ଭୁବନେଶ୍ୱର ୧୪/୦୬ : ରାଜଧାନୀରେ ପୁଣି ବୁଲିଲା ଖଣ୍ଡା । ଭୁବନେଶ୍ୱର ଧଉଳି ଥାନା ଲିଙ୍ଗିପୁର ଛକ ନିକଟରେ ଖଣ୍ଡା ବୁଲିଛି । ଯେଉଁଥିରେ ଦୁଇ ଜଣ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡ଼ିଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ମୁତାବକ, ଘର ଆଗରେ ବାଇକ୍ କାଢ଼ିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଯାହାପରେ ୮ରୁ ୧୦ଜଣ ଦୁର୍ବୃତ୍ତ ଆସି ଖଣ୍ଡାରେ ଆକ୍ରମଣ କରିଥିଲେ । ଯେଉଁଥିରେ ଦୁଇ ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏପିରିକି ଏହି ଗଣ୍ଡଗୋଳରେ କାର୍ର କାଚ ଭାଙ୍ଗିବା ସହ ଥଣ୍ଡା ବୋତଲରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।