ପ୍ରମୂଖ ଖବର
  • କୋଣାର୍କ ଯାତ୍ରୀ ନିବାସରେ ରଜ ପିଠା ଷ୍ଟଲ୍, ଦୋଳିରେ ଝୁଲିଲେ ପର୍ଯ୍ୟଟକ
  • ||
  • ବରଗଡ଼ : ଭେଉଁରିଆ ଗାଁରେ ଅଭାବନୀୟ ଘଟଣା, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଝୁଲିପଡ଼ିଲା ସ୍ୱାମୀ
  • ||
  • ରାଜଧାନୀରେ ବୁଲିଲା ଖଣ୍ଡା, ବାଇକ୍‌ ପାର୍କିଂକୁ ନେଇ ରକ୍ତପାତ
  • ||
  • ଉଗ୍ର ହେଉଛି ଇରାନ-ଇସ୍ରାଏଲ ଲଢେଇ; ଇସ୍ରାଏଲକୁ ସମର୍ଥନ କଲେ...ଆମେରିକା ସମେତ ଅନ୍ୟ ଦେଶକୁ ଇରାନର ଚେତାବନୀ
  • ||
  • ମଞ୍ଚେଶ୍ଵରରୁ ୨ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗୀର : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ ଥାନା ୫୭ ନଂ ଜାତୀୟ ରାଜପଥ ଖଜୁରୀପଡା ଠାରେ ଦୁର୍ଘଟଣା, ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ୭ ଆହତ
  • ||
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ

Published By : Harapriya Sethi | June 13, 2025 8:18 AM

ଭୁବନେଶ୍ୱର, ୧୩/୦୬: ଭୁବନେଶ୍ୱରର ଭିଏସଏସ ନଗର ସ୍ଥିତ M.S ସାନିଟାରୀ ଦୋକାନରୁ ଲୁଟ୍‌ । ଦୋକାନ ମାଲିକ କୌଣସି କାମରେ ବାହାରକୁ ଯାଇଥିବା ବେଳେ ୨ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ଛାନଭିନ୍ କରୁଛି ସହିଦ ନଗର ଥାନା ପୁଲିସ । 

ସୂଚନା ମୁତାବକ, ଭିଏସଏସ ନଗର ସ୍ଥିତ M.S ସାନିଟାରୀ ଦୋକାନର ମାଲିକ କୌଣସି କାମରେ ବାହାରକୁ ଯାଇଥିଲେ । ଏହି ସମୟରେ ଦୋକାନ ବନ୍ଦ ରହିଥିଲା। ଏହାର ଫାଇଦା ଉଠାଇ ଲୁଟେରାମାନେ ଟିଣ ଛାତ କାଟି ସାନିଟାରୀ ଦୋକାନ ଭିତରେ ପଶିଥିଲେ । ଦୋକନରେ ପଶି ୨ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟି ନେଇଥିଲେ । ଦୋକାନ ମାଲିକ ଫେରି ଲୁଟ୍‌ ହୋଇଥିବା ଜାଣିବାକୁ ପାଇ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ସହିଦ ନଗର ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି ।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.