ପ୍ରମୂଖ ଖବର
  • କୋଣାର୍କ ଯାତ୍ରୀ ନିବାସରେ ରଜ ପିଠା ଷ୍ଟଲ୍, ଦୋଳିରେ ଝୁଲିଲେ ପର୍ଯ୍ୟଟକ
  • ||
  • ବରଗଡ଼ : ଭେଉଁରିଆ ଗାଁରେ ଅଭାବନୀୟ ଘଟଣା, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଝୁଲିପଡ଼ିଲା ସ୍ୱାମୀ
  • ||
  • ରାଜଧାନୀରେ ବୁଲିଲା ଖଣ୍ଡା, ବାଇକ୍‌ ପାର୍କିଂକୁ ନେଇ ରକ୍ତପାତ
  • ||
  • ଉଗ୍ର ହେଉଛି ଇରାନ-ଇସ୍ରାଏଲ ଲଢେଇ; ଇସ୍ରାଏଲକୁ ସମର୍ଥନ କଲେ...ଆମେରିକା ସମେତ ଅନ୍ୟ ଦେଶକୁ ଇରାନର ଚେତାବନୀ
  • ||
  • ମଞ୍ଚେଶ୍ଵରରୁ ୨ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗୀର : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ ଥାନା ୫୭ ନଂ ଜାତୀୟ ରାଜପଥ ଖଜୁରୀପଡା ଠାରେ ଦୁର୍ଘଟଣା, ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ୭ ଆହତ
  • ||
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ; ୨୦ରେ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ହେବେ ସାମିଲ୍

Published By : Harapriya Sethi | June 11, 2025 3:08 PM

ଭୁବନେଶ୍ବର ୧୧/୦୬: ଓଡ଼ିଶା ଗସ୍ତରରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୦ ତାରିଖରେ ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଅବସର କାର୍ଯ୍ୟକ୍ରମରେ ଯୋଗ ଦେବେ । ଏନେଇ ଭୁବନେଶ୍ବରର ଜନତା ମଇଦାନରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ ହୋଇଛି ।   

ସୂଚନା ଅନୁସାରେ ଅପରାହ୍ନ ୩ଟାରେ  ଭୁବନେଶ୍ଵର ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିବେ । ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ୨ ଘଣ୍ଟା ରହିବେ ପ୍ରଧାନମନ୍ତ୍ରୀ । ଭୁବନେଶ୍ବରରେ କାର୍ଯ୍ୟକ୍ରମ ସରିବା ପରେ ଆନ୍ଧ୍ର ପ୍ରଦେଶର ଭାଇଜାଗ ଗସ୍ତରେ ଯିବେ ମୋଦି । ଗତ ୭ ମାସରେ ପ୍ରଧାନମନ୍ତ୍ରୀ  ୫ ଥର ଓଡ଼ିଶା ଆସି ସାରିଛନ୍ତି । ଏଥରକୁ ମିଶାଇ ଷଷ୍ଠ ଥର ଆସୁଛନ୍ତି ପ୍ରଧାନମନ୍ତ୍ରୀ । ନିର୍ବାଚନ ପୂର୍ବରୁ ୬ ଥର ଆସିଥିଲେ ପିଏମ୍ ମୋଦି । ନିର୍ବାଚନ ପ୍ରଚାର ବେଳେ ଓଡ଼ିଶା ଆସି ୩ଥର ରାତ୍ରି ଯାପନ କରିଥିଲେ । ନିର୍ବାଚନ ଘୋଷଣା ପୂର୍ବରୁ ସମ୍ବଲପୁର, ଚଣ୍ଡିଖୋଲ ଗସ୍ତରେ ଆସିଥିଲେ ରହିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.