ପ୍ରମୂଖ ଖବର
  • ବାହାରିଲା ନିଟ୍ ୟୁଜି ୨୦୨୫ ରେଜଲ୍ଟ; ସ୍ନେହାଶିଷ ଦାସ ଓଡ଼ିଶା ଟପ୍ପର
  • ||
  • ପାରାଦୀପ ପୁରୁଣା ରେଲୱେ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିଗଲା ୪ଟି ବଗି
  • ||
  • ବାହାରିଲା ନିଟ୍ ୟୁଜି ୨୦୨୫ ପରୀକ୍ଷା ଫଳ; neet.nta.nic.inରେ ରେଜଲ୍ଟ
  • ||
  • କୋଣାର୍କ ଯାତ୍ରୀ ନିବାସରେ ରଜ ପିଠା ଷ୍ଟଲ୍, ଦୋଳିରେ ଝୁଲିଲେ ପର୍ଯ୍ୟଟକ
  • ||
  • ବରଗଡ଼ : ଭେଉଁରିଆ ଗାଁରେ ଅଭାବନୀୟ ଘଟଣା, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଝୁଲିପଡ଼ିଲା ସ୍ୱାମୀ
  • ||
  • ରାଜଧାନୀରେ ବୁଲିଲା ଖଣ୍ଡା, ବାଇକ୍‌ ପାର୍କିଂକୁ ନେଇ ରକ୍ତପାତ
  • ||
  • ଉଗ୍ର ହେଉଛି ଇରାନ-ଇସ୍ରାଏଲ ଲଢେଇ; ଇସ୍ରାଏଲକୁ ସମର୍ଥନ କଲେ...ଆମେରିକା ସମେତ ଅନ୍ୟ ଦେଶକୁ ଇରାନର ଚେତାବନୀ
  • ||
  • ମଞ୍ଚେଶ୍ଵରରୁ ୨ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗୀର : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ ଥାନା ୫୭ ନଂ ଜାତୀୟ ରାଜପଥ ଖଜୁରୀପଡା ଠାରେ ଦୁର୍ଘଟଣା, ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ୭ ଆହତ
  • ||
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

ମଞ୍ଚେଶ୍ଵରରୁ ୨ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର

Published By : Harapriya Sethi | June 14, 2025 7:38 AM

ଭୁବନେଶ୍ୱର,୧୪/୦୬: ଭୁବନେଶ୍ୱର ମଞ୍ଚେଶ୍ଵର ଥାନା ଅଞ୍ଚଳରୁ ୨ଜଣ ନାବାଳିକା ଶିଶୁ ଶ୍ରମିକଙ୍କୁ ରୁଚିକା ସମାଜ ମଙ୍ଗଳ ସଂଗଠନର ଅକ୍ସେସ୍ ଟୁ ଜଷ୍ଟିସ ପ୍ରକଳ୍ପ କର୍ମୀମାନେ ଉଦ୍ଧାର କରିଛନ୍ତି । ଶନିବାର ଇନ୍‌ଫୋସିଟି ଥାନାରେ ଏନେଇ ମାମଲା ରୁଜୁ କରାଯିବ ବୋଲି ରୁଚିକାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବେଣୁଧର ସେନାପତି କହିଛନ୍ତି।

ସୂଚନା ମୁତାବକ, ଦୁଇଜଣ ନାବାଳିକାଙ୍କୁ ଇନଫୋସିଟି ଅଞ୍ଚଳର ମନି ତ୍ରିଭୁବନ ଆପାର୍ଟମେଣ୍ଟରେ ରହୁଥିବା ଏକ ଦମ୍ପତି ଘରୋଇ ଚାକରାଣୀ ଭାବେ ନିଯୁକ୍ତି ଦେଇଥିଲେ। ସେମାନଙ୍କ ମଧ୍ୟରୁ ବଡ଼ ଝିଅର ବୟସ ୧୩ ବର୍ଷ ହୋଇଥିବା ବେଳେ ସାନ ଝିଅଟିର ବୟସ ମାତ୍ର ୧୦ ବର୍ଷ । ଏହି ଦମ୍ପତି ବଡ ଝିଅଟିକୁ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଅଞ୍ଚଳରୁ ଚାଲାଣ କରିଥିଲା ବେଳେ ସାନ ଝିଅଟିକୁ ଯାଜପୁର ଜିଲ୍ଲାର ଜାରକା ଅଞ୍ଚଳରୁ ଚାଲାଣ କରି ଆଣି ନିଜ ଘର କାମରେ ନିଯୁକ୍ତି ଦେଇଥିଲେ । ବଡ଼ ଝିଅଟିକୁ ଏହି ଦମ୍ପତି ମାସିକ ୫୦୦ ଟଙ୍କା ପାରିଶ୍ରମିକ ଦେଉଥିବା ବେଳେ ସାନ ଝିଅକୁ ମାସିକ ୧୦୦୦ ଟଙ୍କା ଦେଉଥିଲେ । କାମରେ ଟିକିଏ ଅବହେଳା ହେଲେ ସ୍ୱାମୀ-ସ୍ତ୍ରୀ ଏହି ଝିଅ ମାନଙ୍କୁ ନିସ୍ତୁକ ପିଟିଥିଲେ ବୋଲି ନାବାଳିକା ଝିଅମାନେ କହିଛନ୍ତି । ତାଙ୍କ ଦେହରେ ଥିବା ମାଡ ଚିହ୍ନକୁ ଦେଖାଇଛନ୍ତି। ସେମାନଙ୍କ ଅକଥନୀୟ ଅତ୍ୟାଚାର ସହି ନପାରି ଶୁକ୍ରବାର ଦୁଇ ନାବାଳିକା ଝିଅ ସୁଯୋଗ ଦେଖି ତାଙ୍କ ଘରୁ ଖସି ଆସିଥିଲେ। ବିଳମ୍ବିତ ରାତିରେ ସେମାନଙ୍କୁ ଏକୁଟିଆ ପଳାଶୁଣୀ ଓଭର ବ୍ରିଜ ଉପରେ ଚାଲି ଚାଲି ଯାଉଥିବାର ଦେଖି ବାଟରେ ଯାଉଥିବା କିଛି ଲୋକ ରୁଚିକା କର୍ମକର୍ତ୍ତା ଓ ପୁଲିସକୁ ଜଣାଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ପିଲାମାନଙ୍କୁ ଉଦ୍ଧାର କରି ମଞ୍ଚେଶ୍ୱର ଥାନାରେ ପହଞ୍ଚାଇଥିବାବେଳେ, ରୁଚିକା ଟିମ୍‌ ପିଲାମାନଙ୍କୁ ସେଠାରୁ ଆଣି ଭୁବନେଶ୍ୱର ଅତିରିକ୍ତ ଶିଶୁ ମଙ୍ଗଳ ସମିତିରେ ଉପସ୍ଥିତ କରାଇଛନ୍ତି । ଶନିବାର ଇନ୍‌ଫୋସିଟି ଥାନାରେ ଏନେଇ ମାମଲା ରୁଜୁ କରାଯିବ ବୋଲି ରୁଚିକାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବେଣୁଧର ସେନାପତି କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.