ପ୍ରମୂଖ ଖବର
  • ସମ୍ବଲପୁର : ଯୁବକଙ୍କୁ ଛୁରୀ ଭୁସି ହତ୍ୟା
  • ||
  • ବାହାରିଲା ନିଟ୍ ୟୁଜି ୨୦୨୫ ରେଜଲ୍ଟ; ସ୍ନେହାଶିଷ ଦାସ ଓଡ଼ିଶା ଟପ୍ପର
  • ||
  • ପାରାଦୀପ ପୁରୁଣା ରେଲୱେ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିଗଲା ୪ଟି ବଗି
  • ||
  • ବାହାରିଲା ନିଟ୍ ୟୁଜି ୨୦୨୫ ପରୀକ୍ଷା ଫଳ; neet.nta.nic.inରେ ରେଜଲ୍ଟ
  • ||
  • କୋଣାର୍କ ଯାତ୍ରୀ ନିବାସରେ ରଜ ପିଠା ଷ୍ଟଲ୍, ଦୋଳିରେ ଝୁଲିଲେ ପର୍ଯ୍ୟଟକ
  • ||
  • ବରଗଡ଼ : ଭେଉଁରିଆ ଗାଁରେ ଅଭାବନୀୟ ଘଟଣା, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଝୁଲିପଡ଼ିଲା ସ୍ୱାମୀ
  • ||
  • ରାଜଧାନୀରେ ବୁଲିଲା ଖଣ୍ଡା, ବାଇକ୍‌ ପାର୍କିଂକୁ ନେଇ ରକ୍ତପାତ
  • ||
  • ଉଗ୍ର ହେଉଛି ଇରାନ-ଇସ୍ରାଏଲ ଲଢେଇ; ଇସ୍ରାଏଲକୁ ସମର୍ଥନ କଲେ...ଆମେରିକା ସମେତ ଅନ୍ୟ ଦେଶକୁ ଇରାନର ଚେତାବନୀ
  • ||
  • ମଞ୍ଚେଶ୍ଵରରୁ ୨ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗୀର : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ ଥାନା ୫୭ ନଂ ଜାତୀୟ ରାଜପଥ ଖଜୁରୀପଡା ଠାରେ ଦୁର୍ଘଟଣା, ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ୭ ଆହତ
  • ||
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଅହମ୍ମଦାବାଦ ବିମାନ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୨୭୪କୁ ବୃଦ୍ଧି, ପରିବାରକୁ ହସ୍ତାନ୍ତର ହେଲା ୮ ମୃତଦେହ

Published By : Manash Sahoo | June 14, 2025 11:24 AM

ଅହମ୍ମଦାବାଦ,୧୪।୬: ଅହମ୍ମଦାବାଦ ବିମାନ ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ୨୭୪କୁ ବୃଦ୍ଧି ।  ମାତ୍ର ସରକାରୀ ଭାବେ ମୃତ୍ୟୁସଂଖ୍ୟା କେତେ ତାହା ସ୍ପଷ୍ଟ କରାଯାଇନାହିଁ । ମୃତକଙ୍କ ମଧ୍ୟରେ ୨୪୧ଜଣ ବିମାନ ଯାତ୍ରୀ ଅଛନ୍ତି ।  ସେମାନଙ୍କ ମଧ୍ୟରେ ୨୨୯ଜଣ ଯାତ୍ରୀ ଓ ୧୨ଜଣ କ୍ରୁ ସାମିଲ ରହିଛନ୍ତି । ସେହିଭଳି ଦୁର୍ଘଟଣା ସ୍ଥଳରେ ମଧ୍ୟ ୫୬ଜଣଙ୍କ ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରେ ୧୦ଜଣ ଜୁନିୟର ଡାକ୍ତର ଥିବା ଜଣାପଡିଛି । ତେବେ ଏହି ଭୟଙ୍କର ଦୁର୍ଘଟଣାରେ ପ୍ରାଣ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ମାତ୍ର ପାଉଁଶ ଭିତରରୁ ତାଙ୍କ ମୃତଦେହ ଚିହ୍ନଟ କରିବା ସମ୍ଭବ ହୋଇନାହିଁ । ଅହମ୍ମଦାବାଦ ସିଭିଲ  ହସ୍ପିଟାଲରେ ଥିବା ୨୭୦ଟି ମୃତଦେହର  ବ୍ୟବଚ୍ଛେଦ ସମ୍ପନ୍ନ ହୋଇଛି । ଏହି ମୃତଦେହ ମଧ୍ୟରୁ ମାତ୍ର ୮ଟିକୁ ଚିହ୍ନଟ କରି ସେମାନଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଅନ୍ୟଗୁଡିକୁ ଚିହ୍ନଟ କରିବା ସମ୍ଭବ ହୋଇନାହିଁ । ତେଣୁ ସେଗୁଡିକର ଡିଏନ୍‌ଏ  ନମୁନା ସଂଗ୍ରହ କରାଯାଇଛି । ୨୧୯ ମୃତକଙ୍କ  ପରିବାର ସଦସ୍ୟଙ୍କ ଠାରୁ ଡିଏନ୍‌ଏ ସଂଗ୍ରହ ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ ୫୦ଜଣ ଆହତ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ସିଭିଲ ହସ୍ପିଟାଲରେ ଜାରି ରହିଛି ।

ଏପଟେ ବିମାନ ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏଥିରେ ୭ଟି ଟିମ୍‌ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଏନ୍‌ଆଇଏ,   ଗୁଜରାଟ ପୁଲିସ, ଏଏଆଇବି, ଡିଜିସିଏ ବ୍ରିଟେନର ଏଏଆଇବି, ଆମେରିକାର ଏନ୍‌ଟିଏସ୍‌ବି ଏବଂ ଏଫଏଏ ପ୍ରମୁଖ ଅଛନ୍ତି ।  ବ୍ରିଟେନ ଓ ଆମେରିକାରୁ ତଦନ୍ତକାରୀ ଟିମ୍‌ ଆଜି ଏଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।  ବିଜେ ମେଡିକାଲ କଲେଜର ହଷ୍ଟେଲରେ ରୋଷେଇ କରୁଥିବା ରୋଷେୟା ଠାକୁର ରବି କହିଛନ୍ତି, ଦୁର୍ଘଟଣା ପରେ ତାଙ୍କ ମା’ ଓ ଦୁଇବର୍ଷର ଝିଅ ନିଖୋଜ ଅଛନ୍ତି । ସୂଚନାଯୋଗ୍ୟ ଗୁରୁବାର ଅପରାହ୍ନରେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏହି ବିମାନ ଉଡାଣର ମାତ୍ର ୩୦ ସେକେଣ୍ଡରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଥିବା  ସମସ୍ତ ୨୪୨ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ଭିତରୁ ୨୪୧ଙ୍କ ମୃତ୍ୟୁ ହୋଇଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.