ଭୁବନେଶ୍ୱର, ୧୩/୦୬: ରାଜଧାନୀରେ ଖଣି ମାଫିଆ, ନିଶା ମାଫିଆ, ଗୋରୁ ମାଫିଆଙ୍କୁ ବିକୁଥିଲେ ବିହାରୀ ବନ୍ଧୁକ । ବିହାରୀ ବନ୍ଧୁକ ବେପାରୀ ଗ୍ୟାଙ୍ଗକୁ କାବୁ କଲା କମିସନରେଟ ପୁଲିସ । ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିବା ସହ ୬ଟି ବନ୍ଧୁକ ଓ ୧୮ ରାଉଣ୍ଡ ଗୁଳି ସହ ଏକ କାର୍ ଜବତ କରିଛି ପୁଲିସ ।
ସୂଚନା ମୁତାବକ, ଭୁବନେଶ୍ୱରରେ ଏହି ବନ୍ଧୁକ ବେପାରୀ ଗ୍ୟାଙ୍ଗ ଗତ ୫ମାସ ହେଲାଣି ସକ୍ରିୟ ହୋଇଥିଲା । ଜଟଣୀରେ ଭଡା ଘରେ ରହି ଉତ୍ତର ପ୍ରଦେଶ ଏବଂ ମଧ୍ୟପ୍ରଦେଶରୁ ବନ୍ଧୁକ ଆଣି ବେପାର କରୁଥିଲା । ବନ୍ଧୁକ ଗୋଟାକୁ ୪୦ ହଜାର ଟଙ୍କାରେ ପେଖରୀପୁଟ ଅଞ୍ଚଳର ଖଣି ମାଫିଆ, ନିଶା ମାଫିଆ, ଗୋରୁ ମାଫିଆଙ୍କୁ ବିକୁଥିଲେ । ଏହି ଗ୍ୟାଙ୍ଗକୁ ଗୁରୁବାର କାବୁ କରିଛି କମିସନରେଟ ପୁଲିସ । ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିବା ସହ ୬ଟି ବନ୍ଧୁକ ଓ ୧୮ ରାଉଣ୍ଡ ଗୁଳି ସହ ଏକ କାର୍ ମଧ୍ୟ ଜବତ ହୋଇଛି ।