ପ୍ରମୂଖ ଖବର
  • ସମ୍ବଲପୁର : ଯୁବକଙ୍କୁ ଛୁରୀ ଭୁସି ହତ୍ୟା
  • ||
  • ବାହାରିଲା ନିଟ୍ ୟୁଜି ୨୦୨୫ ରେଜଲ୍ଟ; ସ୍ନେହାଶିଷ ଦାସ ଓଡ଼ିଶା ଟପ୍ପର
  • ||
  • ପାରାଦୀପ ପୁରୁଣା ରେଲୱେ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିଗଲା ୪ଟି ବଗି
  • ||
  • ବାହାରିଲା ନିଟ୍ ୟୁଜି ୨୦୨୫ ପରୀକ୍ଷା ଫଳ; neet.nta.nic.inରେ ରେଜଲ୍ଟ
  • ||
  • କୋଣାର୍କ ଯାତ୍ରୀ ନିବାସରେ ରଜ ପିଠା ଷ୍ଟଲ୍, ଦୋଳିରେ ଝୁଲିଲେ ପର୍ଯ୍ୟଟକ
  • ||
  • ବରଗଡ଼ : ଭେଉଁରିଆ ଗାଁରେ ଅଭାବନୀୟ ଘଟଣା, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଝୁଲିପଡ଼ିଲା ସ୍ୱାମୀ
  • ||
  • ରାଜଧାନୀରେ ବୁଲିଲା ଖଣ୍ଡା, ବାଇକ୍‌ ପାର୍କିଂକୁ ନେଇ ରକ୍ତପାତ
  • ||
  • ଉଗ୍ର ହେଉଛି ଇରାନ-ଇସ୍ରାଏଲ ଲଢେଇ; ଇସ୍ରାଏଲକୁ ସମର୍ଥନ କଲେ...ଆମେରିକା ସମେତ ଅନ୍ୟ ଦେଶକୁ ଇରାନର ଚେତାବନୀ
  • ||
  • ମଞ୍ଚେଶ୍ଵରରୁ ୨ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗୀର : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ ଥାନା ୫୭ ନଂ ଜାତୀୟ ରାଜପଥ ଖଜୁରୀପଡା ଠାରେ ଦୁର୍ଘଟଣା, ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ୭ ଆହତ
  • ||
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଦୁବାଇରେ ରଜ ଉତ୍ସବ, ପ୍ରବାସୀ ଓଡ଼ିଆ ସମୁଦାୟକୁ ଶକ୍ତିଶାଳୀ କରିବାର ପ୍ରୟାସ

Published By : Prameya | June 14, 2025 11:14 AM

ଭୁବନେଶ୍ୱର,୧୪/୦୬: ସେରୋ ପ୍ରପର୍ଟିଜ୍‌, ଦୁବାଇ ପକ୍ଷରୁ ଓଡ଼ିଶା ଓମେନ୍‌ ଇନ୍‌  ଦୁବାଇ(ଓଡବ୍ଲୁଡି) ସହଯୋଗରେ ଦୁବାଇର ବର୍‌  ଦୁବାଇ ଅଞ୍ଚଳରେ ଥିବା ମୋଭେନ୍‌ପିକ୍‌ ହୋଟେଲରେ ରଜ ଉତ୍ସବ-୨୦୨୫ ମହାଆଡ଼ମ୍ବରରେ ପାଳିତ  ହୋଇଛି । ଏଥିରେ ୬୦୦ରୁ ଊଦ୍ଧ୍ୱର୍ ପ୍ରବାସୀ ଓଡ଼ିଆ  ସାମିଲ ହୋଇ ଓଡ଼ିଶାର ଏହି ପାରମ୍ପରିକ ଉତ୍ସବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଥିଲେ । ସେରୋ  ପ୍ରପର୍ଟିଜ୍‌ ଏକ ଦୁଇ ଭିତ୍ତିକ ରିଅଲ ଏଷ୍ଟେଟ୍‌, ଯାହାକି ଅନିଲ ଦାସ ଓ ଶୀତଲ ଯୋଶୀଙ୍କ ଦ୍ୱାରା  ପ୍ରତିଷ୍ଠିତ । ବ୍ୟବସାୟିକ ଓ ସାଂସ୍କୃତିକ ଦୃଷ୍ଟିକୋଣକୁ ଦୃଷ୍ଟିରେ ରଖି ସେରୋ ପ୍ରପର୍ଟିଜ୍‌ ପ୍ରବାସୀ ଓଡ଼ିଆ  ସମୁଦାୟକୁ ଶକ୍ତିଶାଳୀ କରିବା ପାଇଁ ଏଭଳି ବିଭିନ୍ନ  ମଞ୍ଚ ସୃଷ୍ଟି କରିଛି । କାର୍ଯ୍ୟକ୍ରମରେ ବିଶିଷ୍ଟ ଇମାରାତି  ବ୍ୟବସାୟୀ ଡା. ବୁ ଅବ୍ଦୁଲ୍ଲା ମୁଖ୍ୟ ଅତିଥି ଓ  ଡା.ଚିଦାତ୍ମିକା ଖଟୁଆ ସମ୍ମାନିତ ଅତିଥି ଭାବେ ଯୋଗ  ଦେଇଥିଲେ । କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ  କରିଥିଲେ ଟ୍ରାଇବାଲ କୁଇନ୍‌ ୱାର୍ଲ୍ଡ-୨୦୨୫ ପୂଜା  ଲାକ୍ରା, ଅନ୍ତର୍ଜାତୀୟ ନୃତ୍ୟଶିଳ୍ପୀ ଗୁରୁ ସାସ୍ୱତ  ଯୋଶୀ, ପ୍ରସିଦ୍ଧ ଓଲିଉଡ୍‌ ଫ୍ୟାସନ ଡିଜାଇନର ଜୀତ୍‌  ଜଗଜୀତ ଓ ଚଳଚ୍ଚିତ୍ର ଅଭିନେତା ରାଜ ମହାପାତ୍ର । 

ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା  ‘ଓଡ଼ିଆରାଇଜ୍‌’ର ଆଧାରିକ ଉନ୍ମୋଚନ, ଯାହାର  ଥିମ୍‌ ଥିଲା ‘ରୁଟେଡ୍‌ ଇନ୍‌ ଓଡ଼ିଶା, ଗ୍ରୋଇଙ୍ଗ୍‌  ଗ୍ଲୋବାଲୀ’। ବିଶ୍ୱର କୋଣ ଅନୁକୋଣରେ  ଥିବା ଓଡ଼ିଆମାନେ ଏହି ନେଟ୍‌ୱର୍କ ମାଧ୍ୟମରେ ଯୋଗାଯୋଗ କରି ସହଯୋଗ ଓ ପରିଚୟ ବୃଦ୍ଧି  କରିପାରିବେ। ଏହି ଅବସରରେ ଅନିଲ ଦାସ  କହିଲେ, ସେରୋ ପ୍ରପର୍ଟିଜ୍‌ ୨୦ଟି ଦେଶର  ୨୧ରୁ ଅଧିକ ଓଡ଼ିଆ ସମୁଦାୟ ସହ ସଂଯୁକ୍ତ । ଓଡ଼ିଆରାଇଜ ମାଧ୍ୟମରେ ଓଡ଼ିଆମାନେ ସଂଯୁକ୍ତ, ସଶକ୍ତ ଓ ଉନ୍ନତ ହେବେ । 

ଡା. ବୁ ଅବ୍ଦୁଲ୍ଲା କହିଲେ,  ଏହି କାର୍ଯ୍ୟକ୍ରମ ଏକ ସାଂସ୍କୃତିକ ଉତ୍ସବ ନୁହେଁ,  ଏହା ଗୋଟିଏ ଆନ୍ଦୋଳନ । ଓଡବ୍ଲୁଡିର ସଂସ୍ଥାପକ  ସଦସ୍ୟ ରାଜେଶ୍ୱରୀ ସାହୁ କହିଲେ ଯେ ଓଡବ୍ଲୁଡି  ଏକ ଦୃଢ଼ ଓ ଗର୍ବିତ ଓଡ଼ିଆ ମହିଳା ସମୂଦାୟ ଗଠନ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିଲା । ସେରୋ ପ୍ରପର୍ଟିଜର ସହଯୋଗ ଆମ ସ୍ୱପ୍ନକୁ  ସାକାର କରିଛି । କାର୍ଯ୍ୟକ୍ରମରେ ସହଯୋଗ ପାଇଁ  ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଧନ୍ୟବାଦ ଦିଆଯାଇଛି ।  ଏଥିହସ ନୱା ଗ୍ରୁପ୍‌ ଓଡ଼ିଶାର ସଂସ୍ଥାପକ  ବିଜୟଲକ୍ଷ୍ମୀ ତ୍ରିପାଠୀ, ସିଦ୍ଧାର୍ଥ ମହାପାତ୍ର, ଡାନ୍ୟୁବ୍‌ ପ୍ରପର୍ଟିଜ୍‌ ଓ ଡାନ୍ୟୁବ୍‌ ହୋମ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ରିଜୱାନ ସାଜନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.