ଅନୁଗୁଳ,୧୪/୦୬(ଜଗଦୀଶ ନାୟକ): ଅନୁଗୁଳ ସହର ହେମସୁରପଡା ପଞ୍ଚାୟତ ଇଣ୍ଡଷ୍ଟ୍ରି ଛକଠାରେ ଶନିବାର ମଧ୍ୟାହ୍ନରେ ଏହି ଦୁର୍ଘଟଣା ଘଟିଛି । ହାଇୱା ଚାପାରେ ଏକ ବାଇକ୍ ଚୁରମାର ହୋଇଯାଇଛି । ବାଇକ୍ ଆରୋହୀ ଅବକାରୀ ଏଏସ୍ଆଇଙ୍କ ଗୋଡ଼ ଭାଙ୍ଗିଥିବା ବେଳେ ଏକ ବଡ଼ ଅଘଟଣ ହେବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ସୂଚନା ମୁତାବକ, ଅନୁଗୁଳ ଅବକାରୀ ବିଭାଗର ଏଏସାଇ କାଳନ୍ଦୀ ଚରଣ ସାହୁ (୫୬ ବର୍ଷ) ହେମସୁରପଡା ଠାରେ ଥିବା ଅବକାରୀ ଅଫିସରୁ ଜିଲ୍ଲା ଅଫିସକୁ ୧୨ଟା୪୫ ରେ ଏକ ବାଇକ୍ ଯୋଗେ ଯାଉଥିଲେ । ଏହି ସମୟରେ ହେମସୁରପଡା ପଞ୍ଚାୟତ ଇଣ୍ଡଷ୍ଟ୍ରି ଛକଠାରେ ପଛରୁ ଏକ ହାଇୱା ତାଙ୍କୁ ଧକ୍କା ଦେଇଥିଲା। ଫଳରେ କାଳନ୍ଦୀ ଛିଟିକି ପଡ଼ିଥିଲେ। ହାଇୱା ଚକା ତଳେ ବାଇକଟି ଚାପି ହୋଇ ଚୁରମାର ହୋଇଥିଲା । ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ବାଇକ୍ ସାହାଯ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କର ଡାହାଣ ଗୋଡ ଭାଙ୍ଗିଥିବା ଜଣାପଡିଛି। ଘଟଣାସ୍ଥଳରେ ଟାଉନ୍ ପୁଲିସ ପହଞ୍ଚି ତଦନ୍ତ କରୁଛି।