ପ୍ରମୂଖ ଖବର
  • କୋରାପୁଟ : ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
  • ||
  • ଅଣାୟତ୍ତ ଡାଇରିଆ ସ୍ଥିତି; ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଗୃହ ଏବଂ ନଗର ଉନ୍ନୟନ ବିଭାଗର ଆଲର୍ଟ
  • ||
  • ରଥଯାତ୍ରାକୁ ନେଇ କଠୋର ହେଲେ ସରକାର, ରଥ ଉପରକୁ ଅଣସେବାୟତ ଚଢିଲେ ହେବେ ଗିରଫ
  • ||
  • ସୁନ୍ଦରଗଡ଼ରେ ଲୁଟେରାଙ୍କ ଆତଙ୍କରାଜ, ବନ୍ଧୁକ ଦେଖାଇ ନେଇଗଲେ ଅଳଙ୍କାର ଓ ନଗଦ ଟଙ୍କା
  • ||
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

ମୁଖ୍ୟମନ୍ତ୍ରୀ ବସ ଚଳାଚଳ ନେଇ ବିଡିଓଙ୍କୁ ଦାବିପତ୍ର

Published By : Bijay Swain | June 10, 2025 7:04 PM

କଣିହାଁ,୧୦/୬(ଆପ୍ର): କଣିହାଁ ବ୍ଲକ୍ ମହକୁମା ଠାରୁ ଝରାବେରେଣୀ,  ଖଜୁରିଆ,  ସାପକଟା, ଅନ୍ଧାରୀ, ନିଆଳୁ, ବଳରାମପୁର, ଲୋଧାଝରୀ କୁଆଦରା, କାଳିଆଦମା, ପଳଶାବାହାଳି ଆଦି ଗାଁ ଦେଇ ବାଲିପଶି ପର୍ଯ୍ୟନ୍ତ ଅବିରତ ଭାବେ ମୁଖ୍ୟମନ୍ତ୍ରୀ ବସ ସେବା ମାଧ୍ୟମରେ ବସ ଚଳାଚଳ କରାଇବା ଦାବି ହୋଇଛି। ଏନେଇ ସୋମବାର ନାରୀ ନିର୍ଯାତନା ବିରୋଧୀ ଗଣ କମିଟି ପକ୍ଷରୁ କଣିହାଁ ବିଡ଼ିଓ ତ୍ରିବିକ୍ରମ କୁମୁରାଙ୍କୁ   ଦାବିପତ୍ର ପ୍ରଦାନ କରାଯାଇଛି। 

ସୂଚନା ମୁତାବକ, ଉକ୍ତ ଗ୍ରାମ ଗୁଡିକର ୫ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ଗମନାଗମନ ପାଇଁ କୌଣସି ବସ ସେବା ନାହିଁ। ଏହି ଅଞ୍ଚଳରୁ  କଣିହାଁ ଡାକ୍ତରଖାନା, ବ୍ଲକ ଅଫିସ, ତହସିଲ ଅଫିସ, ହାଟ ବଜାର, ଏନଟିପିସି କାରଖାନା ତଥା ବନ୍ଧୁବାନ୍ଧବଙ୍କ ଘରକୁ ବହୁ ଅଭାବି ଗରିବ ଲୋକ ସାଇକେଲରେ, ପାଦରେ ଚାଲି ଚାଲି ଯିବା ଆସିବା କରିଥାନ୍ତି। ଅନେକ  ଛାତ୍ରଛାତ୍ରୀ ମଧ୍ୟ କଣିହାଁ ମହାବିଦ୍ୟାଳୟକୁ ପାଠ ପଢିବା ପାଇଁ ଯିବା ଆସିବା କରନ୍ତି। ଏହି ରାସ୍ତା ଜଙ୍ଗଲ ମଧ୍ୟ ଦେଇ ଯାଇଥିବାରୁ ବହୁ ହିଂସ୍ର ଜନ୍ତୁ ସମେତ ହାତୀ ଆକ୍ରମଣର ଭୟ ଲାଗି ରହିଥାଏ। 

ଏପରି ଅବସ୍ଥାରେ ଲୋକମାନେ  ପାରିବାରିକ ଓ ସାମାଜିକ କାମରେ ଯାତାୟାତ କରିବାବେଳେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ବୋଲି ବାଲିପଶି ସରପଞ୍ଚ ହାଡିବନ୍ଧୁ ସେଠୀ ପ୍ରକାଶ କରିଛନ୍ତି। ମହିଳା, ଛାତ୍ରୀ ତଥା ସର୍ବସାଧାରଣଙ୍କ ଯିବା ଆସିବାର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ବସ ସେବା ମାଧ୍ୟମରେ ବସ ଚଳାଚଳ କରିବା ପାଇଁ ଗଣ କମିଟିର କର୍ମକର୍ତ୍ତା ଓ ଗ୍ରାମଗୁଡିକର ପ୍ରତିନିଧି ମାନେ କଣିହାଁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ଆଲୋଚନା କରିଥିଲେ। ବିଶାଖା ସାହୁ, ଗୀତାଞ୍ଜଳି ସାହୁ, ଜାନକୀ ସେଠୀ, ସୁଭଦ୍ରା ପ୍ରଧାନ, ସୂର୍ଯ୍ୟ ଦେହୁରୀ, ଜେମାମଣି ନାଏକ, ରୁପବତୀ ଗଡନାୟକ, ଗୌତମ ସେଠୀ, ପରମାନନ୍ଦ ସାହୁ, ରମା ସାହୁ, ମାନସୀ ସ୍ୱାଇଁ, ମିନତୀ ସାମଲ, ପ୍ରଗତି ନାୟକ, ପଙ୍କଜିନୀ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.