଏହି ଦୁଇ ଜଣ ଠିକାଦାରଙ୍କ ମଧ୍ୟରେ ବିବାଦ ହୋଇଥିଲା । 

ସେହିପରି ଅନ୍ୟ ଏକ ଘଟଣାରେ ବାଙ୍ଗୁରୂପଡା ଗ୍ରାମର ଲକିନାଥ ପାଙ୍ଗି ଓ ମନ ପାଙ୍ଗିଙ୍କ ମଧ୍ୟରେ ଏକ ଜାଗା ସମ୍ବନ୍ଧୀୟ ବିବାଦକୁ ନେଇ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଏହି ଦୁଇଟି ଘଟଣାକୁ କେନ୍ଦ୍ରକରି ମନ ପାଙ୍ଗି, ଜଗୁ ହନ୍ତାଳ ଓ ଏମ୍‌. ନାରାୟଣ ମିଶି ଯୋଜନାବଦ୍ଧ ଭାବରେ ମାଲକାନଗିରି ବ୍ଲକ ପଦ୍ମଗିରି ଗ୍ରାମର ବିନୋଦ ଜେନା ଓ ଉମାକାନ୍ତ ମାଧେମି ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ ମାଓବାଦୀ ବୋଲି କହି ଅଭିଯୋଗକାରୀଙ୍କୁ ତାଙ୍କ ନିକଟକୁ ନେଇଥିଲେ । ମାଓବାଦୀ ବୋଲି ନିଜକୁ ପରିଚୟ ଦେଇ ଦୁଇ ଜଣ ଅଭିଯୋଗକାରୀଙ୍କୁ ବନ୍ଧୁକ ଦେଖାଇ ଧମକ ଦେବା ସହ ତୁରନ୍ତ ଦୁଇ ଜଣ ଠିକାଦାରଙ୍କ ବିଲ୍ ଚିତ୍ରକୋଣ୍ଡା ବ୍ଲକରୁ ପାସ କରାଇବା ପାଇଁ କହିଥିଲେ । କେବଳ ସେତିକି ନୁହେଁ ପ୍ରତ୍ୟେକ ବ୍ୟକ୍ତି ଜରିମାନା ବାବଦରେ ୫୦ ହଜାର ଟଙ୍କା ଲେଖାଏଁ ପୈଠ କର, ନଚେତ୍ ଦୁଇ ଜଣଙ୍କୁ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ ବୋଲି ଧମକ ମଧ୍ୟ ଦେଇଥିଲେ । ଯାହାକୁ ଆଧାର କରି ଅଭିଯୋଗକାରୀ ଥାନାରେ ଏତଲା ଦେବାପରେ ଚିତ୍ରକୋଣ୍ଡା ଥାନା ପୋଲିସ ଏହାର ତଦନ୍ତ କରିଥିଲା । ତଦନ୍ତ କରି ପାଞ୍ଚ ଜଣଙ୍କୁ ଗିରଫ କରିବା ସହ ତାଙ୍କଠାରୁ ଏକ ବନ୍ଧୁକ, ମାଓବାଦୀ ଚିଠି, ତିନୋଟି ମୋବାଇଲ ଓ ୪୦୦ ଟଙ୍କା ଜବତ କରି କୋର୍ଟ ଚାଲାଣ କରାଯାଇଛି । ଏନେଇ ମାଲକାନଗିରି ଡିଏସପି ସୂଚନା ଦେଇଛନ୍ତି ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.