ଭଇଁଷା,୧୫/୦୬: ବଳାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଭଇଁଷା ଗାଁରେ ଅଭାବନୀୟ ଘଟଣା । ଏକ ଘର ଭିତରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରିଛି ପାଟଣାଗଡ଼ ପୁଲିସ । ମୃତ ନାବାଳିକା ଜଣକ ହେଉଛନ୍ତି ୧୧ ବର୍ଷୀୟା ଭୂମିସୁତା ବର୍ଗେ। ଶନିବାର ସନ୍ଧ୍ୟା ୭ଟା ସମୟରେ ଘଟଣା ଘଟିଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ନାବାଳିକା ଜଣକ ଏକୁଟିଆ ଘରେ ଥିଲେ । ବାକି ସମସ୍ତେ ବାହାରକୁ କାମ ଧନ୍ଦା କରିବାକୁ ଯାଇଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ନାବାଳିକା ଜଣକ ସାଙ୍ଗମାନଙ୍କ ସହିତ ବୁଲାଖେଳା କରିଥିଲେ । ଏହାପରେ ପାଖରେ ଥିବା ବାରଲେଣ୍ଡିଆ ପରିବାର ସହିତ ଭୂମିସୁତାଙ୍କ ବଚସା ହୋଇଥିଲା । ବଚସା ହେବାପରେ ବାରଲେଣ୍ଡିଆ ପରିବାର ଭୂମିସୁତାଙ୍କୁ କଟୁକଥା କହିବାରୁ ସହିନପାରି ଆତ୍ମହତ୍ୟା କରିଛନ୍ତି କିମ୍ବା ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ରବିବାର ସକାଳୁ ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ନେଇଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ଜଣାପଡିବ ବୋଲି ପାଟଣାଗଡ଼ ଥାନା ଅଧିକାରୀ ହରିବନ୍ଧୁ ଗଡତ୍ୟା ସୂଚନା ଦେଇଛନ୍ତି ।