ପ୍ରମୂଖ ଖବର
  • ସମ୍ବଲପୁର : ଯୁବକଙ୍କୁ ଛୁରୀ ଭୁସି ହତ୍ୟା
  • ||
  • ବାହାରିଲା ନିଟ୍ ୟୁଜି ୨୦୨୫ ରେଜଲ୍ଟ; ସ୍ନେହାଶିଷ ଦାସ ଓଡ଼ିଶା ଟପ୍ପର
  • ||
  • ପାରାଦୀପ ପୁରୁଣା ରେଲୱେ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିଗଲା ୪ଟି ବଗି
  • ||
  • ବାହାରିଲା ନିଟ୍ ୟୁଜି ୨୦୨୫ ପରୀକ୍ଷା ଫଳ; neet.nta.nic.inରେ ରେଜଲ୍ଟ
  • ||
  • କୋଣାର୍କ ଯାତ୍ରୀ ନିବାସରେ ରଜ ପିଠା ଷ୍ଟଲ୍, ଦୋଳିରେ ଝୁଲିଲେ ପର୍ଯ୍ୟଟକ
  • ||
  • ବରଗଡ଼ : ଭେଉଁରିଆ ଗାଁରେ ଅଭାବନୀୟ ଘଟଣା, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଝୁଲିପଡ଼ିଲା ସ୍ୱାମୀ
  • ||
  • ରାଜଧାନୀରେ ବୁଲିଲା ଖଣ୍ଡା, ବାଇକ୍‌ ପାର୍କିଂକୁ ନେଇ ରକ୍ତପାତ
  • ||
  • ଉଗ୍ର ହେଉଛି ଇରାନ-ଇସ୍ରାଏଲ ଲଢେଇ; ଇସ୍ରାଏଲକୁ ସମର୍ଥନ କଲେ...ଆମେରିକା ସମେତ ଅନ୍ୟ ଦେଶକୁ ଇରାନର ଚେତାବନୀ
  • ||
  • ମଞ୍ଚେଶ୍ଵରରୁ ୨ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗୀର : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ ଥାନା ୫୭ ନଂ ଜାତୀୟ ରାଜପଥ ଖଜୁରୀପଡା ଠାରେ ଦୁର୍ଘଟଣା, ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ୭ ଆହତ
  • ||
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

‘ଏୟାର ଇଣ୍ଡିଆକୁ ୨ କୋଟି ଦେବି, ବାପାଙ୍କୁ ଫେରାଅ’: କୋହଭରା କଣ୍ଠରେ ଏମିତି କହିଲେ ଫାଲ୍‌ଗୁନି

Published By : Prameya | June 14, 2025 1:11 PM

ନୂଆଦିଲ୍ଲୀ ୧୪/୦୬: ‘ଅହମ୍ମଦାବାଦ ବିମାନ  ଦୁର୍ଘଟଣାରେ ପ୍ରାଣ ହରାଇଥିବା  ମୃତକଙ୍କ ପରିଜନଙ୍କୁ ଏକ କୋଟି  ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା  କରିଛି ଏୟାର ଇଣ୍ଡିଆ । ମୁଁ ଏୟାର ଇଣ୍ଡିଆକୁ  ୨ କୋଟି ଟଙ୍କା ଦେବି, ବଦଳରେ କଂପାନି ମୋ’  ବାପାଙ୍କୁ ଫେରାଉ । ଟଙ୍କା ଦେଇ କ’ଣ କେବେ ମଣିଷ  କିଣିହେବ । ସେ ଟଙ୍କାରେ ଆମେ ପଲଙ୍କ କିଣିପାରିବୁ ।  କିନ୍ତୁ ସେଥିରେ ଆମକୁ ନିଦ କେମିତି ହେବ । ମୋ ବାପା  ମୋତେ ଯେଉଁ ଭଲପାଇବା ଦେଉଥିଲେ ତାକୁ କେଉଁଠୁ  ପାଇବି ।’ ଏହି ଶାଣିତ ଶବ୍ଦ ହେଉଛି ଫାଲ୍‌ଗୁନିଙ୍କର ।  ବିମାନ ଦୁର୍ଘଟଣାରେ ନିଜ ବାପାଙ୍କୁ ହରାଇବା  ପରେ କୋହଭରା କଣ୍ଠରେ ଏହା କହିଛନ୍ତି  ସେ । 

ଫାଲ୍‌ଗୁନିଙ୍କ ଅନୁସାରେ,  ତାଙ୍କ ବାପା ଜଣେ ଦେଶଭକ୍ତ  ଥିଲେ । ନିଜକୁ  ଏୟାର ଇଣ୍ଡିଆର  ଗୌରବଶାଳୀ ଯାତ୍ରୀ ବୋଲି  ମନେ କରୁଥିଲେ। ଏୟାର ଇଣ୍ଡିଆ  ଆମର ଗର୍ବ, ଦେଶର ସମ୍ମାନ ବୋଲି  ଅଧିକାଂଶ ସମୟରେ କହୁଥିଲେ । ତାଙ୍କ ବାପାଙ୍କୁ  ଦେଶପ୍ରେମର କ’ଣ ଏହି ଫଳ ମିଳିଲା । ଏୟାର  ଇଣ୍ଡିଆ ବିମାନରେ ଯାତ୍ରା କରିବା କ’ଣ ତାଙ୍କର ଭୁଲ୍‌  ଥିଲା । ସୁରକ୍ଷିତ ଉଡ଼ାଣ ଭରିବାରେ ଅସମର୍ଥ ହେଉଥିବାରୁ  ଏୟାର ଇଣ୍ଡିଆ ତା’ର ସେବା ବନ୍ଦ କରିଦେଉ । ଏହା କିଛି  ମଜା କଥା ନୁହେଁ । କାହାର ଜୀବନଠାରୁ ବଡ଼ ଆଉ କିଛି  ନାହିଁ ବୋଲି ସେ କହିଛନ୍ତି । ସେହିପରି ଦୁର୍ଘଟଣା  ପରେ ଏୟାର ଇଣ୍ଡିଆ ପକ୍ଷରୁ ଯାତ୍ରୀମାନଙ୍କ  ପରିଜନଙ୍କ ପ୍ରତି କୌଣସି ପ୍ରକାର  ସମବେଦନା ବ୍ୟକ୍ତ କରାଯାଇନଥିବା  ଫାଲ୍‌ଗୁନି ଅଭିଯୋଗ  ଆଣିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.