କଣ୍ଟାବାଞ୍ଜି,୧୪/୦୬: ରାସ୍ତା କଡ଼ରେ ପଡ଼ିଛି ବ୍ୟକ୍ତିଙ୍କ ମୃତଦେହ । ମୃତ ବ୍ୟକ୍ତିଙ୍କ ପରିଚୟ ବର୍ତ୍ତମାନ ଅସ୍ପଷ୍ଟ ରହିଛି । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ସୂଚନା ମୁତାବକ, ବଙ୍ଗୋମୁଣ୍ଡା ଥାନା ପୁରୁଣା ବସଷ୍ଟାଣ୍ଡ ନିକଟ ଏକ ଚା' ଦୋକାନ ନିକଟରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡ଼ି ରହିଥିଲା । ଚା' ଦୋକାନୀ ଦୋକାନ ଖୋଲିବାକୁ ଆସି ମୃତଦେହ ଦେଖିବାକୁ ପାଇଥିଲେ । ଏହା ଦେଖି ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ତଳରେ ବଙ୍ଗୋମୁଣ୍ଡା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି, ତାହାର ତଦନ୍ତ କରୁଛି ପୁଲିସ।