ପ୍ରମୂଖ ଖବର
  • କୋରାପୁଟ : ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
  • ||
  • ଅଣାୟତ୍ତ ଡାଇରିଆ ସ୍ଥିତି; ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଗୃହ ଏବଂ ନଗର ଉନ୍ନୟନ ବିଭାଗର ଆଲର୍ଟ
  • ||
  • ରଥଯାତ୍ରାକୁ ନେଇ କଠୋର ହେଲେ ସରକାର, ରଥ ଉପରକୁ ଅଣସେବାୟତ ଚଢିଲେ ହେବେ ଗିରଫ
  • ||
  • ସୁନ୍ଦରଗଡ଼ରେ ଲୁଟେରାଙ୍କ ଆତଙ୍କରାଜ, ବନ୍ଧୁକ ଦେଖାଇ ନେଇଗଲେ ଅଳଙ୍କାର ଓ ନଗଦ ଟଙ୍କା
  • ||
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

୨୦ ପରେ ଲଘୁଚାପ ସମ୍ଭାବନା, ଆଗେଇବ ମୌସୁମୀ ବାୟୁ, ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ବର୍ଷା ଆଲର୍ଟ

Published By : Prameya | June 15, 2025 7:12 AM

ଭୁବନେଶ୍ୱର,୧୫/୦୬: ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି ।  କିନ୍ତୁ ଏହା ଆଗକୁ ଅଗ୍ରସର ହେଉନି ।  ୧୮ ଦିନ ତଳେ ଯେଉଁଠି ଥିଲା ଏବେ ବି ସେଇଠି ରହିଛି । ମୌସୁମୀ  ଅଗ୍ରସର ରେଖା ଭବାନୀପାଟଣା- ପୁରୀରୁ ଉପରକୁ ଉଠୁନି । ତେବେ ଆଗକୁ ବଙ୍ଗୋପସାଗରରେ  ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଏହା ମୌସୁମୀକୁ ଅଗ୍ରସର କରାଇବାକୁ ଅନୁକୂଳ ସ୍ଥିତି ସୃଷ୍ଟି  କରିବ ବୋଲି ଭାରତୀୟ ପାଣିପାଗ  ବିଭାଗ(ଆଇଏମ୍‌ଡି) ମହାନିର୍ଦ୍ଦେଶକ  ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । 

ଶ୍ରୀ ମହାପାତ୍ର ଆକଳନ କରି  କହିଛନ୍ତି, ଆସନ୍ତା ୨ରୁ ୩ ଦିନରେ ରାଜ୍ୟତମାମ ଅଧିକ ବର୍ଷା ହେବ ।  ଦକ୍ଷିଣ ଓଡ଼ିଶାରେ ମୌସୁମୀ ବର୍ଷା ହେଉଛି । ଆଗକୁ ଉତ୍ତର ଓଡ଼ିଶାରେ ଭଲ ବର୍ଷା ହେବ । ଆଗକୁ  ପାଣିପାଗ ପୂର୍ବାନୁମାନକୁ ଆହୁରି  କ୍ରିୟାଶୀଳ କରିବାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ପ୍ରୟୋଗ  କରାଯିବ । ଏହା ପୂର୍ବାପେକ୍ଷା ଠିକ୍‌ ପୂର୍ବାନୁମାନ କରିବ । ଏହା ଲୋକଙ୍କୁ  ତ୍ୱରିତ୍‌ ଓ ରିଅଲ ଟାଇମ୍‌ ପୂର୍ବାନୁମାନ ଦେବ । ଏବେ ମୌସୁମ  ମୋବାଇଲ ଆପସ୍‌ ଜରିଆରେ ଲୋକେ ପଞ୍ଚାୟତସ୍ତରରେ  ପାଣିପାଗ ପୂର୍ବାନୁମାନ ପାଉଛନ୍ତି । ପ୍ରତି ଗାଁ ସ୍ତରରେ ତ୍ୱରିତ୍‌  ପାଣିପାଗ ପୂର୍ବାନୁମାନ ପହଞ୍ଚାଇବାକୁ ଆମେ କାମ କରୁଛୁ ।  ଆସନ୍ତା ୫ ବର୍ଷରେ ମିଶନ ମୌସମ୍‌ ଅଧିକ କ୍ରିୟାଶୀଳ ହେବ  ବୋଲି ସେ କହିଛନ୍ତି ।

ଆଇଏମ୍‌ଡିର ପୂର୍ବାନୁମାନ କହୁଛି,  ଆସନ୍ତା ୨୦ ତାରିଖ ପରେ ଉତ୍ତର ଓ ସଂଲଗ୍ନ କେନ୍ଦ୍ରୀୟ  ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା  ପ୍ରଭାବରେ ମୌସୁମୀ ଅଗ୍ରସର ହେବ । ତେବେ ରବିବାର  ଗଜପତି, ରାୟଗଡ଼ା, କଳାହାଣ୍ଡି ଓ କୋରାପୁଟରେ ପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା  ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି ।  

ସୋମବାର ବା ୧୬ ତାରିଖ ସୁନ୍ଦରଗଡ଼ ଓ କେନ୍ଦୁଝରରେ  ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଅଛି । ଏଥିପାଇଁ ପାଣିପାଗ  ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ମୟୂରଭଞ୍ଜ, ବାଲେଶ୍ୱର,  ଭଦ୍ରକ, ଯାଜପୁର, ଢେଙ୍କାନାଳ, ଗଜପତି, ରାୟଗଡ଼ା ଓ  କୋରାପୁଟରେ ପ୍ରବଳ ବର୍ଷା ହୋଇପାରେ । ଆଭ୍ୟନ୍ତରୀଣ  ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷା  ସମ୍ଭାବନା ଅଛି । ୧୭ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର ଓ କୋରାପୁଟରେ  ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି  ହୋଇଛି । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ମାଲକାନଗିରି ଓ  ଜଗତସିଂହପୁରରେ ଅଧିକ ବର୍ଷା ହୋଇପାରେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.