ପ୍ରମୂଖ ଖବର
  • ମା’ ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ
  • ||
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ସରପଞ୍ଚ ଓ ପିଇଓଙ୍କ ନିଆରା ପଦକ୍ଷେପ; ବୃଦ୍ଧବୃଦ୍ଧାଙ୍କ ପାଇଁ ତିଆରି କଲେ ୧୦୦ କେଜିର କେକ୍

Published By : Soubhagya Ranjan | June 14, 2025 11:15 PM

ମାଥିଲି,୧୪/୦୬: ପହିଲି ରଜ ଉପଲକ୍ଷେ ନିଆରା ପଦକ୍ଷେପ। ବୟସ୍କ ଓ ବୟସ୍କାଙ୍କ ପାଇଁ ଏହି ଦିନଟିକୁ ଉତ୍ସର୍ଗ କରି ଚର୍ଚ୍ଚ।ରେ ରହିଛନ୍ତି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ପଞ୍ଚାୟତର ସରପଞ୍ଚ କାନାମ ରାଜୁ ନାୟକ ଏବଂ ପଞ୍ଚାୟତ ନିର୍ବ।ହୀ ଅଧିକାରୀ ଅଶୋକ କୁମାର ମହାରଣା। ଦୀର୍ଘ ୧୦ମିଟର ଲମ୍ବ ଏବଂ ୧୦୦ କେଜିର କେକ୍ ତିଆରି କରି ଉଭୟ ବୟସ୍କ ଓ ବୟସ୍କାଙ୍କ ମୁହଁରେ ହସ ଫୁଟାଇବାକୁ ଉଦ୍ୟମ କରିଛନ୍ତି। ସେମାନଙ୍କ ହାତରେ ଏହି କେକ୍ କଟାଇ ପରସ୍ପରକୁ ଖୁଆଇଛନ୍ତି। ଏଥିସହ ବୟସ୍କ ବୟସ୍କାମାନେ ପରସ୍ପରକୁ ବିଡିଆ ପାନ ଖୁଆଇ ଖୁସି ମନାଇଛନ୍ତି। 

ପରିଣତ ବୟସରେ ସେମାନଙ୍କ ମୁହଁରେ ହସ ଫୁଟାଇବା ଏଭଳି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହା ଏକ ଛୋଟିଆ ପ୍ରୟାସ ବୋଲି କହିଛନ୍ତି ସରପଞ୍ଚ କାନାମରାଜୁ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡିଓ ପ୍ରମୋଦ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ମାଥିଲି ଜିଲ୍ଲା ପରିଷଦ ଜୋନ-୩ ସଭ୍ୟା ସସ୍ମିତା ମାଝୀ, ସମିତିସଭ୍ୟ ତଥା ଯୁବନେତା ବାଲରାଜୁ କୋପେ ଏବଂ  ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ମୃତିରଞ୍ଜନ ଯୋଗ ଦେଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.