ପ୍ରମୂଖ ଖବର
  • ମା’ ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ
  • ||
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ବାହାରିଲା ନିଟ୍ ୟୁଜି ୨୦୨୫ ରେଜଲ୍ଟ; ମହେଶ କୁମାର ଟପ୍ପର

Published By : Ankita S | June 14, 2025 1:33 PM

ନୂଆଦିଲ୍ଲୀ,୧୪/୦୬: ନିଟ୍ ୟୁଜି ୨୦୨୫ ରେଜଲ୍ଟ ପ୍ରକାଶ ପାଇଛି । ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ ପାଇଛି । neet.nta.nic.in ୱେବ୍‌ସାଇଟରେ ପରୀକ୍ଷା ଫଳ ଉପଲବ୍ଧ ହୋଇଛି । ୧୨,୩୬, ୫୩୧ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ମହେଶ କୁମାର ସର୍ବଭାରତୀୟ ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ଉତ୍କର୍ଷ ୱାଧିଆ, ତୃତୀୟରେ କ୍ରିଷ୍ଣାଙ୍ଗ ଯୋଶୀ ରହିଛନ୍ତି । ପରୀକ୍ଷାର୍ଥୀଙ୍କୁ ଇମେଲ୍‌ ଜରିଆରେ ସ୍କୋର କାର୍ଡ ଦେଖିବାକୁ ପରାମର୍ଶ ଦିଆଯାଇଛି । ମେ ୪ରେ ଗୋଟିଏ ସିଫ୍ଟରେ ପରୀକ୍ଷା ହୋଇଥିଲା । ୨୨୦୯୩୧ ପିଲା ପରୀକ୍ଷା ଦେଇଥିଲେ । ସ୍ନେହାଶିଷ୍ ଦାସ ଓଡ଼ିଶା ଟପ୍ପର ହୋଇଛନ୍ତି । ସର୍ବ ଭାରତୀୟ ସ୍ତରରେ ତାଙ୍କୁ ୬୦ତମ ରାଙ୍କ୍‌ ମିଳିଛି । ସେହିପରି ଏସ୍‌ସି ବର୍ଗରେ ପବିତ୍ର ସେଠୀ ଷଷ୍ଠ ସ୍ଥାନରେ ରହିଛନ୍ତି ।

କିପରି କରିବେ ରେଜଲ୍ଟ ଚେକ୍ ?

୧.neet.nta.nic.in ୱେବସାଇଟ୍‌କୁ ଯାଆନ୍ତୁ

୨. ହୋମ୍‌ପେଜରେ ଲେଖାଥିବା ନିଟ୍ ୟୁଜି ୨୦୨୫ ଉପରେ କ୍ଲିକ କରନ୍ତୁ

୩. ଆପ୍ଲିକେସନ୍ ନମ୍ବର ଏବଂ ପାସ୍‌ୱାର୍ଡ ଦିଅନ୍ତୁ

୪. ନିଟ୍ ୟୁଜି ରେଜଲ୍ଟ ସ୍କ୍ରିନ୍‌ରେ ଶୋ କରିବ

୫. ଏହାପରେ ପିଡିଏଫ ଡାଉନ୍‌ଲୋଡ କରି ନିଅନ୍ତୁ

ନିଟ୍ ୟୁଜି ରେଜଲ୍ଟ ଓ କଟଅଫ୍ ଆଧାରରେ ମେଡିକାଲ କଲେଜରେ ଏମ୍‌ବିବିଏସ, ବିଡିଏସ ଏବଂ ଅନ୍ୟ ମେଡିକାଲ କୋର୍ସ ପାଇଁ ନାମ ଲେଖିବାକୁ କାଉନସିଲିଂ ପ୍ରକ୍ରିୟା ଆରମ୍ଭ ହେବ । ଏହା ଅଲ୍ ଇଣ୍ଡିଆ କୋଟା ଏବଂ ରାଜ୍ୟ କୋଟା ହିସାବରେ ଅଲଗା ଅଲଗା ଆୟୋଜିତ ହେବ । ଦେଶରେ ୭୮୦ ମେଡିକାଲ କଲେଜରେ ଆଡମିଶନ ପ୍ରକ୍ରିୟା ଆରମ୍ଭ ହେବ । ଭାରତରେ ୨୦୨୫ ଯାଏ ୧,୧୮,୧୯୦ ଏମ୍‌ବିବିଏସ୍‌ ସିଟ୍‌, ୨୭,୮୬୮ ବିଡିଏସ୍ ସିଟ୍ ଓ ୧,୨୦୫ ଏମ୍ସ  ସହ ୨୦୦ ଜେଆଇପିଏମ୍ଇପି ସିଟ୍ ରହିଛି । ନିଟ୍ ୟୁଜି କାଉନସିଲିଂ ପ୍ରଣାଳୀ ଅଧୀନରେ ସମସ୍ତ ମେଡିକାଲ ଶିକ୍ଷାନୁଷ୍ଠାନ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବେ । ସାଧାରଣତଃ ଜୁଲାଇ ମାସରେ କାଉନସିଲିଂ ହୋଇଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.