ପ୍ରମୂଖ ଖବର
  • ସୁନ୍ଦରଗଡ଼ରେ ଲୁଟେରାଙ୍କ ଆତଙ୍କରାଜ, ବନ୍ଧୁକ ଦେଖାଇ ନେଇଗଲେ ଅଳଙ୍କାର ଓ ନଗଦ ଟଙ୍କା
  • ||
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

ସୁଲଭ ମୂଲ୍ୟରେ ବିଶ୍ବମାନର ଶିକ୍ଷା ଉପଲବ୍ଧି କରାଉଛି ଭାରତ : ଧର୍ମେନ୍ଦ୍ର ପ୍ରଧାନ

Published By : Suraj Kumar | June 14, 2025 10:15 PM

ମୁମ୍ବାଇ/ଭୁବନେଶ୍ବର,୧୪।୬ :  ନୂଆ ଜାତୀୟ ଶିକ୍ଷା ନୀତିର କଳ୍ପନା ଅନୁସାରେ ଶିକ୍ଷାର ଅନ୍ତର୍ଜାତୀୟକରଣ ଲକ୍ଷ୍ୟକୁ ସାକାର କରିବା ଦିଗରେ ଶିକ୍ଷା ମନ୍ତ୍ରଣାଳୟ ଏକ ପ୍ରମୁଖ ପଦକ୍ଷେପ ନେଇଛି।  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଉପସ୍ଥିତିରେ ଶନିବାର ମୁମ୍ବାଇରେ ଅନୁଷ୍ଠିତ ମୁମ୍ବାଇ ରାଇଜିଂ : କ୍ରିଏଟିଂ ଆନ ଇଣ୍ଟରନ୍ୟାସନାଲ ଏଜୁକେସନ ସିଟି ଶୀର୍ଷକ ଏକ ସମାରୋହରେ ବିଶ୍ବର ସମ୍ମାନସ୍ପଦ ୫ଟି ବିଶ୍ବବିଦ୍ୟାଳୟକୁ ଲେଟର ଅଫ ଇଣ୍ଟେଣ୍ଟ (ଏଲଇଆଇ ) ପତ୍ର ପ୍ରଦାନ କରାଯାଇଛି।

ମୁମ୍ବାଇରେ କ୍ୟାମ୍ପସ ସ୍ଥାପନ କରିବା ପାଇଁ ୟୁନାଇଟେଡ କିଙ୍ଗଡମ, ଅଷ୍ଟେ୍ରଲିଆ, ୟୁନାଇଷ୍ଟେଟ୍ସ ଅଫ ଆମେରିକା ଏବଂ ଇଟାଲିର ଏହି ପ୍ରମୁଖ ବିଶ୍ବବିଦ୍ୟାଳୟକୁ ଏଲଓଆଇ ପ୍ରଦାନ କରାଯାଇଛି। ୟର୍କ ବିଶ୍ବବିଦ୍ୟାଳୟ, ଆବରଡିନ ବିଶ୍ବବିଦ୍ୟାଳୟ, ଓ୍ବେଷ୍ଟର୍ଣ ଅଷ୍ଟେ୍ରଲିଆ ବିଶ୍ବବିଦ୍ୟାଳୟ, ଇଲିନୋଇସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଏବଂ ଇନଷ୍ଟିଚ୍ୟୁଟ ୟୁରୋପୋ ଡି ଡିଜାଇନ (ଆଇଇଡି), ଇଟାଲିର ଶାଖା କ୍ୟାମ୍ପସନ ପ୍ରତିଷ୍ଠା ଭାରତର ଶିକ୍ଷା ପରିସଂସ୍ଥାନ ପ୍ରତି ଗଭୀର ଏବଂ ବର୍ଦ୍ଧିତ ବିଶ୍ବାସକୁ ପ୍ରତିଫଳିତ କରୁଛି। 

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ଦିନରେ ଶିକ୍ଷା ବିପ୍ଲବର ନେତୃତ୍ବ ମୁମ୍ବାଇ ନେବ। ମୁମ୍ବାଇ ଏବଂ ନାଭି ମୁମ୍ବାଇ ଭାରତୀୟ ଆକାଂକ୍ଷା ଏବଂ ବିଶ୍ବସ୍ତରୀୟ ଉତ୍କର୍ଷତାକୁ ସଂଯୋଗ କରିବ। ଭାରତରେ ଏହି ବିଶ୍ବବିଦ୍ୟାଳୟ କ୍ୟାମ୍ପସ ପ୍ରତିଷ୍ଠା ଛାତ୍ରଛାତ୍ରୀମାନଙ୍କ ପାଇଁ ଭାରତର ବିଶ୍ବସ୍ତରୀୟ  ପାଠ୍ୟକ୍ରମ ଏବଂ ଅଧ୍ୟକ୍ଷ ସୁଯୋଗ ବିସ୍ତାର କରିବ । ଗବେଷଣା, ଜ୍ଞାନ ବିନିମୟ, ଉଦ୍ୟୋଗ ଏବଂ ନିବେଶ ପାଇଁ ଲାଭଦାୟକ ହେବ।  ବ୍ୟବସାୟ, ଅର୍ଥନୀତି, କମ୍ପ୍ୟୁଟର ବିଜ୍ଞାନ, ଜନସ୍ବାସ୍ଥ୍ୟ ଡାଟା ବିଜ୍ଞାନ, ଡିଜାଇନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସ୍ନାତକ ଏବଂ ସ୍ନାତକୋତ୍ତର ସ୍ତରରେ ପ୍ରଦାନ କରାଯିବ ବୋଲି କହିଛନ୍ତି। 

ଏହି ସମୟରେ ଶ୍ରୀ ପ୍ରଧାନ ଏନଏମଆଇଏମଏସର  ମୁକେଶ ପଟେଲ ସ୍କୁଲ ଅଫ ମ୍ୟାନେଜମେଣ୍ଟ ଆଣ୍ଡ ଇଞ୍ଜିନିୟରିଂ ଆଣ୍ଡ ସ୍କୁଲ ଅଫ ବିଜିନେସ ମ୍ୟାନେଜମେଣ୍ଟର ନୂଆ ଭବନ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ ସରକାରଙ୍କ ଉଚ୍ଚ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ ମହାରାଷ୍ଟ ସରକାରଙ୍କ ପ୍ରମୁଖ ସଚିବ ଅସୀମ ଗୁପ୍ତା ଏବଂ ଉଚ୍ଚଶିକ୍ଷା ବିଭାଗ ସଚିବ ଏବଂ ୟୁଜିସି ଅଧ୍ୟକ୍ଷ ଡକ୍ଟର ବିନୀତ ଯୋଶୀ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.